Posted inଫୁରସତ

ଏମିତି ଆଇସ୍‌କ୍ରିମ୍‌, ଯାହା ତରଳି ନ ଥାଏ; ଦାମ୍‌ ଜାଣିଲେ…

ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍‌କ୍ରିମ୍‌ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ ଜାଣିଛେ। ମାତ୍ର ଚାଇନାରେ ଏହି ସମସ୍ୟାର ସମାଧାନ ପାଇଁ ଏପରି ଏକ ଆଇସ୍‌କ୍ରିମ୍‌ ତିଆରି ହୋଇଛି, ଯାହା ତରଳି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଚାଇନାର ପ୍ରିମିୟମ୍‌ ଆଇସ୍‌କ୍ରିମ୍‌ କମ୍ପାନୀ ଏପରି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି, ଯାହା ୩୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ମଧ୍ୟ ତରଳି ନ ଥାଏ। ଏହି ଆଇ୍‌ସ୍‌କ୍ରିମ୍‌କୁ ନେଇ ଏବେ ଚାଇନାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ସହ ଏକ ବିବାଦ ମଧ୍ୟ ମୁଣ୍ଡ ଟେକିଛି।

ଚାଇନାର ପ୍ରସିଦ୍ଧ ଆଇସ୍‌କ୍ରିମ୍‌ କମ୍ପାନୀ ଜୋଙ୍ଗ୍‌ସୁଏଗାଓ ଏପରି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିଛି। ଏହି କମ୍ପାନୀ ଏହାର ଉଚ୍ଚ ଗୁଣବତ୍ତା ଉତ୍ପାଦ ପାଇଁ ଚାଇନାରେ ବେଶ୍‌ ଜଣାଶୁଣା। ଚାଇନାର ସୋସିଆଲ ମିଡିଆରେ ଜଣେ ୟୁଜର ଉକ୍ତ କମ୍ପାନୀର ଆଇସ୍‌କ୍ରିମ୍‌ ଥର୍ମୋମିଟରରେ ପରୀକ୍ଷା କରୁଥିବାର ଏକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଆଇସ୍‌କ୍ରିମ୍‌ ୩୧ ଡିଗ୍ରୀ ସେଲ୍‌ସିୟସ୍‌ରେ ମଧ୍ୟ ତରଳି ନ ଥିଲା। ଆଇସ୍‌କ୍ରିମ୍‌କୁ ଏହି ତାପମାତ୍ରାରେ ପ୍ରାୟ ଦେଢ଼ ଘଣ୍ଟା ରଖାଯାଇଥିଲା ତଥାପି ଏହା ତରଳି ନ ଥିଲା। ଏହା ପରେ ଲୋକମାନେ ଆଇସ୍‌କ୍ରିମ୍‌ ପରୀକ୍ଷା ଆରମ୍ଭ କଲେ। କେହି କେହି ଆଇସ୍‌କ୍ରିମ୍‌କୁ ସିଧାସଳଖ କ୍ୟାଣ୍ଡେଲର ନିଆଁ ଲଗାଇଥିଲେ ମାତ୍ର ଏହା ତରଳି ନ ଥିଲା।

ଏହି ଆଇସ୍‌କ୍ରିମ୍‌କୁ ନେଇ ବହୁ ଚର୍ଚ୍ଚା ପରେ ଜୋଙ୍ଗ୍‌ସୁଏଗାଓ କମ୍ପାନୀ କହିଛି, ଏଥିରେ ବ୍ୟବହୃତ ତାପମାତ୍ର ବୃଦ୍ଧିକାରୀ ଏଜେଣ୍ଟ ଯୋଗୁ ଆଇସ୍‌କ୍ରିମ୍‌ ସହଜରେ ତରଳିଯାଏ ନାହିଁ। ଏଥିସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ଏବଂ ଏହା ଜାତୀୟ ଖାଦ୍ୟ ନିରାପତ୍ତା ଦ୍ୱାରା ପ୍ରମାଣିତ ହୋଇଛି। ଯେହେତୁ ଏହି ବ୍ରାଣ୍ଡ୍‌ ଚାଇନାର ଏକ ପ୍ରିମିୟମ୍‌ ବ୍ରାଣ୍ଡ୍‌ ଏବଂ ଏହାର ଶସ୍ତା ଆଇସ୍‌କ୍ରିମର ମୂଲ୍ୟ ମଧ୍ୟ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଏଭଳି ପରିସ୍ଥିତିରେ ଏହାର ବଦନାମ ନ କରିବାକୁ କମ୍ପାନୀ ଲୋକଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri