ଆଦର୍ଶ, ଡେରା ଡିଏଭିରେ ଶତପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୩।୭ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପିଲା ପାସ୍‌ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ୧୦୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଛାତ୍ର ଆଶୁତୋଷ ଦଳାଇ ୯୬.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ଅର୍ପିତ ପୂରବ ସାହୁ ଓ ବିନାୟକ ବେହେରା ୯୫.୪% ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଖଣ୍ଡହତାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଦ୍ୟାଳୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ୯ ଜଣ ଛାତ୍ରୀଛାତ୍ର ରଖିଛନ୍ତି। ଓମ୍‌ ଅଙ୍କିତ ପ୍ରଧାନ ୯୪.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅମିତ୍‌ ପାଲ ୯୩.୬ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ରୁଦ୍ର ପ୍ରସାଦ ସାହୁ ୯୩.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ରୋଟାରୀ ପବ୍ଲିକ ବିଦ୍ୟାଳୟରେ ୧୨୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟରେ ୧୦୨ ଜଣ ପରୀକ୍ଷାର୍ଥୀ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ତେବେ ବିଦ୍ୟାଳୟର ଓମ୍‌କାର ତ୍ରିପାଠୀ ୯୮.୪ ପ୍ରତିଶତ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଆଦର୍ଶ ଇଣ୍ଟରନ୍ୟାଶନାଲ ବିଦ୍ୟାଳୟର ଶତପ୍ରତିଶତ ପିଲା ପାସ୍‌ କରିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହରିପ୍ରସାଦ ଦେହୁରୀ ୯୭.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲିଟିଲ ହାଟ୍‌ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୮୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଶତ ପ୍ରତିଶତ ପରୀକ୍ଷାଫଳ ହୋଇଛି। ରୋଜାଲିନ୍‌ ନାୟକ ଓ ଶମ୍ବବି ଝାଜଝରିଆ ୯୭.୮ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି।
ସେହିପରି ଦ୍ୱାଦଶ ପରୀକ୍ଷାରେ ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ବିଜ୍ଞାନ ବିଭାଗର ୫୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ବିଦ୍ୟାଳୟର ସୁଶ୍ରୀ ଅନ୍ବେଷା ମୁଦୁଲି ୯୫.୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ରୋଟାରି ପବ୍ଲିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୪୬ ଜଣ ପରୀକ୍ଷା ଦେଇଥିବାବେଳେ ୪୫ ଜଣ ପାସ୍‌ କରିଛନ୍ତି। ବିଦ୍ୟାଳୟର ସୌଭିକ୍‌ ଦେ ୯୧.୪ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୨୭ ଜଣ ପରୀକ୍ଷା ଦେଇଥିବାବେଳେ ୨୩ ଜଣ ପାସ୍‌ କରିଛନ୍ତି। ଦୀପ୍ତି ମାଣ୍ଡୋଠିଆ ୮୮.୮ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି। ଡିଏଭି କଳିଙ୍ଗରେ ବିଜ୍ଞାନରେ ୧୨୧ ଜଣ ପରୀକ୍ଷା ଦେଇଥିବାବେଳେ ଶତ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ସ୍ମୃତି ସୁଲଗ୍ନା ବେହେରା ୯୭.୮ ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୩୮ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଦ୍ୟାଳୟର ସ୍ପନ୍ଦନ ସାହୁ ୯୮.୮ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଡେରାର ଡିଏଭି ବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୪୮ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଜ୍ଞାନରେ ବିଦ୍ୟାଳୟର ପି.ଶ୍ରେୟାଂଶୁ ଅନୁପମ୍‌ ୯୮.୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି। ବାଣିଜ୍ୟରେ ଶୁଭଙ୍କର ୯୭.୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନୁଗୋଳର ଲିଟିଲ ହାଟ୍‌ ବିଦ୍ୟାଳୟରେ ୧୦୯ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ଶିଖର ସାହୁ ୯୧ ପ୍ରତିଶତ ଓ ବାଣିଜ୍ୟରେ ଶିଭିକା ଅଗ୍ରୱାଲ ୯୬ ପ୍ରତିଶତ ରଖି ପ୍ରଥମ ହୋଇଛନ୍ତି। ହ୍ୟୁମାନ୍‌ଟାଇଜ୍‌ ପାଠ୍ୟକ୍ରମରେ ବିଧି ପ୍ରକାଶ ପାଣି ୮୭ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri