Posted inଖେଳ

୨୦୨୩ର ଶ୍ରେଷ୍ଠ ଟି -୨୦ରେ ରହିପାରନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ,୧୦।୧: ଦିନିକିଆ ବିଶ୍ୱକପ୍‌ ହେତୁ ୨୦୨୩ରେ ଅଧିକ ଟି -୨୦ କ୍ରିକେଟ ହୋଇନାହିଁ। ତେବେ ଯେତିକି ବି ମ୍ୟାଚ ହୋଇଛି ସେହି ସମୟରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯଦି ଆମେ ଭାରତ ବିଷୟରେ କହିବା, ଗତ ବର୍ଷ ଯୁବ ଖେଳାଳିମାନେ ଅଧିକ ଟି -୨୦ କ୍ରିକେଟ ଖେଳିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଆଶାଠାରୁ ମଧ୍ୟ ଅଧିକ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ ବିଶ୍ୱର କେଉଁ ୧୧ ଖେଳାଳି ଆଇସିସିର ଶ୍ରେଷ୍ଠ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି । ବାସ୍ତବରେ, ଆଜି ଆମେ ଆପଣଙ୍କୁ କହିବୁ ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳରେ କେଉଁ ୧୧ ଖେଳାଳିଙ୍କୁ ସ୍ଥାନ ମିଳିପାରେ।

ଏହାପୂର୍ବରୁ ଆମେ ଆପଣଙ୍କୁ ୨୦୨୩ ବର୍ଷର ସର୍ବୋତ୍ତମ ଦିନିକିଆ ଦଳ ବିଷୟରେ କହିଥିଲୁ, ଯେଉଁଥିରେ କୌଣସି ଅଷ୍ଟ୍ରେଲୀୟ ଖେଳାଳି ସ୍ଥାନ ପାଇ ନ ଥିଲେ। ସେହିଭଳି, କଙ୍ଗାରୁ ଦଳ ୨୦୨୩ର ଟି -୨୦ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାନାହିଁ। ତେବେ ଏହାର ଗୋଟିଏ କାରଣ ହେଉଛି ଗତ ବର୍ଷ ଅଷ୍ଟ୍ରେଲିଆ କମ୍‌ ଟି -୨୦ କ୍ରିକେଟ ଖେଳିଛି।

୨୦୨୩ ର ଶ୍ରେଷ୍ଠ ଟି -୨୦ ଦଳ ବିଷୟରେ କହିବାକୁ ଗଲେ, ଏଥିରେ ଆମେ ଭାରତର ଋତୁରାଜ ଗାଇକୱାଡ ଏବଂ ଇଂଲଣ୍ଡର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଫିଲ ସାଲ୍ଟଙ୍କୁ ଓପନର୍‌ ଭାବରେ ଚୟନ କରାଯାଇଛି। ଗତ ବର୍ଷ ଏହି ଉଭୟ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ପରେ ନ୍ୟୁଜିଲ୍ୟାଣ୍ଡର ଟିମ ସିଫର୍ଟ, ଯିଏ ଦ୍ରୁତ ରନ ସ୍କୋର ପାଇଁ ଜଣାଶୁଣା । ଚତୁର୍ଥ ନମ୍ବରରେ, ଆମେ ଏହି ଫର୍ମାଟରେ ବିଶ୍ୱର ନମ୍ବର ୱାନ ଖେଳାଳି ସୁର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନିତ କରାଯାଇଛି, ଯିଏକି ଏହି ଦଳର ଅଧିନାୟକ ମଧ୍ୟ ଅଟନ୍ତି।

ଏହା ପରେ ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମ୍ୟାନ୍‌ଙ୍କୁ ପଞ୍ଚମ ସ୍ଥାନରେ ରଖାଯାଇଛି। ମାର୍କ ୨୦୨୩ରେ ବହୁତ ରନ୍‌ କରିଛନ୍ତି। ଷଷ୍ଠ ନମ୍ବରରେ ଟି -୨୦ କ୍ରିକେଟ ରେ ରିଙ୍କୁ ସିଂ ସବୁଠାରୁ ବଡ ଫିନିସର୍‌। ଏହା ପରେ ଆମେ ନ୍ୟୁଜିଲ୍ୟାଣ୍ଡର ମିଚେଲ ସାଣ୍ଟନର୍‌ ଏବଂ ଭାରତର ରବି ବିଷ୍ଣେୁାଇଙ୍କୁ ଦୁଇ ସ୍ପିନର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ତିନୋଟି ଦ୍ରୁତ ବୋଲରଙ୍କ ମଧ୍ୟରେ ଜଣେ ଇଂରେଜ ଖେଳାଳିଙ୍କୁ ବାଛାଯାଇଛି। ଦ୍ରୁତ ବୋଲରମାନଙ୍କ ମଧ୍ୟରେ କାର୍ଟିସ କ୍ୟାମ୍ପର୍‌ ଏବଂ ଅର୍ଶଦୀପ ସିଂ ଏବଂ ଅଲଜାରୀ ଜୋସେଫ ମଧ୍ୟ ଅଛନ୍ତି। ଗତ ବର୍ଷ ଉଭୟେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri