Posted inଖେଳ

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ନିକଟରେ ଏଭଳି କିଛି କରିଥଲା ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବୋର୍ଡ ଟୁର୍ନାମେଣ୍ଟର ଟ୍ରଫିକୁ ବିଭିନ୍ନ ସ୍ଥାନକୁ ନିଆଯିବ  ବୋଲି କହିଥିଲା। ହେଲେ ଆଇସିସି ଏବେ ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି।
ବିସିସିଆଇ ସଚିବ ଜୟ ଶାହା ପାକିସ୍ତାନ ଅଧିକୃତ କଶ୍ମୀରରେ ଟ୍ରଫି ବୁଲାଇବାକୁ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିଲେ ଏବଂ ନିନ୍ଦା କରିଥିଲେ। ଏହି ଘଟଣା ପରେ ଆଇସିସି ପିସିବିକୁ ଚାମ୍ପିଅନ୍ସ ଟ୍ରଫିକୁ କୌଣସି ବିବାଦୀୟ ସ୍ଥାନକୁ ନେବାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ଏଣୁ ଚାମ୍ପିଅନ୍ସ ଟ୍ରଫିର ଯାତ୍ରା ପିଓକେକୁ ହେବ ନାହିଁ। ଆଇସିସି ନୂତନ ସହରର ନାମ ଘୋଷଣା କରିଥିବା ବେଳେ ଏଥିରେ ପିଓକେର କୌଣସି ସହର ନାହିଁ।
ଆଇସିସିର ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ୧୬ ନଭେମ୍ବରରେ ଇସଲାମାବାଦ, ୧୭ ନଭେମ୍ବରରେ ତକ୍ଷଶିଳା ଏବଂ ଖାନ୍‌ପୁର, ୧୮ ନଭେମ୍ବରରେ ଆବଟ୍ଟାବାଦ, ୧୯ ନଭେମ୍ବରରେ ମୁରେ, ୨୦ ନଭେମ୍ବରରେ ନାଥିଆ ଗଲି ଏବଂ ୨୨ ରୁ ୨୫ ନଭେମ୍ବରରେ କରାଚି ଯାତ୍ରା କରିବ। ଏହା ପରେ ବାକି ୭ ଟି ଦେଶକୁ ଟ୍ରଫି ପଠାଯିବ, ଯିଏ ଏହି ଟୁର୍ନାମେଣ୍ଟରେ ଖେଳବେ। ଏଥିରେ ଭାରତର ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଚାମ୍ପିଅନ୍ସ ଟ୍ରଫି ଯାତ୍ରା ୧୫ ଜାନୁୟାରୀ ୨୦୦୫ ରୁ ୨୬ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଭାରତରେ ଚାଲିବ, ଏହା ପରେ ଟ୍ରଫି ଆୟୋଜକ ପାକିସ୍ତାନକୁ ଫେରିଯିବ ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ଯାତ୍ରା କାର୍ଯ୍ୟସୂଚୀ
୧୬ ନଭେମ୍ବର ଇସଲାମାବାଦ, ପାକିସ୍ଥାନ
୧୭ ନଭେମ୍ବର – ପାକିସ୍ତାନ ଟ୍ୟାକ୍ସିଲା ଏବଂ ଖାନପୁର
୧୮ ନଭେମ୍ବର ଆବୋଟାବାଦ, ପାକିସ୍ତାନ
୧୯ ନଭେମ୍ବର- ମୁରି, ପାକିସ୍ଥାନ
୨୦ ନଭେମ୍ବର- ନାଥିଆ ଗାଲି, ପାକିସ୍ଥାନ
୨୨ – ୨୫ ନଭେମ୍ବର – କରାଚି, ପାକିସ୍ଥାନ
୨୬ – ୨୮ ନଭେମ୍ବର – ଆଫଗାନିସ୍ତାନ
୧୦ – ୧୩ ଡିସେମ୍ବର – ବାଂଲାଦେଶ
୧୫ ୨୨ ଡିସେମ୍ବର ଦକ୍ଷିଣ ଆଫ୍ରିକା
୨୫ ଡିସେମ୍ବର ୫ ଜାନୁଆରୀ ଅଷ୍ଟ୍ରେଲିଆ
୬ ୧୧ ଜାନୁଆରୀ ନ୍ୟୁଜିଲ୍ୟାଣ୍ଡ
୧୨ ୧୪ ଜାନୁଆରୀ ଇଂଲଣ୍ଡ
୧୫ ୨୬ ଜାନୁଆରୀ ଭାରତ
୨୭ ଜାନୁଆରୀରୁ ପାକିସ୍ତାନ

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri