Posted inଜାତୀୟ

ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!

ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ ପାରନ୍ତି ବୋଲି କୁହାଯାଉଛି । ରାଫାଲକୁ ବାୟୁସେନାର ୧୭ତମ ସ୍କାଡ୍ରନରେ ସାମିଲ କରାଯାଇଛି । ଏଥିରେ ସାମିଲ କରିବାକୁ ଏବେ ଭାରତୀୟ ବାୟୁସେନାର ୧୦ ମହିଳା ଫାଇଟର ପାଇଲଟଙ୍କୁ ଟ୍ରେନିଂ ଦିଆଯାଉଥିବା କୁହାଯାଉଛି । ଏମାନଙ୍କ ମଧ୍ୟରୁ ଜଣକୁ ରାଫାଲ ଉଡାଇବାକୁ ଅନୁମତି ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ଯେଉଁ ମହିଳା ପାଇଲଟଙ୍କୁ ରାଫାଲ ଉଡାଇବାକୁ ଅନୁମତି ମିଳିବ ସେ ଏବେ ମିଗ୍‌-୨୧ ଉଡାଇବାକୁ ନିଯୁକ୍ତ ହୋଇଛନ୍ତି । ତେବେ ରାଫାଲ ଯୁଦ୍ଧ ବିମାନକୁ ଉଡାଇବାକୁ ଆଉ ଏକ ଟ୍ରେନିଂ ସମ୍ପୂର୍ଣ୍ଣ କରିବା ଆବଶ୍ୟକ ରହିଛି । କାରଣ ମିଗ୍ ଓ ରାଫେଲ ଉଡାଇବା ଭିତରେ କିଛିଟା ପାର୍ଥକ୍ୟ ଥିବାରୁ ଏହି ଟ୍ରେନିଂର ଆବଶ୍ୟକତା ଥିବା କୁହାଯାଏ । ସୂଚନାଯୋଗ୍ୟ, ଚଳିତ ମାସରେ ରାଫାଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ବାୟୁସେନାରେ ସାମିଲ ହୋଇ ବାୟୁସେନାର ଶକ୍ତି ବୃଦ୍ଧି କରିଛି । ଏହା ବାୟୁସେନାରେ ସାମିଲ ହେବା ପରେ ଲଦାଖ ସୀମାରେ ଉଡିଥିବା ଦେଖାଯାଇଛି । ଭାରତର ଆବଶ୍ୟକ ଥିବା ୩୬ ରାଫାଲ ବିମାନ ୨୦୨୧ ସୁଦ୍ଧା ପହଞ୍ଚିଯିବ ବୋଲି କୁହାଯାଇଛି । କିଛିଦିନ ପୂର୍ବର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ କି ଆବଶ୍ୟକ ହେଲେ ମହିଳା ଫାଇଟର ପାଇଲଟଙ୍କୁ ନିଯୁକ୍ତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri