Categories: ଖେଳ

ଆଇସିସିର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ଘୋଷଣା: ଭାରତରୁ କୋହଲି, ସୂର୍ଯ୍ୟକୁମାର, ପାଣ୍ଡ୍ୟା

ନୂଆଦିଲ୍ଲୀ, ୨୩ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ସୋମବାର ଘୋଷଣା କରାଯାଇଛି। ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଏଥିସହ ପାକିସ୍ତାନରୁ ଦୁଇ ଜଣ, ଇଂଲଣ୍ଡରୁ ଦୁଇଜଣ, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆୟର୍ଲାଣ୍ଡର ଜଣେ ଖେଳାଳି ୨୦୨୦ବର୍ଷର ଆଇସିସିର ଶ୍ରେଷ୍ଠ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଆଇସିସି ୨୦୨୨ ମହିଳା ଦଳ ମଧ୍ୟ ଘୋଷଣା କରିଛି। ଏଥିରେ ୪ ଭାରତୀୟଙ୍କୁ ନିଆଯାଇଛି। ସେମାନେ ହେଲେ ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା, ରିଚା ଘୋଷ ଓ ରେଣୁକା ସିଂ।

Share