Posted inଜାତୀୟ

ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ: ରାହୁଲ…

ନୂଆଦିଲ୍ଲୀ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହେବା ପରେ ଶନିବାର ଅପରାହ୍ନ ଗୋଟାଏରେ ଦଳ ମୁଖ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେବା କଥା ପୂର୍ବରୁ ମୁଁ ଅନେକ ଥର କହିଛି। ଆମେ ପ୍ରତିଦିନ ଏହାର ଉଦାହରଣ ଦେଖୁଛୁ। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ବିଷୟରେ ମୁଁ ପ୍ରଶ୍ନ ପଚାରିଥିଲି, କିନ୍ତୁ ମୋତେ କହିବାକୁ ଅନୁମତି ଦିଆଯାଇ ନ ଥିଲା।

ନିୟମ ପରିବର୍ତ୍ତନ କରି ଆଦାନୀଙ୍କୁ ବିମାନବନ୍ଦର ଦିଆଯାଇଥିଲା, ମୁଁ ସଂସଦରେ ଏହା ବିଷୟରେ କହିଥିଲି। ମୁଁ ଆଦାନୀଙ୍କ ଉପରେ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲି। ମୁଁ ଏଭଳି ପ୍ରଶ୍ନ ପଚାରିବା ଜାରି ରଖିବି ଏବଂ ଭାରତରେ ଗଣତନ୍ତ୍ର ପାଇଁ ଲଢ଼ିବି।

ସଂସଦରେ ମୋର ଭାଷଣ ହଟାଇ ଦିଆଯାଇଥିଲା। ପରେ ମୁଁ ଲୋକସଭା ବାଚସ୍ପତିଙ୍କଠାରୁ ଏହାର ଉତ୍ତର ଲୋଡିଥିଲି। କିଛି ମନ୍ତ୍ରୀ ମୋ ବିଷୟରେ ମିଛ କହିଥିଲେ ଯେ ମୁଁ ବିଦେଶୀ ଶକ୍ତିଙ୍କ ସାହାଯ୍ୟ ମାଗିଥିଲି, କିନ୍ତୁ ମୁଁ ସେପରି କିଛି କରି ନାହିଁ। ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ। ମୁଁ ପିଏମ ମୋଦି ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିବି।

ମୁଁ ଏହି ଲୋକମାନଙ୍କୁ ଭୟ କରେ ନାହିଁ ସେମାନେ ଭାବନ୍ତି ଯେ ମୋର ସଦସ୍ୟତା ବାତିଲ କରି ଧମକ କିମ୍ବା ଜେଲ ପଠାଇ ସେମାନେ ମୋତେ ବନ୍ଦ କରି ପାରିବେ, କିନ୍ତୁ ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢୁଛି ଏବଂ ଏହା ଜାରି ରଖିବି।

ମୁଁ ସତ୍ୟ ବ୍ୟତୀତ ଅନ୍ୟ କୌଣସି ଜିନିଷ ପ୍ରତି ଆଗ୍ରହୀ ନୁହେଁ। ମୁଁ କେବଳ ସତ କହୁଛି, ଏହା ମୋର କାମ ଏବଂ ମୁଁ ଅଯୋଗ୍ୟ କିମ୍ବା ଗିରଫ ହେଲେ ମଧ୍ୟ ଏହା ଜାରି ରଖିବି। ଏହି ଦେଶ ମୋତେ ସବୁକିଛି ଦେଇଛି ଏବଂ ସେଥିପାଇଁ ମୁଁ ଏହା କରିବି।

ରାହୁଲ କହିଛନ୍ତି, ଭାରତ ଯୋଡୋ ଯାତ୍ରା ସମୟରେ ମୋର କୌଣସି ଭାଷଣ ଦେଖନ୍ତୁ। ମୁଁ ସବୁବେଳେ କହିଛି ଯେ ସମସ୍ତ ସମାଜ ଏକ। କୌଣସି ଘୃଣା, ହିଂସା ହେବା ଉଚିତ ନୁହେଁ। ଏହା ଓବିସିର ବିଷୟ ନୁହେଁ, ଏହା ନରେନ୍ଦ୍ର ମୋଦି ଏବଂ ଆଦାନୀଙ୍କ ମଧ୍ୟରେ ସମ୍ପର୍କର ବିଷୟ। ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ଭାଜପା କାର୍ଯ୍ୟ କରେ। ବେଳେବେଳେ ଏହି ଦଳ ଓବିସି ବିଷୟରେ ଏବଂ ବିଦେଶୀ ଦେଶ ବିଷୟରେ କହିଥାଏ।

ଏହି ଗଣମାଧ୍ୟମ ସମ୍ମିଳନୀରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ମାନହାନୀ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଲାହୁଲ ଶୁକ୍ରବାର ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri