Categories: ଫୁରସତ

କୁକୁର ସହ ମହିଳା କଲେ କିଛି ଏମିତି, ଦେଖିଲେ ଆଖିରେ ଆସିଯିବ ଲୁହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲିଆସିବ। ରାସ୍ତା କଡ଼ର ଏକ ବୁଲା କୁକୁର ଶୀତରେ ଜାକିଯୁକି ହୋଇ ଶୋଇଥିବା ବେଳେ ଜଣେ ମହିଳାଙ୍କ ନଜର ତାଙ୍କ ଉପରେ ପଡ଼ୁଛି। ପରେ ସେ ତାଙ୍କର ଓଢ଼ଣୀରେ କୁକୁରକୁ ଘୋଡାଇ ଦେଉଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ସେ ଲେଖିଛନ୍ତି ଯେ, ଈଶ୍ବର ତୁମର ପୋଜିଶନ ଦେଖନ୍ତି ନାହିଁ, କିନ୍ତୁ ସେ ତୁମର ହୃଦୟକୁ ଦେଖନ୍ତି। ଏହି ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି।

 

Share