ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍‌ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ, ଦୁଇଟି ଆପଲ୍‌ ଅଥରାଇଜ୍‌ଡ ରିସେଲର ଷ୍ଟୋର କାଭାକା କମ୍ପ୍ଲେକ୍ସ, ଅଇଁଠାପାଲି ମେନରୋଡ ସମ୍ବଲପୁର ଏବଂ ଧର୍ମ ନଗର ବ୍ରହ୍ମପୁରଠାରେ ଶୁଭାରମ୍ଭ କରାଯାଇଛି। ସେହିଭଳି ଏହି ନୂଆ ସ୍ଥଳ ଓଡ଼ିଶାର ଟେକ୍‌ ପ୍ରେମୀଙ୍କୁ ଆପଲ୍‌ର ସର୍ବୋତ୍ତମ ଉତ୍ପାଦ ଯୋଗାଇ ଦେବା ନିମନ୍ତେ ଏବଂ ବ୍ରାଣ୍ଡ୍‌ ଲକ୍ଷ୍ୟରେ ଏକ ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇଛି। ପୂର୍ବ ଭାରତର ଏକମାତ୍ର ଆପଲ ପ୍ରିମିୟମ ସହଭାଗୀ ଭାବେ ଆଇଡେଷ୍ଟିନି ବର୍ତ୍ତମାନ ସମସ୍ତ ଆପଲ୍‌ ସାମଗ୍ରୀର ଲକ୍ଷ୍ୟସ୍ଥଳ ଯିବାକୁ ଅଧିକ ନିକଟତର ହୋଇଯାଇଛି।
ଏ ସମ୍ପର୍କରେ ଆଇଡେଷ୍ଟିନି (ଆପଲ୍‌ ଅଥରାଇଜ୍‌ଡ ରିସେଲର)ର ଡାଇରେକ୍ଟର ବିଜୟ ଡୁଗର କହିଥିଲେ,ଓଡ଼ିଶା ବଜାରରେ ଆମେ ଆମର ଦୁଇଟି ନୂଆ ଷ୍ଟୋର ଖୋଲିଥିବାବେଳେ ଏହା ଆଇଡେଷ୍ଟିନି ନିମନ୍ତେ ଏକ ଆକର୍ଷଣୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ବିଶେଷ କରି ବ୍ରାଣ୍ଡ୍‌ର ଉପଲବ୍ଧତା, ସେବା ଯୋଗାଣ, ନିର୍ଭରଯୋଗ୍ୟତା, ସୁଲଭତା ଏବଂ ସହଜ ଉପକରଣ ବିନିମୟ ବିକଳ୍ପ ଯୋଗାଇ ଦେଇ ଗ୍ରାହକଙ୍କ ଅନୁଭୂତି ଉପର ସ୍ଥାନକୁ ନେବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି। ଏପରିକି ଆମେ ପୂର୍ଣ୍ଣ ନିଶ୍ଚିତଯେ ଏହି ଷ୍ଟୋରଗୁଡିକ ସମ୍ବଲପୁର ଏବଂ ବ୍ରହ୍ମପୁରର ଟେକ୍‌ ପ୍ରେମୀ ନାଗରିକମାନଙ୍କ ନିମନ୍ତେ ପ୍ରିୟ ଆପଲ୍‌ ସ୍ଥଳ ହେବ ବୋଲି ଡୁଗର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri