ସେ ଯେବେ କ୍ଷମା ଆଚରଇ

ବାପା ଚାଲିଯିବା ପରେ ଏବେ ଅନୁଭବ କରିପାରୁଛି ଯେ ଅନେକ କଷ୍ଟ ଯନ୍ତ୍ରଣାକୁ ସହି ସେ ଆମଙ୍କୁ କ୍ଷମା କରିଚାଲିଥିଲେ। ଅନେକ ଥର କ୍ଷମା କରିବାର ଆବଶ୍ୟକତା ବିଷୟରେ ସେ ଆମକୁ ବୁଝେଇଥିଲେ ବି ନିଜର ଅହଂକାର ଯୋଗୁ ତାଙ୍କ କଥାପ୍ରତି ଆମେ କର୍ଣ୍ଣପାତ କରୁ ନ ଥିଲୁ। କିନ୍ତୁ ଏବେ ବୁଝିହେଉଛି ମାନସିକ ଶାନ୍ତି ପାଇଁ ଅନ୍ୟମାନଙ୍କ ଅନେକ ଦୋଷ କ୍ଷମା କରିଦେବା ଆବଶ୍ୟକ। ନିଜର ସଙ୍କୀର୍ଣ୍ଣ ବୁଦ୍ଧି ବିଚାର ଯୋଗୁ ଆମେ ବାରମ୍ବାର ଅକ୍ଷମଣୀୟ ଅପରାଧ କରୁଥିଲୁ। କିନ୍ତୁ କିଛି ବି ନ ଘଟିଥିବା ପରି ନିର୍ବିକାର ଭାବଟିଏ ମୁହଁରେ ଆଙ୍କି ବାପା ଆମକୁ ନୀରବରେ କ୍ଷମା କରିଦିଅନ୍ତି। ଆମ ଅନୁଚିତ ଆଚରଣରେ କେବେ କେବେ କ୍ଷୁବ୍ଧ ହେଉଥିଲେ ବି ସେ କ୍ଷୋଭ ପ୍ରକାଶ କରିବାରେ ଖୁବ ସତର୍କ ଥିଲେ। ବାପା କୁହନ୍ତି , ଅନ୍ୟକୁ କ୍ଷମା କରିପାରିଲେ ତଥା କ୍ଷମା ମାଗିପାରିଲେ ପାରିବାରିକ ଓ ସାମାଜିକ ସମ୍ପର୍କ ମଜଭୁତ ରହିବ। ”ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ,ସାଧୁଙ୍କ ଶ୍ରେଷ୍ଠ ସେହୁ ନର, ସୁଖଦୁଃଖରୁ ସେ ବାହାର।“ ତମେ ସାଧୁସନ୍ଥଙ୍କ ପରି ସୁଖ ଦୁଃଖର ଭାବନାରୁ ଊଦ୍ଧର୍‌ବକୁ ନ ଯାଇପାର, କିନ୍ତୁ ଶାନ୍ତି ପାଇପାରିବ। ହେଲେ, ଗୁଡାଏ ଅହଂକାର, ରାଗ, ବୃଥା ଅଭିମାନ, ଜିଦ, ଈର୍ଷା ଇତ୍ୟାଦି ମନରେ ପାଳି ଅନ୍ୟ ଉପରେ ଆମ ସ୍ବେଚ୍ଛାଚାର ଆଧାରରେ ଏମିତି ସମ୍ପର୍କ ରଖି ଜୀବନ ବିତେଇଦେଲୁ ଯେ ନଷ୍ଟ କରିଦେଇଥିବା ଅନେକ ସମ୍ପର୍କକୁ ନେଇ ଏବେ ଖାଲି ଗୁଡାଏ ଅନୁତାପ କରୁଛୁ ସିନା କିନ୍ତୁ ତା’ର କିଛି ମୂଲ୍ୟ ନାହିଁ। ଏବେ ବୁଝୁଛି ଯେ ଅନୁତାପ କଲାଭଳି ସ୍ଥିତି ଆସିବା ପୂର୍ବରୁ ନିଜ ଆଚରଣ, କଥାବାର୍ତ୍ତା ସଜାଡ଼ିନେବା ଉଚିତ ଥିଲା।
ଦୁଃଖ ଓ ଅନୁଶୋଚନାରେ ଭାରାକ୍ରାନ୍ତ ଦିଶୁଥିବା ବନ୍ଧୁଙ୍କୁ ଟିକିଏ ସହଜ କରିବା ପାଇଁ କହିଲି, ହଁ, କ୍ଷମା କରିବା ଦିବ୍ୟ ଗୁଣ ନିଶ୍ଚୟ, ହେଲେ ପ୍ରତ୍ୟେକ ଭୁଲ୍‌କୁ କ୍ଷମା ନ କରି ବେଳେବେଳେ ଦଣ୍ଡ ଦେବା ଆବଶ୍ୟକ ହୋଇଥାଏ। ଯୁଦ୍ଧରେ କ୍ଷମା ନ କରିବା ପାଇଁ ଅର୍ଜୁନଙ୍କୁ ଉପଦେଶ ଦେଇଥିବା ଶ୍ରୀକୃଷ୍ଣ ଶିଶୁପାଳର ଶହେ ଅପରାଧ କ୍ଷମା କରିଥିଲେ। ଅର୍ଥାତ, ଶ୍ରୀକୃଷ୍ଣ ଅନେକ ଭର୍ତ୍ସନା, ଅପମାନ ସହ୍ୟ କରି ମଧ୍ୟ ଶିଶୁପାଳକୁ ସୁଧୁରିଯିବାର ଅବସର ପ୍ରଦାନ କରିଚାଲିଥିଲେ। ନିଜ ଆଚରଣ ପାଇଁ ପଶ୍ଚାତ୍ତାପ କରି ଭୁଲ୍‌ ଦୋହରାଇ ନ ଥିଲେ ଶିଶୁପାଳ କ୍ଷମା ପାଇପାରିଥା’ନ୍ତା। ନିଜ ଭୁଲ୍‌ ପାଇଁ ଜଣେ ଅନୁତାପ କରୁ ନ ଥିଲେ ତାକୁ କ୍ଷମା କରିବା ନ କରିବା ଅନେକ ସମୟରେ ଆମ ସଙ୍କୀର୍ଣ୍ଣ ବିଚାର ଉପରେ ନିର୍ଭର କରେ। କୋଉ ପ୍ରକାର ଆଚରଣ ଆମକୁ କଷ୍ଟ ଦେଉଛି – ତା’ ଅପେକ୍ଷା ଏ କଥାକୁ ଆମେ ବେଶି ଗୁରୁତ୍ୱ ଦେଉ ଯେ ଆମକୁ କଷ୍ଟ ଦେଇଥିବା ଲୋକ ସହିତ ଆମର କି ପ୍ରକାର ସ୍ବାର୍ଥ, ସମ୍ପର୍କ ଜଡ଼ିତ ଅଛି। ଯାହା ଜରିଆରେ ଆମର କୌଣସି ପ୍ରକାର ସ୍ବାର୍ଥ ସାଧନ ହେବାର ଆଶା ଥାଏ ଆମେ ତା’ ଠାରୁ ଯେତେ କଷ୍ଟ ଅପମାନ ପାଉଥିଲେ ବି ତା’ର ସବୁ ଭୁଲ୍‌କୁ ଅଣଦେଖା କରି ତାକୁ ଅଯାଚିତ କ୍ଷମା ପ୍ରଦାନ କରୁ। ଆଉ ଯାହାଠାରୁ କିଛି ପାଇବାର ଆଶା ନ ଥାଏ ବା ଆବଶ୍ୟକତା ନ ଥାଏ , ତା’ର ସାମାନ୍ୟତମ ଭୁଲ୍‌କୁ ମଧ୍ୟ ସହ୍ୟ ନ କରି ତାକୁ ଆମର ଶତ୍ରୁ ବିଚାର କରୁ।
ତାଙ୍କ କଥାସହ ତାଳ ମିଳେଇ କହିଲି, ”ସବୁଠୁ ବଡ଼ ବିଡ଼ମ୍ବନା କ’ଣ ଜାଣିଛ? ଆମର ଯାବତୀୟ ଅକ୍ଷମଣୀୟ ଅପରାଧସବୁକୁ ଆମ ମା’ବାପା ନିର୍ବିକାର ଚିତ୍ତରେ କ୍ଷମା କରିଆସିଥିଲେ ମଧ୍ୟ ସେଇ ମା’ବାପା ଆମ ଆଖିରେ ଏ ଦୁନିଆର ସବୁଠୁ ବଡ଼ ଅପରାଧୀ ପାଲଟି ଯାଆନ୍ତି। ବଡ଼ ହେଲା ପରେ ଆମେ ଏ ହିସାବରେ ଲାଗିଯାଉ ଯେ ସେମାନେ ଆମପାଇଁ କ’ଣ କରିବା ଉଚିତ ଥିଲା। ସେମାନଙ୍କ ତ୍ୟାଗ କଥା ଭୁଲିଯାଇ ସେମାନେ କରିଥିବା ପ୍ରତିଟି କାମ ଓ କହିଥିବା କଥାରେ ଭୁଲ୍‌ ବାହାର କରି ଆମେ ପ୍ରମାଣ କରିବାକୁ ଚେଷ୍ଟା କରୁ ଯେ ତାଙ୍କର କାର୍ଯ୍ୟକଳାପ ଯୋଗୁ ଆମ ଜୀବନ ନଷ୍ଟ ହୋଇଗଲା ଏବଂ ଆମେ ଯେତିକି ଉନ୍ନତି କରିବା କଥା ସେତିକି ହୋଇପାରିଲାନି। ତେଣୁ ତାଙ୍କୁ ଦୁର୍ବ୍ୟବହାର ଦେଖେଇ, ଆତ୍ମାକୁ ବାଧିଲାଭଳି କଥା କହି ହତାଦର କରି ଆମେ ପାପରେ ଭାଗୀଦାର ହୋଇଚାଲୁ। ଆମ ଚରିତ୍ରର ବିଚିତ୍ର ବିଡ଼ମ୍ବନା ଯେ, ମା’ବାପାଙ୍କୁ କ୍ଷମାର ଯୋଗ୍ୟ ବୋଲି ବିଚାର କରୁନା।“
ମୋର କଥା ଶେଷ ହେଲା ବେଳକୁ ବନ୍ଧୁ ବେଶି ଉଦାସ ଦିଶୁଥିଲେ। ଦୀର୍ଘଶ୍ବାସଟିଏ ଛାଡି କହିଲେ, ଅନ୍ୟକୁ ଶାସ୍ତି ଦେଇପାରିବାର କ୍ଷମତା ଥିବାର ଅହଂକାରରେ ଆମେ ଏମିତି ଆଚରଣ ଦେଖେଇଥାଉ ଯେ ତା’ ଦ୍ବାରା ଅନେକ ସମ୍ପର୍କ ନଷ୍ଟ ହୋଇଯାଏ। ପରବର୍ତ୍ତୀ ସମୟରେ ଯେତେ ପଶ୍ଚାତ୍ତାପ କଲେ ମଧ୍ୟ ସେ ନଷ୍ଟ ସମ୍ପର୍କ ଆଉ ସଜାଡ଼ି ହୁଏନି। କ୍ଷମତା ଥିବାବେଳେ ଦଣ୍ଡ ଦେବାର ଶକ୍ତି ଅଛି ବୋଲି ଭାବି ଯେଉଁମାନଙ୍କର କୌଣସି ବି ଭୁଲ୍‌ କ୍ଷମା ନ କରି ସେମାନଙ୍କୁ ଶାସ୍ତି ଦେଇପାରୁଛି ବୋଲି ଗର୍ବ ଅନୁଭବ କରୁଥିଲି, ଆଜି ମୋର କ୍ଷମତା ଯିବା ପରେ ସେଇମାନେ ମତେ ଅପମାନିତ କରି ଆଜି ଶାସ୍ତି ଦେଉଛନ୍ତି। ମୁଁ ଡାଇରେକ୍ଟର ଥିଲାବେଳେ ମୋ ପାଖରେ କାମ କରୁଥିବା କେତେକଙ୍କୁ ମୁଁ କେତେବେଳେ ହୁଏତ ଖରାପ ବ୍ୟବହାର କରିଥାଇପାରେ, କିନ୍ତୁ କିଛି ପିଲା ସେଇ କଥାକୁ ଏମିତି ଧରି ରଖିଛନ୍ତି ଯେ ଆଜି ମତେ ସାମ୍ନାସାମ୍ନି ଦେଖି ବି ନ ଚିହ୍ନିଲା ପରି ଆସି ମୋ ପାଖରେ ଠିଆହୋଇ ସିଗାରେଟ ପିଇ ଗୁଲିଖଟି କରି ଚାଲିଗଲେ। ସେମାନଙ୍କ ବ୍ୟବହାର ଖୁବ୍‌ ଖରାପ ଲାଗିଲା, କିନ୍ତୁ ମନେମନେ ମୁଁ ମୋର ଅତୀତର ଦୁର୍ବ୍ୟବହାର ପାଇଁ ତାଙ୍କଠାରୁ କ୍ଷମା ମାଗିନେଲି। ଏବେ ବୁଝୁଛି ଯେ ପଦବୀ ଓ କ୍ଷମତାକୁ ନେଇ ଅହଂକାର ରଖି ନ ଥିଲେ ଆଜି ଏମିତି ପଶ୍ଚାତ୍ତାପ କରିବାକୁ ପଡ଼ି ନ ଥାନ୍ତା।
ସାନ୍ତ୍ବନା ଦେଲାଭଳି କହିଲି, ବୁଝିଲ ବନ୍ଧୁ, ସୁଖଦୁଃଖର ଭାବନାରୁ ଊଦ୍ଧର୍‌ବରେ ରହିବା ଦୂର କଥା, ଆମେ କେବଳ ଉଦାର ହୃଦୟର ହୋଇପାରିଲେ ଅନେକ ଭୁଲ୍‌କୁ ସହଜତାର ସହ ଗ୍ରହଣ କରି ସେସବୁକୁ କ୍ଷମା କରିପାରିବା ଏବଂ ନିଜର ପ୍ରତ୍ୟେକ ଭୁଲ୍‌ ପାଇଁ ନିଃସଙ୍କୋଚରେ କ୍ଷମା ମାଗିପାରିବା।

ହରେକୃଷ୍ଣ ଦାସ

ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି
କଟକ, ମୋ: ୯୮୬୧୩୪୫୬୫୮

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲା ବିଶ୍ୱ; ଯୁଦ୍ଧ ଭିତରେ ଟ୍ରମ୍ପ କଲେ ବଡ଼ ଘୋଷଣା

ଓ଼୍ବାଶିଂଟନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସର୍ୱୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଏକ ବଡ଼ ଆକ୍ରମଣ…

ଖାମେନେଇଙ୍କ ମୃତ୍ୟୁ ପରେ ରାଗରେ ନିଆଁବାଣ ହେଲାଣି ପାକିସ୍ତାନ, ଆମେରିକୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ, ୯ ମୃତ

କରାଚି,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ହତ୍ୟା ଖବର ପ୍ରସାରିତ ହେବା ପରେ ପାକିସ୍ତାନର କରାଚୀରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମେରିକୀୟ ଦୂତାବାସ…

ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ…

ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ…

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା…

Video: ବୁର୍ଜ ଖଲିଫା ଉପରେ ଆକ୍ରମଣ? ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦୁବଇ ଆତଙ୍କିତ

ଦୁବଇ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁବାଇରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ନିକଟରେ ବିସ୍ଫୋରଣ…

ବ୍ୟାଟ ବଲ ଉପରେ ବୋମା ବାରୁଦର ପ୍ରଭାବ, IPL 2026ରେ ବିଦେଶୀ ଖେଳାଳିଙ୍କ ଆସିବାକୁ ନେଇ ବଢୁଛି ସସପେନ୍ସ…

ନୂଆଦିଲ୍ଲୀ,୧।୩: IPL 2026 ପାଇଁ ପ୍ରସ୍ତୁତି ମଧ୍ୟରେ ପୁଣି ଥରେ କ୍ରିକେଟ ଉପରେ ଭୌଗୋଳିକ ରାଜନୀତି ଛାଇ ଗଲାଣି। T20 ବିଶ୍ୱକପ ଶେଷ ହେବା ସହିତ, ଫ୍ରାଞ୍ଚାଇଜଗୁଡ଼ିକ…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri