Posted inଖେଳ

ଆଇସିସି ଚେୟାରମ୍ୟାନଶିପ୍‌: ବାର୍‌କ୍ଲେ ଓ ଖ୍ବାଜା ପ୍ରାର୍ଥୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି)ର ଗ୍ରେଗୋର୍‌ ବାର୍‌କ୍ଲେ ଓ ସିଙ୍ଗାପୁରର ଇମ୍ରାନ ଖ୍ବାଜା ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୧୮ ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ଏହି ଦୁଇ ଜଣକ ମଧ୍ୟରୁ ଜଣଙ୍କୁ ସର୍ବସମ୍ମତି ପ୍ରାର୍ଥୀ କରିବା ଲାଗି ଆଇସିସି ବୋର୍ଡ ଏକ ମାସ ସମୟ ରଖିଛି। କିନ୍ତୁ ବର୍ତ୍ତମାନ ଯାହା ଜଣାପଡୁଛି ବାର୍‌କ୍ଲେ ଓ ଆଇସିସିର କାମଚଳା ଚେୟାରମ୍ୟାନ ଖ୍ବାଜା ମଧ୍ୟରେ ନିର୍ବାଚନ ସମ୍ଭାବନା ରହିଛି। ବୋର୍ଡରେ ଉଭୟଙ୍କର ସମର୍ଥକ ରହିଛନ୍ତି ବୋଲି ଜଣେ ବରିଷ୍ଠ ଅଫିସିଆଲ ଭିତିରି ସୂଚନା ଦେଇଛନ୍ତି। ଆଇସିସି ବୋର୍ଡରେ ୧୭ଜଣ ସଦସ୍ୟ ରହିଛନ୍ତି। ତନ୍ମଧ୍ୟରୁ ୧୬ଜଣ ଭୋଟ ଦେଇପାରିବେ। ସିଇଓ ମନୁ ସାହାନେଙ୍କ ଭୋଟ ଅଧିକାର ନାହିଁ। ପ୍ରଚଳିତ ନିୟମାନୁସାରେ ପରବର୍ତ୍ତୀ ଚେୟାରମ୍ୟାନ ହେବାକୁ ହେଲେ ବାର୍‌କ୍ଲେ କିମ୍ବା ଖ୍ବାଜାଙ୍କୁ ୧୧ଟି ଭୋଟ (ବୋର୍ଡର ଦୁଇ ତୃତୀୟାଂଶ) ଆବଶ୍ୟକ। ସରକାରୀ ହସ୍ତକ୍ଷେପ ପାଇଁ ଯଦି ଆଇସିସି ଦ୍ୱାରା କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ସସ୍‌ପେଣ୍ଡ ହୁଏ ତେବେ ଭୋଟରଙ୍କ ସଂଖ୍ୟା ୧୫କୁ ହ୍ରାସ ପାଇବ। ବାର୍‌କ୍ଲେ ଯଦି ୧୧ଟି ଭୋଟ୍‌ ହାସଲ କରିବାରରେ ବିଫଳ ହୁଅନ୍ତି ତେବେ ଖ୍ବାଜାଙ୍କୁ ପୂର୍ବଭଳି ଆଇସିସିର କାମଚଳା ଚେୟାରମାନ ପଦବୀରେ ରହିବାକୁ ପଡ଼ିପାରେ। ବାର୍‌କ୍ଲେଙ୍କ ପ୍ରତି କିନ୍ତୁ ଅଧିକାଂଶ ଟେଷ୍ଟ ଖେଳୁଥିବା ଦେଶର ସମର୍ଥନ ରହିଛି। ସୂଚନାଯୋଗ୍ୟ, ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପୂର୍ବତନ ଚେୟାରମ୍ୟାନ ପରବର୍ତ୍ତୀ ଆଇସିସି ଚେୟାରମ୍ୟାନ ପାଇଁ ଫେଭରାଇଟ୍‌ ଥିଲେ। ମାତ୍ର ସେ ଜାଣିବାକୁ ପାଇଲେ ଯେ, ସେ ସର୍ବସମ୍ମତି ପ୍ରାର୍ଥୀ ହୋଇପାରିବେ ନାହିଁ କିମ୍ବା ଆବଶ୍ୟକ ସଂଖ୍ୟକ ଭୋଟ ହାସଲ କରିପାରିବେ ନାହିଁ। ତେଣୁ ନିର୍ବାଚନରୁ ଓହରିଯିବା ଲାଗି ଉଚିତ ମଣିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଖ୍ବାଜାଙ୍କ ବିରୋଧରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍‌କ୍ଲେଙ୍କୁ ସମର୍ଥନ କରିବ। କାରଣ ଖ୍ବାଜା ପୂର୍ବତନ ଆଇସିସି ମୁଖ୍ୟଙ୍କ ଜଣେ ଘନିଷ୍ଠ। ନିର୍ବାଚନ ହେଲେ ସେ ସକ୍ରିୟ ଭାଗ ନେବେ। ଖ୍ବାଜାଙ୍କ ପ୍ରତି ଅତିକମ୍‌ରେ ଦୁଇ ଜଣ ପୂର୍ବତନ ଆଇସିସି ମୁଖ୍ୟଙ୍କ ସମର୍ଥନ ରହିଛି। ତନ୍ମଧ୍ୟରୁ ଜଣେ ବର୍ତ୍ତମାନର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରେ ଅଛନ୍ତି। ଅନ୍ୟ ଜଣଙ୍କର ଅତିକମ୍‌ରେ ୫ଟି ଭୋଟ୍‌ ଉପରେ ନିୟନ୍ତ୍ରଣ ରହିଥିବା ବରିଷ୍ଠ ଅଫିସିଆଲ ଜଣକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମାସକ ସମୟ ମଧ୍ୟରେ ବିଶେଷ କରି ଖ୍ବାଜାଙ୍କୁ ନିର୍ବାଚନରୁ ଓହରିଯିବା ଲାଗି ପ୍ରବର୍ତ୍ତାଯିବ, ଯାହା ଫଳରେ ଜଣେ ସର୍ବସମ୍ମତ ପ୍ରାର୍ଥୀ ବଛାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri