Posted inଜାତୀୟ

ବାଲିବସ୍ତାରେ ଆଇଇଡି: ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ ଷଡ଼ଯନ୍ତ୍ର

ଶ୍ରୀନଗର, ୧୦।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ଏକ ବିସ୍ଫୋରଣ ଘଟଣାକୁ ଏଡ଼ାଇ ଦିଆଯାଇଛି। ଫଳରେ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତର କଶ୍ମୀରର ବାରମୁଳା ଜିଲାର ଡାଙ୍ଗିଓ୍ବାଚା ଅଞ୍ଚଳର ଚତଲୋରାଠାରେ ବାଲିବସ୍ତାରେ ଥିବା ଆଇଇଡିକୁ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ନିଷ୍କ୍ରିୟ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆଇଇଡି ପ୍ଲାଣ୍ଟ୍‌ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଇଇଡି ଚିହ୍ନଟ ହେବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତ ୪ ଦିନ ମଧ୍ୟରେ ଉତ୍ତର କଶ୍ମୀରରୁ ଦ୍ୱିତୀୟ ଥର ପାଇଁ ଆଇଇଡି ମିଳିଛି। ଏଭଳି ଏକ ଆଇଇଡି ସୋମବାର କୁପଓ୍ବାରା ଜିଲାର ଦୁର୍ଗମୁଳା ଅଞ୍ଚଳରୁ ମିଳିଥିଲା। ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଦଳର କ୍ଷତି ଘଟାଇବା ଲାଗି ଯୋଜନାବଦ୍ଧ ଭାବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri