Posted inଖେଳ

ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…

ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍‌ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ସେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛନ୍ତି। ଏମିତିରେ ଆସନ୍ତୁ ଜାଣିବା ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକାର ବିପଦ କେତେ?

ବର୍ତ୍ତମାନ ଆମେରିକୀୟ ସୈନିକମାନେ ଗ୍ରୀନଲ୍ୟାଣ୍ଡରେ ଉପସ୍ଥିତ ଅଛନ୍ତି। ଆମେରିକାର ଥୁଲ୍‌ ଏୟାର ବେସ୍‌ ଗ୍ରୀନଲ୍ୟାଣ୍ଡରେ ଅଛି, ଯାହା ବର୍ତ୍ତମାନ ପିଟୁଫିକ୍‌ ସ୍ପେସ୍‌ ଫୋର୍ସ ବେସ୍‌ ଭାବେ ଜଣାଶୁଣା।ଏହା ହେଉଛି ଆମେରିକାର ଉତ୍ତରତମ ସାମରିକ ବେସ। ଆମେରିକାର ବିଶ୍ୱସ୍ତରୀୟ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।

କେବଳ ଏତିକି ନୁହେଁ ଆମେରିକାର ଗ୍ରୀନଲ୍ୟାଣ୍ଡରେ ଅନ୍ୟାନ୍ୟ ଗୁପ୍ତ ବେସ୍‌ ଥାଇପାରେ, ଯାହାର ସବିଶେଷ ତଥ୍ୟ ସାର୍ବଜନୀନ ନୁହେଁ। ନିକଟରେ ନାଶା ଗ୍ରୀନଲ୍ୟାଣ୍ଡରେ ଆମେରିକାର ଏକ ଅଣ୍ଡରଗ୍ରାଉଣ୍ଡ ବେସ୍‌ ଥିବା ନିଶ୍ଚିତ କରିଥିଲା। ଏଣୁ ଏହାକୁ କବ୍ଜା କରିବାକୁ ଆମେରିକାର ଆଖପାଖ ଅଞ୍ଚଳରେ ଅନେକ ସାମରିକ ବେସ ଅଛି। ଏଭଳି ସ୍ଥିତିରେ ଯଦି ଆମେରିକା ଏସବୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ:-

-ଗ୍ରୀନଲ୍ୟାଣ୍ଡର ଥୁଲେ ଏୟାର ବେସ୍‌ ଏବଂ ଆଖପାଖର ଆମେରିକୀୟ ସାମରିକ ବେସରୁ ଏୟାର ଷ୍ଟ୍ରାଇକ୍‌ କରାଯାଇପାରିବ। ସାଇବର ଆକ୍ରମଣ ମାଧ୍ୟମରେ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଯୋଗାଯୋଗ ଏବଂ ପ୍ରତିରକ୍ଷା ପ୍ରଣାଳୀ ଅକ୍ଷମ ହୋଇପାରିବ।

-ଗ୍ରୀନଲ୍ୟାଣ୍ଡର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯିବ। ସ୍ଥାନୀୟ ପ୍ରଶାସନକୁ କବ୍ଜାକୁ ନେଇ ଗ୍ରୀନଲ୍ୟାଣ୍ଡର ସାର୍ବଭୌମତ୍ୱ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ସ୍ଥାପିତ ହୋଇପାରିବ।

-ଗ୍ରୀନଲ୍ୟାଣ୍ଡର ଚାରିପାଖରେ ଏକ ନୌସେନା କର୍ଡନ ଲାଗୁ ହେବ ଯାହାଦ୍ୱାରା ଡେନଓ୍ବାର୍କ କିମ୍ବା ନାଟୋ କୌଣସି ସାହାଯ୍ୟ ପଠାଇପାରିବ ନାହିଁ।

-ଥୁଲେ ଏୟାରବେସ୍‌ ମାଧ୍ୟମରେ ଗ୍ରୀନଲ୍ୟାଣ୍ଡର ସାମରିକ ଏବଂ ଅର୍ଥନୈତିକ ସମ୍ବଳ ଉପରେ ସ୍ଥାୟୀ ନିୟନ୍ତ୍ରଣ ସୁନିଶ୍ଚିତ କରାଯାଇପାରେ। ଏହି ଅପରେଶନ ଅତିବେଶିରେ ଦୁଇ ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ, ବିଶେଷତଃ ଯଦି ଡେନମାର୍କ ଏବଂ ନାଟୋ ସକ୍ରିୟ ଭାବେ ବିରୋଧ ନ କରନ୍ତି।

୧୯୪୧ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଆମେରିକା ଏବଂ ଡେନମାର୍କ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ନିଶ୍ଚିତ କରିବାକୁ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହା ଅଧୀନରେ ଗ୍ରୀନଲ୍ୟାଣ୍ଡରେ ସାମରିକ ବେସ ନିର୍ମାଣ ଏବଂ ଏହାକୁ ରଣନୈତିକ ଭାବେ ସୁରକ୍ଷିତ ରଖିବା ଦାୟିତ୍ୱ ଆମେରିକାକୁ ଦିଆଯାଇଥିଲା।

୧୯୫୧ ମସିହାରେ ଏହି ଚୁକ୍ତିନାମା ନାଟୋ ସହଯୋଗରେ କାର୍ଯ୍ୟକାରୀ ହୋଇଥିଲା। ଯାହା ଗ୍ରୀନଲ୍ୟାଣ୍ଡରେ ସ୍ଥାୟୀ ସାମରିକ ଉପସ୍ଥିତି ରହିବା ପାଇଁ ଆମେରିକାକୁ ଅଧିକାର ଦେଇଥିଲା। ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଆର୍କଟିକ ଅଞ୍ଚଳରେ ସୋଭିଏତ ୟୁନିଅନର ପ୍ରଭାବକୁ ବନ୍ଦ କରିବା।

ଗ୍ରୀନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମ୍ୟୁଟ୍‌ ବୋଡେ ଟ୍ରମ୍ପଙ୍କ ଯୋଜନାକୁ ଦିବାସ୍ବପ୍ନ ବୋଲି କହିଛନ୍ତି। ଗ୍ରୀନଲ୍ୟାଣ୍ଡ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁର୍ଣ୍ଣ ହେବ ନାହିଁ। ଆନ୍ତର୍ଜାତୀୟ ସଂଗଠନ ଏବଂ ଡେନମାର୍କର ସହଯୋଗରେ ଆମେ ଆମର ଅଧିକାର ରକ୍ଷା କରିବୁ । ଆମେ ଆମେରିକାର ଏହି ଧମକକୁ ଦୃଢ଼ ବିରୋଧ କରୁଛୁ ଏବଂ ନାଟୋର ସହଯୋଗରେ ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri