Categories: ଖେଳ

ରେଣୁକାକୁ ମିଳିଲା ୧୩ ସ୍ଥାନ, ୭ତମ ସ୍ଥାନ ବଜାୟ ରଖିଲେ ଦୀପ୍ତି

ଦୁବାଇ,୧୪।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ କରିଛି। ଏଥିରେ ଭାରତ ସିମର ରେଣୁକା ସିଂ ୫ ସ୍ଥାନ ପଦୋନ୍ନତି ପାଇ ଶ୍ରେଷ୍ଠ ବୋଲର ତାଲିକାର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ସ୍ପିନର ଦୀପ୍ତି ଶର୍ମା ତାଙ୍କ ୭ମ ସ୍ଥାନ ବଜାୟ ରଖିଛନ୍ତି।

ଗତ ସପ୍ତାହରେ ଚେଷ୍ଟର-ଲି-ଷ୍ଟ୍ରିଟ୍‌ଠାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଭାରତ ୯ ଉଇକେଟରେ ପରାଜିତ ହୋଇଥିଲେ। ଏଥିରେ ରେଣୁକା ତାଙ୍କ ୪ ଓଭର ବୋଲିଂରେ ମାତ୍ର ୨୩ ରନ୍‌ ଦେଇଥିଲେ। ତାଙ୍କ ରେଟିଂ ପଏଣ୍ଟ ବର୍ତ୍ତମାନ ୬୧୨ ରହିଛି। ଦୀପ୍ତି ଭାରତର ଏକମାତ୍ର ବୋଲର ଭାବେ ଟପ୍‌ ୧୦ରେ ତିଷ୍ଠି ରହିଛନ୍ତି। ସେ ଆହୁୁରି ମଧ୍ୟ ଅଲରାଉଣ୍ଡର ତାଲିକାର ୪ର୍ଥ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଭାବେ ସ୍ମୃତି ମନ୍ଧାନା (୭୧୦ ପଏଣ୍ଟ) ଏବଂ ଜେମିମା ରୋଡ୍ରିଗୁଏଜ୍‌ (୬୨୪) ଯଥାକ୍ରମେ ସେମାନଙ୍କ ୬ଷ୍ଠ ଓ ୧୦ମ ସ୍ଥାନ ବଜାୟ ରଖିଛନ୍ତି।

Share