Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ସତ ହେଲେ କିଭଳି ହେବ ‘ମୋଦି ସରକାର ୩.୦’ର କାର୍ଯ୍ୟକାଳ? ସର୍ବପ୍ରଥମେ କରାଯିବ ଏହି କାମ… 

ନୂଆଦିଲ୍ଲୀ,୩।୬: ଗଣତନ୍ତ୍ରର ମହାପର୍ବ ଅର୍ଥାତ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଭୋଟର ଏବେ ନିର୍ବାଚନ ଫଳାଫଳ କ’ଣ ହେବ ତାକୁ ଅପେକ୍ଷା କରିଛନ୍ତି। ନିର୍ବାଚନ କମିଶନ ଭୋଟ ଗଣନା କରିବା ପରେ ସ୍ଥିତି ସ୍ପଷ୍ଟ ହେବ। ଭୋଟଗଣନା ପୂର୍ବରୁ ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ ଜାରି ହୋଇଛି। ପ୍ରାୟ ସମସ୍ତ ପୋଲ୍‌ରେ ମୋଦି ସରକାର କ୍ଷମତାକୁ ଫେରୁଥିବା କୁହାଯାଇଛି। ଏମିତିରେ ଯଦି ଭୋଟଗଣତି ପରେ ଏହା ସତ ହୁଏ ତେବେ ଦେଶର ଇତିହାସରେ ଦ୍ୱିତୀୟ ଥର ପାଇଁ କୌଣସି ଦଳ ଲଗାତର ତୃତୀୟ ଥର ସରକାର ଗଠନ କରିବେ।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ନିଜର ତୃତୀୟ କାର୍ଯ୍ୟକାଳକୁ ନେଇ ମନଦଶା ସ୍ପଷ୍ଟ କରିଛନ୍ତି। ସେ ‘ବିକଶିତ ଭାରତ’ ପାଇଁ ସମର୍ପିତ ହେବ। ଏହି କାର୍ଯ୍ୟକାଳରେ ଐତିହାସିକ ନିଷ୍ପତ୍ତି  ନିଆଯିବ। ତେବେ ମୋଦି ସରକାର ଏସବୁକୁ ନେଇ କ’ଣ କ’ଣ କରିବାକୁ ଯାଉଛନ୍ତି? ଆସନ୍ତୁ ଜାଣିବା…
-ନିର୍ବାଚନ ପୂର୍ବରୁ ସାକ୍ଷାତକାରରେ ମୋଦି କହିଥିଲେ ଯେ ବିକଶିତ ଭାରତକୁ ନେଇ ସମସ୍ତ ମନ୍ତ୍ରଣାଳୟରୁ ରିପୋର୍ଟ ମଗାଯାଇଛି। ତାଙ୍କୁ ୧୦୦ ଦିନର ଏଜେଣ୍ଡା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।
-Speed,Scale,Scope ଏବଂ Standards, ଏହି ଚାରୋଟି କ୍ଷେତ୍ରରେ ଦ୍ରୁତ ଗତିରେ କାମ କରିବାକୁ ହେବ। ଆମକୁ ଉତ୍ପାଦନ ସହ କ୍ୱାଲିଟି ଉପରେ କାମ କରିବାକୁ ହେବ। ଏଥିସହ  zero defect-zero effect ମନ୍ତ୍ର ମନେ ରଖିବାକୁ ହେବ। ଦେଶବାସୀଙ୍କୁ ମଧ୍ୟ ମୋଦି ଆଗାମୀ ୨୫ ବର୍ଷ ଦେଶକୁ ସମର୍ପିତ କରିବାକୁ ଅପିଲ କରିଛନ୍ତି।
-ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ହେବା ପ୍ରତି ସମର୍ପିତ ହେବ। ଏନେଇ ଚାଇନା ଖବରକାଗତ ଗ୍ଲୋବାଲ ଟାଇମ୍ଦରେ ଉଲ୍ଲେଖ ରହିଛି।  ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ନଜର କିଛି ବର୍ଷରେ ଦେଶକୁ ଆମେରିକା ଏବଂ ଚାଇନା ପରେ ତୃତୀୟ ଅର୍ଥବ୍ୟବସ୍ଥା କରିବା ଉପରେ ରହିବ। ଏଣୁ ମୋଦି ରଣନୀତି ଏବଂ କୁଟନୀତି ମାଧ୍ୟମରେ ବିଶ୍ୱସ୍ତରରେ ପ୍ରଭାବ ପକାଇବାକୁ ଚେଷ୍ଟା କରିବେ।
-ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରାରମ୍ଭିକ ୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ। ଏନେଇ ପ୍ରଧାନମନ୍ତ୍ରୀ ବହୁବାର ଉଲ୍ଲେଖ କରିଛନ୍ତି। ସରକାର ଗଠନ ପରେ କ’ଣ କରାଯିବ ତାର ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ୨୫ ଦିନ ବିଶେଷ ଭାବେ ଯୁବଗୋଷ୍ଠୀ ପାଇଁ ରଖାଯାଇଛି। ଆଗାମୀ ୫ ବର୍ଷରେ କେଉଁ କେଉଁ ବଡ଼ ନିଷ୍ପତ୍ତି ନିଆଯିବ, ତାର କାୟାକଳ୍ପ ପ୍ରସ୍ତୁତ କରାଯାଇ ସାରିଛି।
-ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏନେଇ ରାଜନୀତି ବିଶେଷଜ୍ଞ ପ୍ରଶାନ୍ତ କୁମାର ପ୍ରଥମରୁ ସଙ୍କେତ ଦେଇଛନ୍ତି। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଦୀର୍ଘଦିନରୁ ଦାବି ହେଉଛି। ଏଣୁ ଏହା ଆଗାମୀ ଦିନରେ ହୋଇପାରେ।
-ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା!
ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରେ। ଏହାକୁ ଭାଜପା ସରକାର ନିଜର ମାନିଫେଷ୍ଟୋରେ ସାମିଲ କରିଛି। ମୋଦି ପୂର୍ବରୁ କହିସାରିଛନ୍ତି ଯେ ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଏବଂ ଜିରୋ ବିଜୁଳି ବିଲ ସରକାରଙ୍କ ଲକ୍ଷ୍ୟ। ଏଣୁ ସୌର ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ।
-ପିଓକେକୁ ନେଇ ବଡ଼ ନିଷ୍ପତ୍ତି:
ଭୋଟଗଣନା ପରେ ଯଦି ନରେନ୍ଦ୍ର ମୋଦି ସରକାର ପୁଣି ଥରେ କ୍ଷମତାକୁ ଆସନ୍ତି ପିଓକେ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ନିର୍ବାଚନ ପ୍ରଚାର ସମୟରେ ଭାଜପା ନେତାମାନଙ୍କ ପକ୍ଷରୁ ବୟାନବାଜି କରାଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦି ସରକାର କ୍ଷମତାକୁ ଆସିବାର କିଛି ମାସ ପରେ ପିଓକେକୁ ଫେରାଇ ଅଣାଯିବ ବୋଲି କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri