Posted inଫୁରସତ

ଏମିତି ଆଇସ୍‌କ୍ରିମ୍‌, ଯାହା ତରଳି ନ ଥାଏ; ଦାମ୍‌ ଜାଣିଲେ…

ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍‌କ୍ରିମ୍‌ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ ଜାଣିଛେ। ମାତ୍ର ଚାଇନାରେ ଏହି ସମସ୍ୟାର ସମାଧାନ ପାଇଁ ଏପରି ଏକ ଆଇସ୍‌କ୍ରିମ୍‌ ତିଆରି ହୋଇଛି, ଯାହା ତରଳି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଚାଇନାର ପ୍ରିମିୟମ୍‌ ଆଇସ୍‌କ୍ରିମ୍‌ କମ୍ପାନୀ ଏପରି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି, ଯାହା ୩୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ମଧ୍ୟ ତରଳି ନ ଥାଏ। ଏହି ଆଇ୍‌ସ୍‌କ୍ରିମ୍‌କୁ ନେଇ ଏବେ ଚାଇନାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ସହ ଏକ ବିବାଦ ମଧ୍ୟ ମୁଣ୍ଡ ଟେକିଛି।

ଚାଇନାର ପ୍ରସିଦ୍ଧ ଆଇସ୍‌କ୍ରିମ୍‌ କମ୍ପାନୀ ଜୋଙ୍ଗ୍‌ସୁଏଗାଓ ଏପରି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି। ଏହି କମ୍ପାନୀ ଏହାର ଉଚ୍ଚ ଗୁଣବତ୍ତା ଉତ୍ପାଦ ପାଇଁ ଚାଇନାରେ ବେଶ୍‌ ଜଣାଶୁଣା। ଚାଇନାର ସୋସିଆଲ ମିଡିଆରେ ଜଣେ ୟୁଜର ଉକ୍ତ କମ୍ପାନୀର ଆଇସ୍‌କ୍ରିମ୍‌ ଥର୍ମୋମିଟରରେ ପରୀକ୍ଷା କରୁଥିବାର ଏକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଆଇସ୍‌କ୍ରିମ୍‌ ୩୧ ଡିଗ୍ରୀ ସେଲ୍‌ସିୟସ୍‌ରେ ମଧ୍ୟ ତରଳି ନ ଥିଲା। ଆଇସ୍‌କ୍ରିମ୍‌କୁ ଏହି ତାପମାତ୍ରାରେ ପ୍ରାୟ ଦେଢ଼ ଘଣ୍ଟା ରଖାଯାଇଥିଲା ତଥାପି ଏହା ତରଳି ନ ଥିଲା। ଏହା ପରେ ଲୋକମାନେ ଆଇସ୍‌କ୍ରିମ୍‌ ପରୀକ୍ଷା ଆରମ୍ଭ କଲେ। କେହି କେହି ଆଇସ୍‌କ୍ରିମ୍‌କୁ ସିଧାସଳଖ କ୍ୟାଣ୍ଡେଲର ନିଆଁ ଲଗାଇଥିଲେ ମାତ୍ର ଏହା ତରଳି ନ ଥିଲା।

ଏହି ଆଇସ୍‌କ୍ରିମ୍‌କୁ ନେଇ ବହୁ ଚର୍ଚ୍ଚା ପରେ ଜୋଙ୍ଗ୍‌ସୁଏଗାଓ କମ୍ପାନୀ କହିଛି, ଏଥିରେ ବ୍ୟବହୃତ ତାପମାତ୍ର ବୃଦ୍ଧିକାରୀ ଏଜେଣ୍ଟ ଯୋଗୁ ଆଇସ୍‌କ୍ରିମ୍‌ ସହଜରେ ତରଳିଯାଏ ନାହିଁ। ଏଥିସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ଏବଂ ଏହା ଜାତୀୟ ଖାଦ୍ୟ ନିରାପତ୍ତା ଦ୍ୱାରା ପ୍ରମାଣିତ ହୋଇଛି। ଯେହେତୁ ଏହି ବ୍ରାଣ୍ଡ୍‌ ଚାଇନାର ଏକ ପ୍ରିମିୟମ୍‌ ବ୍ରାଣ୍ଡ୍‌ ଏବଂ ଏହାର ଶସ୍ତା ଆଇସ୍‌କ୍ରିମର ମୂଲ୍ୟ ମଧ୍ୟ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଏଭଳି ପରିସ୍ଥିତିରେ ଏହାର ବଦନାମ ନ କରିବାକୁ କମ୍ପାନୀ ଲୋକଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri