Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କ୍‌ର ‘ଫେଷ୍ଟିଭ୍‌ ବୋନାଞ୍ଜା’

ନୂଆଦିଲ୍ଲୀ,୨୪ା୯: ଚଳିତ ବର୍ଷର ପାର୍ବଣଋତୁକୁ ନଜରରେ ରଖି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଫେଷ୍ଟିଭ୍‌ ବୋନାଞ୍ଜା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ବ୍ୟାପକ ପ୍ରକାର ଅଫର ସହ ରିହାତି ଓ ୨୫ହଜାର ଟଙ୍କାର କ୍ୟାଶବ୍ୟାକ୍‌ ସୁବିଧାକୁ ମଧ୍ୟ ବ୍ୟାଙ୍କର ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, କଞ୍ଜୁମର ଫାଇନାନ୍ସ ଓ କାର୍ଡଲେସ୍‌ ଇଏମ୍‌ଆଇକୁ ବ୍ୟବହାର କରି ଉପଭୋଗ କରିପାରିବେ। ଏପରିକି ବ୍ୟାଙ୍କର ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡକୁ ବ୍ୟବହାରକରି ଇଏମ୍‌ଆଇ ଜରିଆରେ ମଧ୍ୟ ଗ୍ରାହକମାନେ ଉପରୋକ୍ତ ଅଫରଗୁଡ଼ିକୁ ହାସଲ କରିପାରିବେ। ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା କହିଛନ୍ତି, ଆମ ଗ୍ରାହକମାନଙ୍କ ପାଇଁ ଫେଷ୍ଟିଭ୍‌ ବୋନାଞ୍ଜା ଅଫର ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣାକରି ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ। ଯେଉଁଥିରେ କିଣାକିଣି ଓ ବ୍ୟୟ ଉପରେ ବ୍ୟାପକ ଅଫର,ରିହାତି ଓ କ୍ୟାଶ୍‌ବ୍ୟାକ୍‌ ସୁବିଧା ରହିଛି। ସେହିଭଳି ବିଭିନ୍ନ ପ୍ରକାର ଉପତ୍ାଦ ଓ ସେବା ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରିବା ଲାଗି ଆମେ ଅଗ୍ରଣୀ ବ୍ରାଣ୍ଡ୍‌ ଓ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ସହ ସହଯୋଗିତା ମଧ୍ୟ ସ୍ଥାପନ କରିଛୁ। ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍‌-କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ କଞ୍ଜୁମର ଫାଇନାନ୍ସକୁ ବ୍ୟବହାରକରି ଗ୍ରାହକମାନେ ଉକ୍ତ ଅଫରର ସୁବିଧା ହାସଲ କରିପାରିବେ। ତା’ ସହ ପସନ୍ଦର ଗାଜେଟ୍‌,ହୋମ୍‌ ଆପ୍ଲାଏନ୍‌ସେସ୍‌ ଓ ଅନ୍ୟାନ୍ୟ ଜିନିଷ କିଣିବା ଲାଗି ନୋ କଷ୍ଟ ଇଏମ୍‌ଆଇଠାରୁ ଫାଇନାନ୍ସ ପର୍ଯ୍ୟନ୍ତ ଏବଂ ଆମର ବ୍ୟାଙ୍କିଙ୍ଗ୍‌ ସମାଧାନଗୁଡ଼ିକ ଯଥା ଗୃହ ଋଣ, ବାଲାନ୍ସ ଟ୍ରାନ୍ସଫର୍‌, ସମ୍ପତ୍ତି ବଦଳରେ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ଦୁଇଚକିଆ ଋଣ, କାର୍ଡଲେସ୍‌ ଇଏମ୍‌ଆଇ ଆଦି ଉପରେ ଆମେ ଉତ୍ସବ ଲାଭ ଉପସ୍ଥାପନ କରିଛୁ। ଆମେ ଆଶା କରୁଛୁ ଯେ ଏହି ଅଫରଗୁଡ଼ିକ ଗ୍ରାହକମାନଙ୍କୁ ଅଧିକ ଖୁସି ଓ ଉତ୍ସାହ ପ୍ରଦାନ କରିବ।
ସେହିପରି ପ୍ରମୁଖ ଅନ୍‌ଲାଇନ ଶପିଙ୍ଗ୍‌ ସାଇଟ୍‌ରେ ଶପିଙ୍ଗ୍‌ କଲେ ଗ୍ରାହକମାନେ ୧୦% ରିହାତି ପାଇବେ। ଏପରିକି ଇଲେକ୍ଟ୍ରୋନିକ୍ସ ଓ ଗାଜେଟ୍‌ ଶପିଙ୍ଗ୍‌ ଉପରେ ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସୁବିଧା ରହିଛି।

Share