Categories: ବାଣିଜ୍ୟ

ଆଇଡିଏଫ୍‌ସି ଇଣ୍ଡେକ୍ସ ଫଣ୍ଡ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୧୯।୯: ଆଇଡିଏଫ୍‌ସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ଆଇଡିଏଫ୍‌ସି ନିଫ୍ଟି ୧୦୦ ଲୋ ଭୋଲାଟିଲିଟି ୩୦ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ନିଫ୍ଟି୧୦୦ ଲୋ ଭୋଲାଟିଲିଟି ୩୦ଇଣ୍ଡେକ୍ସକୁ ନକଲ କରୁଥିବା ଲାର୍ଜକ୍ୟାପ୍‌ ୟୁନିଭର୍ସରୁ ୩୦ଟି କମ୍‌ ଅସ୍ଥିର ଷ୍ଟକ୍‌ ସାମିଲ ରହିଛି। ଏହି ନୂଆ ଫଣ୍ଡ୍‌ ଅଫର୍‌ ଚଳିତ ମାସ ୨୩ ତାରିଖରେ ବନ୍ଦ ହେବ। ଲାଇସେନ୍ସ ପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍‌ ଓ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡିକ ମାଧ୍ୟମରେ ନିବେଶ କରାଯାଇପାରିବ ଏବଂ ସିଧାସଳଖ ଆଇଡିଏଫ୍‌ସି ଏମ୍‌ଏଫ୍‌ ୱେବ୍‌ସାଇଟ୍‌ ଲିଙ୍କ୍‌ ଜରିଆରେ ମଧ୍ୟ ନିବେଶ କରାଯାଇପାରିବ। ଏ ସମ୍ପର୍କରେ ଆଇଡିଏଫ୍‌ସି ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ଭାରତୀୟମାନେ ସଞ୍ଚୟକାରୀରୁ ନିବେଶକ ଆଡକୁ ଅଗ୍ରସର ହେଉଥିବାରୁ ଷ୍ଟକ୍‌ ମାର୍କେଟ୍‌ ଅସ୍ଥିରତା ଅନେକ ନୂଆ ନିବେଶକଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ବୋଲି କପୁର ମତବ୍ୟକ୍ତ କରିଛନ୍ତି।

Share