Categories: ବାଣିଜ୍ୟ

ଫାସ୍‌ଟାଗ୍‌ରେ ଆଇସିଆଇସିଆଇ, ଫୋନ୍‌ପେ ଚୁକ୍ତି

ନୂଆଦିଲ୍ଲୀ,୧୧।୪:  ଫୋନ୍‌ପେ ଆପ୍‌ରେ ୟୁପିଆଇକୁ ବ୍ୟବହାର ଦ୍ୱାରା ଫାସ୍‌ଟାଗ୍‌ ଜାରି କରାଯିବ। ଏ ନେଇ ଫୋନ୍‌ପେ ଏବଂ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଭଳି ପଦକ୍ଷେପ ଦ୍ୱାରା ଫୋନ୍‌ପେରେ ଥିବା ୨୮୦ ନିୟୁତ ଗ୍ରାହକ ଅତି ସହଜରେ ଫାସ୍‌ଟାଗ୍‌ ପାଇବାକୁ ସକ୍ଷମ ହେବେ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଫାସ୍‌ଟାଗ୍‌ କିଣିବାର ସୁବିଧା ମିଳିବ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟୋର କିମ୍ବା ଟୋଲ୍‌ ପ୍ଲାଜାକୁ ଦୌଡ଼ିବାକୁ ପଡିବ ନାହିଁ। ଫାସ୍‌ଟାଗ୍‌ର ଡିଜିଟାଲ ଗ୍ରହଣୀୟତା ବଢ଼ାଇବା ଲାଗି ଫୋନ୍‌ପେ ଏବଂ ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରି ଅତ୍ୟନ୍ତ ଖୁସି ବୋଲି ଆଇସିଆଇସିଆଇର ଅନ୍‌ସିକ୍ୟୁରଡ ଆସେଟ୍‌ସ ମୁଖ୍ୟ ସୁଦୀପ୍ତ ରାୟ କହିଛନ୍ତି। ଏହାଦ୍ୱାରା ଫୋନ୍‌ପେର ନିୟୁତାଧିକ ୟୁଜର ଫାସ୍‌ଟାଗ୍‌ ଲାଗି ଆବେଦନ କରିପାରିବେ। ଯେଉଁମାନେ ୟୁପିଆଇର ଗ୍ରାହକ ନୁହନ୍ତି ସେମାନେ ଏହାକୁ ମଧ୍ୟ ବରାଦ କରିପାରିବେ। ପରବର୍ତ୍ତୀ ସମୟରେ ୟୁପିଆଇ ମାଧ୍ୟମରେ ଏହାକୁ ରିଚାର୍ଜ କରାଯାଇପାରିବ।

Share