୧ ଘଣ୍ଟାରେ ୧୦୦୦ରୁ ଅଧିକ ଭୂକମ୍ପ ଝଟକା, ପୃଥିବୀର ଏହି ଭାଗରେ ଆତଙ୍କ, ବନ୍ଦ କରିବାକୁ ପଡିଲା ଏହି ସୁନ୍ଦର ସ୍ଥାନ

ରେକଜାଭିକ,୧୧।୧୧: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି। ଭୂକମ୍ପ ଯୋଗୁ ହୋଉଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି। ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ ଥରେ ରେକର୍ଡ କରାଯାଇଥିଲା। କିନ୍ତୁ ଗୋଟିଏ ସ୍ଥାନ ଅଛି ଯେଉଁଠାରେ ୧୦୦୦ରୁ ଅଧିକ ଥର ଭୂକମ୍ପ ଘଟିଛି। ଯେଉଁ କାରଣରୁ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପଡିଛି।

ବାସ୍ତବରେ, ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଛି, ଯାହା ବ୍ଲୁ ଲଗୁନ ଭାବରେ ଜଣାଶୁଣା । ଏହାକୁ ପର୍ଯ୍ୟଟକଙ୍କ ପାଇଁ ୧୬ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକଜାଭିକ ଉପଦ୍ୱୀପ ଅଞ୍ଚଳରେ ପ୍ରାୟ ୧୪୦୦ ଭୂକମ୍ପ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ସାତଟି ଭୂକମ୍ପ ଏପରି ଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ଚାରି କିମ୍ବା ଅଧିକରେ ମାପ କରାଯାଇଛି।

Share