ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିଦେବି

ଓ୍ବାଶିଂଟନ,୨୯ା୧୧: ଆମେରିକା ହ୍ବାଇଟ୍‌ ହାଉସ୍‌ ନିକଟରେ ଜଣେ ଆଫଗାନ୍‌ ବ୍ୟକ୍ତିଙ୍କ ଗୁଳିମାଡ଼ରେ ନ୍ୟାଶନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ହୋଇଥିବାବେଳେ ତୃତୀୟ ବିଶ୍ୱର ସମସ୍ତ ଦେଶରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଘୋଷଣା କରିଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ବିଶ୍ୱସ୍ତରରେ ବଡ଼ ଧରଣର ପ୍ରଭାବ ପକାଇବାକୁ ଯାଉଛି। ନିଯୁକ୍ତି ଏବଂ ଶିକ୍ଷା ପାଇଁ ଆମେରିକା ଆସିଥିବା ଅନେକ ନିୟୁତ ବ୍ୟକ୍ତି ପ୍ରଭାବିତ ହେବେ। ଏଥିସହିତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀମାନଙ୍କୁ ବିଦା କରାଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ନ୍ୟାଶନାଲ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ପରେ ଟ୍ରମ୍ପ୍‌ ପ୍ରଶାସନ ଆପ୍ରବାସନ ଉପରେ ଚଢ଼ାଉକୁ ଜୋର୍‌ଦାର କରିଛି। ଚିନ୍ତାଜନକ ଦେଶଗୁଡ଼ିକରୁ ଆପ୍ରବାସୀଙ୍କୁ ଜାରି ହୋଇଥିବା ସମସ୍ତ ଗ୍ରୀନ୍‌କାର୍ଡର ପୁନଃ ଯାଞ୍ଚ କରାଯିବ ବୋଲି ଟ୍ରମ୍ପ୍‌ ପ୍ରଶାସନ କହିଛି।
ଆମେ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି କରୁଥିବାବେଳେ ଏଥିରୁ ହେଉଥିବା ଲାଭ ଏବଂ ଅନେକଙ୍କ ଜୀବନଯାପନ ସ୍ଥିତି ଦେଶର ଆପ୍ରବାସନ ନୀତି ପାଇଁ ନଷ୍ଟ ହେଉଥିବା ଟ୍ରମ୍ପ୍‌ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ସେଥିପାଇଁ ତୃତୀୟ ବିଶ୍ୱ ଦେଶଗୁଡ଼ିକରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିବାକୁ ହେବ। ଜୋ ବାଇଡେନ୍‌ଙ୍କ ଶାସନ କାଳରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଅନେକ ନିୟୁତ ଲୋକଙ୍କୁ ବିଦା କରାଯିବ। ଯେଉଁମାନେ ଆମେରିକାର ସମ୍ପତ୍ତି ନୁହନ୍ତି କିମ୍ବା ଆମ ଦେଶକୁ ଭଲ ପାଉନାହାନ୍ତି ସେମାନଙ୍କୁ ବାହାର କରିଦିଆଯିବ ବୋଲି ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲରେ ଲେଖିଛନ୍ତି।
ଶୀତଳ ଯୁଦ୍ଧ ବେଳେ ବିଶ୍ୱ ୨ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆମେରିକା ଓ ଏହାର ସହଯୋଗୀ ପାଶ୍ଚାତ୍ୟ ଦେଶ ଏବଂ ଅନ୍ୟପଟେ କମ୍ୟୁନିଷ୍ଟ ପୂର୍ବାଞ୍ଚଳ ଦେଶସମୂହ। ଏମାନଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱ କୁହାଯାଉଥିବାବେଳେ ନିରପେକ୍ଷ ତଥା ଅବଶିଷ୍ଟ ଦେଶଗୁଡ଼ିକୁ ତୃତୀୟ ବିଶ୍ୱ କୁହାଯାଉଥିଲା। ଗରିବ ଏବଂ ଅବହେଳିତ ଦେଶଗୁଡ଼କ ପାଇଁ ତୃତୀୟ ବିଶ୍ୱ ଶବ୍ଦ ବ୍ୟବହାର କରାଯାଇଥାଏ। ତୃତୀୟ ବିଶ୍ୱରେ ମୁଖ୍ୟତଃ ଆଫ୍ରିକା, ଏସିଆ ଏବଂ ଦକ୍ଷିଣ ଆମେରିକାର ଅନୁନ୍ନତ କୃଷିପ୍ରଧାନ ଦେଶଗୁଡ଼ିକୁ ନିଆଯାଇଥାଏ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri