ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ କରିବାକୁ ଏକ ଅଲଟିମେଟମ ଦେଇଛି। ଅନ୍ୟପକ୍ଷରେ ବାଂଲାଦେଶ ସରକାରଙ୍କ ଚାପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କହିଛି ଯେ, ସେ ଭାରତକୁ ତାର ଦଳ ପଠାଇବ ନାହିଁ।
ଟି-୨୦ ବିଶ୍ୱକପ ବିବାଦ ମଧ୍ୟରେ ମହମ୍ମଦ ୟୁନୁସଙ୍କ ସରକାର କ୍ରିକେଟ ସ୍ତରରେ ପାକିସ୍ତାନର ସମର୍ଥନ ଲୋଡ଼ିଛି। ପାକିସ୍ତାନ ମଧ୍ୟ ବାଂଲାଦେଶକୁ ସମର୍ଥନ କରିଛି। ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ତା’ର ବିଶ୍ୱକପ ମ୍ୟାଚ ଭାରତରେ ଖେଳିବାକୁ ପଡିବ। ବାଂଲାଦେଶ ତାର ଜିଦ ଛାଡିବାକୁ ପ୍ରସ୍ତୁତ ନୁହେଁ ଏବଂ ଏହା ସମ୍ଭବ ଯେ ଆଇସିସି ଏହାକୁ ବିଶ୍ୱକପରୁ ହଟାଇପାରେ।
୨୦୨୬ ଟି-୨୦ ବିଶ୍ୱକପରେ ମୋଟ ୨୦ ଦଳ ଅଂଶଗ୍ରହଣ କରିବେ। ଯଦି ଏକ ଦଳକୁ ଟୁର୍ନାମେଣ୍ଟରୁ ବାଦ ଦିଆଯାଏ, ତେବେ ଏହାର ଆଇସିସି ରାଙ୍କିଂ ଆଧାରରେ ଏକ ନୂତନ ଦଳକୁ ଟୁର୍ନାମେଣ୍ଟରେ ସାମିଲ କରାଯିବ। ପ୍ରଥମରୁ ୧୩ ନମ୍ବର ସ୍ଥାନରେ ଥିବା ସମସ୍ତ ଦଳ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟ। ସ୍କଟଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଯଦି ବାଂଲାଦେଶ ବାଦ ପଡ଼ିଯାଏ, ତେବେ ସ୍କଟଲ୍ୟାଣ୍ଡକୁ ବିଶ୍ୱକପରେ ସ୍ଥାନ ଦିଆଯିବ।
Dharitri – Odisha’s No.1 Odia Daily

