ସୁରକ୍ଷା ଦିଆ ନ ଗଲେ ସଫା ହୋଇଯିବ

ବଇଣ୍ଡା,୮।୧୨(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଚାରଖମଣ ଜଙ୍ଗଲରୁ ଚାଲିଛି କାଠ ଚୋରା ଚାଲାଣ। ଗତ ୩ ମାସ ମଧ୍ୟରେ ଚୋରା ବେପାରୀମାନେ ୭୮୦ ଗଛ କାଟି ନେଇଛନ୍ତି। ତେଣୁ ସୁରକ୍ଷା ଦିଆ ନ ଗଲେ ଏହି ୩୦ ବର୍ଷର ଗ୍ରାମ୍ୟ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେବେ ବୋଲି ଚାରଖମଣ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ୧୯୯୦ ମସିହାରେ ଏହି ଗ୍ରାମ୍ୟ ଜଙ୍ଗଲରେ ଚାରା ରୋପଣ କରାଯାଇଥିଲା। ଗ୍ରାମବାସୀଙ୍କ ରକ୍ଷାବେକ୍ଷଣ ଯୋଗୁ ଏବେ ଗଛଗୁଡ଼ିକ ବଡ଼ ହୋଇଯିବାରୁ ଜଙ୍ଗଲ ଅଧିକ ଘଞ୍ଚ ହୋଇଯାଇଛି। ତେଣୁ କାଠ ଚୋରଙ୍କ ନଜର ଏହା ଉପରେ ପଡ଼ିଛି। ସେମାନେ ବନ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ନିୟମିତ ଭାବେ ମହୁଲ, ଶିଶୁ, ଶାଳ, ପିଆଶାଳ ଓ ଶାଗୁଆନ ଗଛ ମେଶିନ ମାଧ୍ୟମରେ କାଟି ଚୋରା ଚାଲାଣ କରୁଛନ୍ତି। କେତୋଟି ଦାମୀ ଗାଡ଼ିରେ ଜିଲା ବାହାରକୁ କାଠ ପଠାଯାଉଥିବା ଗ୍ରାମବାସୀ ଖବର ପାଉଛନ୍ତି। ଗତ ଅଗଷ୍ଟ ମାସରୁ ନଭେମ୍ବର ମଧ୍ୟରେ ଜଙ୍ଗଲରୁ ୭୮୦ ଗଛ କାଟି ନେଇସାରିଛନ୍ତି। ଏ ନେଇ ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏସ୍‌ସିଏଫ୍‌ ସାଧନା ସ୍ବାଇଁ ଘଟଣାସ୍ଥଳକୁ ଯିବା ସହ ତଦନ୍ତ କରି ଛେଣ୍ଡିପଦା ଥାନା ଅଞ୍ଚଳରୁ ୪ ଜଣ କାଠ ଚୋରଙ୍କୁ ଗିରଫ କରିଥିଲେ। କିନ୍ତୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାରୁ ଚୋରା ଚାଲାଣକାରୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଗ୍ରାମବାସୀ ବିରୋଧ କଲେ ସେମାନଙ୍କୁ ହତ୍ୟା ଧମକ ଦେଉଛନ୍ତି। ତେଣୁ ଜିଲାପାଳ ତୁରନ୍ତ ଏଥିପ୍ରତି ଧ୍ୟାନ ନ ଦେଲେ ଏହି ଗ୍ରାମ୍ୟ ଜଙ୍ଗଲ ପଦା ହୋଇଯିବ ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, କାଠ ଚାଲାଣରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକଙ୍କ ସମ୍ପୃକ୍ତି ରହିଛି। ବନ ବିଭାଗ ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ଚଢ଼ାଉ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri