Posted inଫୁରସତ

ଆଇସ୍‌କ୍ରିମ

ଖରାଦିନେ ଥଣ୍ଡା ଥଣ୍ଡା ଆଇସ୍‌କ୍ରିମ ଖାଇବାକୁ ଭାରି ଇଛା ହୁଏ। ଛୋଟରୁ ବଡ଼ ସମସ୍ତଙ୍କର ଇଏ ପ୍ରିୟ। ଏହାର ଶୀତଳତା ଓ ସ୍ବାଦ, ଦେହମନକୁ ଖୁସି କରିଦିଏ। ହେଲେ ଜାଣନ୍ତି କି ଏହାକୁ ପ୍ରଥମେ କିଏ ଓ କେବେ ତିଆରି କରିଥିଲେ? ଜାଣନ୍ତୁ
ସେ ସମ୍ପର୍କରେ…

ଆଇସ୍‌୍‌କ୍ରିମ୍‌ର ନାଁ ଶୁଣିଲେ ହିଁ ଖାଇବାକୁ ଇଛା ହୁଏ। ତେବେ ଜାଣନ୍ତିକି ଏହା ପ୍ରଥମେ କେବେ ତିଆରି ହୋଇଥିଲା? ପଥରରେ ଅଙ୍କିତ ପ୍ରାଚୀନ ଲିପି ଅନୁଯାୟୀ ଖ୍ରୀ.ପୂ. ୧୭୮୦ରେ ମାରୀ(ଆଧୁନିକ ସିରିୟା)ର ରାଜା ଜିମ୍‌ରି ଲିମ୍‌ ଉତ୍ତର ମେସୋପଟାମିଆର ଟେର୍କା ସହରରେ ଏକ ଆଇସ୍‌ ହାଉସ୍‌ ତିଆରି କରିଥିଲେ। ଯାହା ମଧ୍ୟରେ ପାହାଡରୁ ବରଫ ଆଣି ଜମା କରାଯାଉଥିଲା। ଆଉ କିଛି ତଥ୍ୟ କହେ ଆଇସ୍‌କ୍ରିମ ପରି ଖାଦ୍ୟ ଖ୍ରୀ.ପୂ.୫୫୦ରେ ଇରାନରେ ପର୍ସିମାନେ ଆରମ୍ଭ କରିଥିଲେ। ତେବେ ସେତେବେଳେ ତ ଆଜି ପରି ରେଫ୍ରିଜିରେଟର୍‌ ନ ଥିଲା। ତା’ହେଲେ ସେମାନେ ଆଇସ୍‌କ୍ରିମ କିଭଳି କରୁଥିଲେ? ସେମାନେ ବି ‘ୟଖଚଲ’ ନାମକ ଆଇସ୍‌ ହାଉସ୍‌ ତିଆରି କରୁଥିଲେ। ୟଖ ଅର୍ଥ ବରଫ ଓ ଚଲ ଅର୍ଥ ଗାର୍ତ୍ର। ତଳୁ ଗୋଲେଇ ହୋଇ ଉପର ଆଡକୁ ମୁନିଆ ହୋଇଥିବା ଏହି ଘରେ ଏକ ଗଭିର ଗାର୍ତ୍ର ରହୁଥିଲା। ଯେଉଁଠାରେ ସେମାନେ ବରଫ ଜମା କରୁଥିଲେ। ବରଫ ଘରକୁ ଏଭଳି ଉପାଦାନରେ ତିଆରି କରାଯାଉଥିଲା ଯାହାଦ୍ୱାରା ମରୁଭୂମିର ଗରମରେ ବି ବରଫ ତରଳୁ ନ ଥିଲା। ଆଉ ବରଫ ସୁରକ୍ଷିତ ରହୁଥିଲା। ଏହି ବରଫରେ ଅଙ୍ଗୁର ରସ ମିଶାଇ ସେମାନେ ପିଉଥିଲେ। ତାସହ ଏହାକୁ ବ୍ୟବହାର କରି ଫାଲୁଦା ବି ତିଆରି କରାଯାଉଥିଲା। ଏହାଛଡା ରୋମ୍‌ର ରୋଷେଇ ପୁସ୍ତକରୁ ଜଣାପଡେ ଯେ, ପ୍ରଥମ ଶତାବ୍ଦୀ ବେଳକୁ ଏକପ୍ରକାରର ମିଷ୍ଟାନ୍ନ ଯାହା ଉପରେ ବରଫ ପକାଯାଉଥିଲା ବହୁତ ଲୋକପ୍ରିୟ ଥିଲା। ସେହିଭଳି ୬୧୮-୬୯୭ ଖ୍ରୀ.ରେ ଚାଇନାର ରାଜା ତେଙ୍ଗ ପ୍ରଥମକରି ଖୀରରେ ତିଆରି ଆଇସ୍‌କ୍ରିମ କରି ଖାଇଥିଲେ। ଯେଉଁଥିରେ ଚାଉଳ ଗୁଣ୍ଡ, ଖୀର ଓ କର୍ପୁର ଆଦିକୁ ଏକାସାଙ୍ଗରେ ସିଝାଇ ତାକୁ ବରଫରେ ରଖି ଆଇସ୍କ୍ରିମ ତିଆରି କରାଯାଉଥିଲା। ଏହାକୁ ତିଆରି କରିବା ଲାଗି ୯୦ ଜଣ ଲୋକଙ୍କୁ ରଖାଯାଇଥିଲା। ଜାପାନରେ କାକିଗୋରି ନାମକ ମିଷ୍ଟାନ୍ନ ବରଫ ଓ ଫ୍ଲେଭର୍‌ ଦିଆ ସିରପ୍‌ ମିଶାଇ ପ୍ରସ୍ତୁତ କରାଯାଉଥିଲା, ଯାହାକି ହିଆନ ରାଜବଂଶ ସମୟରେ ଆରମ୍ଭ ହୋଇଥିଲା। ଏହି ଡେଜର୍ଟରେ ଶୀତଦିନରୁ ସଂରକ୍ଷିତ କରି ରଖାଯାଇଥିବା ବରଫ ପକାଇ ରାଜାଙ୍କୁ ଦିଆଯାଉଥିଲା। ଏହା ବି କୁହାଯାଏ ମାର୍କୋପୋଲୋ ୧୨୫୪ରୁ ୧୩୨୪ ମଧ୍ୟରେ ଚାଇନାକୁ ଯାତ୍ରା କରିଥିଲେ। ଆଉ ସେ ଚାଇନାରୁ ଆଇସ୍‌କ୍ରିମ ତିଆରି ପଦ୍ଧତି ଶିଖିଥିଲେ। କୁହାଯାଏ ମାର୍କୋପୋଲୋ ଇଟାଲୀରେ ପ୍ରଥମେ ଆଇସ୍‌କ୍ରିମ ତିଆରି କରିଥିଲେ । ୧୫୩୩ରେ ଇଟାଲୀର ରାଜକୁମାରୀଙ୍କ ବିବାହ ଯେବେ ଫ୍ରାନ୍ସର ରାଜା ହେନେରୀ୨ଙ୍କ ସହ ହେଲା ରାଜକୁମାରୀ ନିଜ ସହ ଇଟାଲୀୟ ସେଫ୍‌ ନେଇକି ଯାଇଥିଲେ। ଯେକି ବରଫରେ ତିଆରି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହିଭଳିଭାବେ ଫ୍ରାନ୍ସରେ ବି ଆଇସ୍‌କ୍ରିମ ପହଞ୍ଚତ୍ଗଲା। ଷୋଡଷ ଶତାବ୍ଦୀରେ ଦକ୍ଷିଣ ଏସିଆରେ ଆଇସ୍‌କ୍ରିମ ମୋଗଲ ସମ୍ରାଟଙ୍କ ସହ ଆସିଥିଲା। ମୋଗଲ ସମ୍ରାଟ ଆକବର୍‌ଙ୍କୁ ଖୁସି କରିବା ଲାଗି ଏହି ଥଣ୍ଡା ଡେଜର୍ଟ ତିଆରି କରାଯାଉଥିବା ଆଇନ ଇ ଆକବରୀ ଓ ଆକବରନାମାରେ ଲିଖିତ ଅଛି। ତାସହ ଏହାକୁ ତିଆରି କରିବା ଲାଗି ଆବଶ୍ୟକୀୟ ବରଫ ଆଣିବାକୁ ଘୋଡାଚାଳକଙ୍କୁ ହିନ୍ଦୁକୁଶ ପାହାଡକୁ ପଠାଯାଉଥିଲା। ସେହି ବରଫରେ ସର୍ବତ ଓ କୁଲ୍ଫି , ଯାହାକି ଏକ ପାରମ୍ପରିକ ଆଇସକ୍ରିମ ଭାବେ ପରିଚିତ ତିଆରି କରାଯାଉଥିଲା। ୧୬୭୧ରେ ବ୍ରିଟେନ୍‌ର ଶାସକ ଚାର୍ଲସ ୨ୟଙ୍କ ନିକଟକୁ ଆଇସ୍‌କ୍ରିମ ପହଞ୍ଚତ୍ଥିଲା। ସେ ଏହାଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ, ନିଜ ରୋଷେଇୟାଙ୍କୁ ଏହାର ପ୍ରସ୍ତୁତି ପଦ୍ଧତି ଗୁପ୍ତ ରଖିବାକୁ କହିଥିଲେ। ୧୭୪୪ରେ ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀରେ ଆଇସ୍‌କ୍ରିମ ଶବ୍ଦ ପ୍ରକାଶ ପାଇଥିଲା। ପରେ ଆଇସ୍‌କ୍ରିମ ଆମେରିକାରେ ପହଞ୍ଚତ୍ଥିଲା। ବେଞ୍ଜାମିନ ଫ୍ରାଙ୍କଲିନ୍‌, ଜର୍ଜ ଓ୍ବାଶିଂଟନ, ଥମାସ୍‌ ଜୈଫରସନ୍‌ ଆଦି ଆଇସ୍‌କ୍ରିମ ପ୍ରିୟ ଥିଲେ। ୧୮୫୧ରେ ଇନ୍‌ସୁଲେଟେଡ ଆଇସ୍‌ ହାଉସ୍‌ ଆବିଷ୍କାର ହେଲା। ଏହାପରେ ଯାଇ ଆଇସ୍‌କ୍ରିମ ବହୁଳ ମାତ୍ରାରେ ତିଆରି ହୋଇପାରିଲା। ଆମେରିକା, ଓ୍ବାଲ୍ଟିମୋରର ଦୁଗ୍ଧ ବ୍ୟାପାରୀ ଜ୍ୟାକବ ଫସେଲ ପ୍ରଚୁର ମାତ୍ରାରେ ଆଇସ୍‌କ୍ରିମ ପ୍ରସ୍ତୁତ କଲେ। ଯାହାଦ୍ୱାରା ଏହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ପାରିଲା। ତେଣୁ ତାଙ୍କୁ ଫାଦର ଅଫ୍‌ ଆଇସ୍‌କ୍ରିମ ଇଣ୍ଡଷ୍ଟ୍ରୀ ବୋଲି କୁହାଯାଏ। ଇଂଲଣ୍ଡର ଏଗ୍ନେଶ ମାର୍ଶଲ ୧୮୮୫-୧୮୯୪ ମଧ୍ୟରେ ଆଇସ୍‌କ୍ରିମ ଉପରେ ୪ଟି ପୁସ୍ତକ ରଚନା କରିଥିଲେ। ଯାହାଦ୍ୱାରା ଏହାର ପ୍ରସିଦ୍ଧି ଚାରିଆଡେ ବ୍ୟାପିଗଲା। ସେ ଆଇସ୍‌କ୍ରିମ ତିଆରି ପାଇଁ ଲିକ୍ୱିଡ ନାଇଟ୍ରୋଜେନ୍‌ର ପ୍ରସ୍ତାବ ବି ଦେଇଥିଲେ। ଏହିଭଳି ଧୀରେ ଧୀରେ ଆଇସ୍‌କ୍ରିମ ସାରା ବିଶ୍ୱରେ ପରିଚିତ ହେବା ସହ ସମସ୍ତଙ୍କର ପ୍ରିୟ ହୋଇପାରିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri