Posted inଖେଳ

ବିଶ୍ୱକପ୍‌ ଫାଇନାଲ ଲାଗି ଅମ୍ପାୟାରଙ୍କ ନାମ ଘୋଷଣା କଲା ଆଇସିସି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଅହମ୍ମଦାବାଦ, ୧୭।୧୧: ୪୬ ଦିନ, ୪୮ ମ୍ୟାଚ୍‌ ଏବଂ ୧୦ ଟିମ୍‌। ବିଶ୍ୱକପ୍‌ ୨୦୨୩ ଏବେ ଅନ୍ତିମ ପର୍ଯ୍ୟାୟରେ ପାଦ ଥାପିଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମୁକାବିଲା ଲାଗି ଆଇସିସି ପକ୍ଷରୁ ଶୁକ୍ରବାର ଅମ୍ପାୟରଙ୍କ ନାମ ଘୋଷଣା କରାଯାଇଛି। ଫାଇନାଲରେ ଇଂଲଣ୍ଡର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟେଲବରୋ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ। କେଟେଲବରୋ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ର ଫାଇନାଲରେ ଅମ୍ପାୟରିଂ କରିବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୧୫ ବିଶ୍ୱକପ୍‌ ଫାଇନାଲରେ କୁମାର ଧର୍ମସେନାଙ୍କ ସହ ଅମ୍ପାୟରିଂ କରିଥିଲେ। ସେହିଭଳି ଇଲିଂଓ୍ବର୍ଥଙ୍କ ପାଇଁ ମଧ୍ୟ ଏହା ହେବ ଦ୍ୱିତୀୟ ବିଶ୍ୱକପ୍‌ ଅନୁଭୂତି। ସେ ୧୯୯୨ ବିଶ୍ୱକପ୍‌ ଫାଇନାଲରେ ଜଣେ ଖେଳାଳିଭାବେ ପଡ଼ିଆକୁ ଓହ୍ଲାଇଥିଲେ। ଗ୍ରାଣ୍ଡ ଫାଇନାଲରେ ଅନ୍ୟ ଅଫିସିଆଲଙ୍କ ମଧ୍ୟରେ ତ୍ରିନିଦାଦ ଆଣ୍ଡ ଟବାଗୋର ଜୋଏଲ ଓ୍ବିଲସନ ତୃତୀୟ ଅମ୍ପାୟର, ନ୍ୟୁଜିଲାଣ୍ଡର କ୍ରିସ୍‌ ଗାଫାନି ୪ର୍ଥ ଅମ୍ପାୟର ଓ ଜିମ୍ବାଓ୍ବେର ଆଣ୍ଡି ପେକ୍ରଫ୍ଟ ମ୍ୟାଚ ରେଫରି ଦାୟିତ୍ୱରେ ରହିବେ। ଏମାନେ ସମସ୍ତେ ସେମିଫାଇନାଲ ୨ଟିରେ ମଧ୍ୟ ଅଫିସିଆଲ ଦାୟିତ୍ୱରେ ରହଥିଲେ। ଉଭୟ ଅମ୍ପାୟର ଆଇସିସିର ଅମ୍ପାୟର ଅଫ୍‌ ଦି ଇୟର ପୁରସ୍କାର ଭାବେ ଡେଭିଡ ଶେଫର୍ଡ ଟ୍ରଫି ଜିତି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri