Posted inଜାତୀୟ

‘ଭାରତୀୟ ଯବାନମାନେ ବାହାର ଶତ୍ରୁମାନଙ୍କୁ ସମ୍ଭାଳନ୍ତୁ, ଦେଶ ଭିତରେ ଥିବା ଶତ୍ରୁଙ୍କ କଥା ଆମେ ବୁଝିବୁ’

ଚଣ୍ଡିଗଡ଼,୧୭।୧୨: ଭାରତୀୟ ଯବାନଙ୍କର ତାଓ୍ବାଙ୍ଗରେ ଚାଇନା ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀଦଳର ନେତାଙ୍କ ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ଘଟଣାକୁ ନେଇ ଏଯାବତ ଚାଇନା ପକ୍ଷରୁ ଗୋଟିଏ ବି ବୟାନ ଆସିନାହିଁ। ହେଲେ ଭାରତରେ ବସିଥିବା ଚାଇନାର କିଛି ପ୍ରତିନିଧୀଙ୍କ ବୟାନ ଆସିଛି। ଏଥିଲାଗି ଯବାନମାନଙ୍କୁ କହିବାକୁ ଚାହିଁବି ଯେ ଆପଣ ସୀମା ଆରପଟରେ ଥିବା ଶତ୍ରୁମାନଙ୍କ ସହ ମୁକାବିଲା କରନ୍ତୁ, ଆମେ ସୀମା ଭିତରେ ଥିବା ଶତ୍ରୁମାନଙ୍କ ସହ ମୁକାବିଲା କରିବୁ ବୋଲି ସେ କହିଛନ୍ତି।

ତେବେ ଭାରତ ଏବଂ ଚାଇନା ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଶୁକ୍ରବାର କଟାକ୍ଷ କରିଥିଲେ। ଚାଇନା ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି। ହେଲେ ସରକାର ତାହାକୁ ସ୍ବୀକାର କରୁନାହାନ୍ତି ବୋଲି ସେ କହିଥିଲେ। ଏହି ବୟାନକୁ ନେଇ ଅନିଲ କହିଛନ୍ତି, ଚାଇନା ସେନା ଆଗରେ ଆମର ଯବାନମାନେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଆମ ଯବାନମାନେ ସେମାନଙ୍କୁ ତଡ଼ି ଦେଇଛନ୍ତି। ହେଲେ ଲୋକଙ୍କ ସାମ୍ନାରେ ଏହି ପ୍ରସଙ୍ଗକୁ ଭିନ୍ନ ଢ଼ଙ୍ଗରେ ଉଠାଯାଉଛି। ଏବେ ଆମ ଯବାନମାନେ ଏହି ବିରୋଧୀଙ୍କୁ ଜବାବ ଦେବେ ନା ସୀମା ଆରପଟେ ଥିବା ଶତ୍ରୁଙ୍କୁ? ଦେଶର କିଛି ତଥାକଥିତ ନେତା ଚାଇନା ଭାଷା କହିବାରେ ଲାଗିଛନ୍ତି। ସେମାନେ ପାକିସ୍ତାନ ସହ ଲଢ଼େଇ ବେଳେ ତାଙ୍କ ଭାଷା କୁହନ୍ତି, ଚାଇନା ସହ ହେଲେ ଚାଇନା ଭାଷା କୁହନ୍ତି। ତେଣୁ ଏଭଳି ସ୍ଥିତିରେ ଆମେ ସେନା ଉପରେ ଗର୍ବ କରିବା ଉଚିତ। ସେମାନେ ଶତ୍ରୁମାନଙ୍କୁ ଉପଯୁକ୍ତ ଜବାବ ଦେଉଛନ୍ତି। ଏବେ ସେନା ବିଷୟରେ ଅନେକ ଜିନିଷ ସାର୍ବଜନୀନ କରାଯାଇପାରିବ ନାହିଁ। କାରଣ ଏହା ଯୁଦ୍ଧର ସିଦ୍ଧାନ୍ତ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri