Posted inଖେଳ

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ନାମ ମଧ୍ୟ ସାମିଲ ହୋଇଛି। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ଶିଖର ଧାୱନ (ଭାରତ), ସରଫରାଜ ଅହମ୍ମଦ (ପାକିସ୍ତାନ), ଶେନ ୱାଟସନ (ଅଷ୍ଟ୍ରେଲିଆ) ଏବଂ ଟିମ ସାଉଦି (ନ୍ୟୁଜିଲାଣ୍ଡ)ଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରାଯାଇଛି। ସରଫରାଜ ଅହମ୍ମଦଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହି ଚାରି ଜଣ ବ୍ରାଣ୍ଡ ଆମ୍ବାସାଡର ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ ସ୍ତମ୍ଭ ଲେଖିବେ ଏବଂ ମ୍ୟାଚ ଦେଖିବାକୁ ଆସି ସେମାନଙ୍କର ମତାମତ ରଖିବେ।

ଚାମ୍ପିଅନ୍ସ ଟ୍ରଫିର ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରାଯିବା ପରେ ନିଜର ଖୁସି ପ୍ରକାଶ କରି ଶିଖର ଧାୱନ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିର ଏକ ଅଂଶ ହେବା ନିଜ ପାଇଁ ବହୁତ ସ୍ବତନ୍ତ୍ର। ଆଗାମୀ ଟୁର୍ନାମେଣ୍ଟରେ ବ୍ରାଣ୍ଡ ଆମ୍ବାସାଡର ଭାବରେ ଯୋଗଦେବା ଏକ ସମ୍ମାନର କଥା।
ଶିଖର ଧାୱନ ତାଙ୍କ କ୍ୟାରିୟରରେ ମୋଟ ଦୁଇଥର ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିଥିଲେ। ୨୦୧୩ ଏବଂ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟରେ ଖେଳି ସେ ମୋଟ ୧୦ଟି ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ୭୦୧ ରନ କରିଥିଲେ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ କରିବାର ରେକର୍ଡ ଏବେ ବି ଧାୱନଙ୍କ ନାମରେ ରହିଛି। ଏହି ଟୁର୍ନାମେଣ୍ଟର ଇତିହାସରେ, ସେ ୩ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାୱନ ୨୦୧୩ ସଂସ୍କରଣରେ ମୋଟ ୩୬୩ ରନ କରିଥିଲେ, ଯାହା ପାଇଁ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ମଧ୍ୟ ଘୋଷଣା କରାଯାଇଥିଲା। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ବ୍ୟାଟ ୩୩୮ ରନ କରିଥିଲା।
ସରଫରାଜ ଅହମ୍ମଦ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ଚାମ୍ପିଅନ କରିଥିଲେ।
୨୦୧୭ ଚାମ୍ପିଅନ୍ସ ଟ୍ରଫି, ଯେଉଁଥିରେ ପାକିସ୍ତାନ ଦଳକୁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ସହିତ ଗ୍ରୁପ ବିରେ ରଖାଯାଇଥିଲା। ଗ୍ରୁପ ପର୍ଯ୍ୟାୟରେ ତିନୋଟି ମ୍ୟାଚରୁ ଦୁଇଟି ଜିତି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିଥିଲା। ଏହି ସମୟରେ, ଭାରତ ଏବଂ ପାକିସ୍ତାନ ସେମାନଙ୍କର ସେମିଫାଇନାଲ ମ୍ୟାଚ ଜିତି ଟାଇଟଲ ମୁକାବିଲାରେ ପ୍ରବେଶ କରିଥିଲା। ଫାଇନାଲରେ ପ୍ରଥମେ ବ୍ୟାଟିଂ କରି, ସରଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ୩୩୮ ରନର ବିଶାଳ ସ୍କୋର କରିଥିଲା; ଜବାବରେ, ଟିମ ଇଣ୍ଡିଆ ମାତ୍ର ୧୫୮ ରନରେ ଅଲଆଉଟ ହୋଇଯାଇଥିଲା। ସେହି ମ୍ୟାଚ୍‌ରେ ଭାରତକୁ ୧୮୦ ରନ୍‌ର ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?