Posted inଖେଳ

ଆସିଲା ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗ ଆସିଲା: ଜାଣନ୍ତୁ ଭାରତର କେଉଁ ଖେଳାଳି କେଉଁ ସ୍ଥାନରେ..

ଦୁବାଇ,୧୩ା୫: ଭାରତର ଷ୍ଟାଇଲିସ ଓପନର ସ୍ମୃତି ମନ୍ଧାନା ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ସ୍ଥାନ ନିକଟତର ହୋଇଛନ୍ତି। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଗୋଟିଏ ସ୍ଥାନ ପଦୋନ୍ନତି ପାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ମନ୍ଧାନା ଏହା ପୂର୍ବରୁ ଗତଥର ୨୦୧୯ରେ ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟର ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ନିକଟରେ ସେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମୋଟ ୫ଟି ଇନିଂସରେ ୨୬୪ରନ ସଂଗ୍ରହ କରି ଟୁର୍ନାମେଣ୍ଟର ଦ୍ୱିତୀୟ ଅଗ୍ରଣୀ ରନ ସ୍କୋରର ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୦୧ ବଲ୍‌ରୁ ୧୧୬ ରନ କରିଥିବା ମନ୍ଧାନା ବର୍ତ୍ତମାନ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଦକ୍ଷିଣ ଆଫ୍ରିକା ଅଧିନାୟିକା ଲାଉରା ଓଭାର୍ଡଟଙ୍କଠାରୁ ୧୧ ରେଟିଂ ପଏଣ୍ଟ ପଛରେ ରହିଛନ୍ତି, ଯିଏକି ତ୍ରିରାଷ୍ଟ୍ରୀୟ ସିରିଜରେ ମାତ୍ର ୮୬ରନ କରିଥିଲେ। ଟୁର୍ନାମେଣ୍ଟରେ ୧୩୯ ରନ କରିଥିବା ଶ୍ରୀଲଙ୍କା ଅଧିନାୟକ ଚାମରୀ ଆଥାପାଥଥୁଙ୍କର ଟପ୍‌ ୧୦ରେ ପଦୋନ୍ନତି ଘଟିଛି। ସେ ୨ ସ୍ଥାନ ପଦୋନ୍ନତି ପାଇ ୭ମକୁ ଉନ୍ନୀତ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗୁଏଜ୍‌ (୫ ପଦୋନ୍ନତି ସହ ୧୫ତମ ସ୍ଥାନ) ଓ ଦକ୍ଷିଣ ଆଫ୍ରିକାର ଚ୍ଲୋ ଟ୍ରାୟନ (୧୮ତମ ସ୍ଥାନରୁ ୯ମ)ଙ୍କ ମଧ୍ୟ ପଦୋନ୍ନତି ଘଟିଛି। ବୋଲର ତାଲିକାରେ ପଦୋନ୍ନତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ଲେୟର ଅଫ୍‌ ଦି ମ୍ୟାଚ ଭାରତୀୟ ସ୍ପିନର ସ୍ନେହ ରାଣା ରହିଛନ୍ତି। ସେ ୪ ସ୍ଥାନ ଉପରକୁ ଉଠି ୩୪ତମ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ ନମ୍ବର ୧ ସ୍ଥାନରେ ରହିଛନ୍ତି। ଟପ୍‌ ୧୦ରେ ଭାରତର ଜଣେ ମାତ୍ର ଖେଳାଳି ଦୀପ୍ତି ଶର୍ମା ୪ର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri