ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର ବିଧାୟକ ଥିଲେ। ୧୮ବର୍ଷ ବୟସରେ ଟ୍ରେଡ୍‌ ୟୁନିୟନରେ ସାମିଲ ହୋଇ ନିଜର ସାମାଜିକ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ନିର୍ବାଚନରେ ସେ ବାରବାଟୀ-କଟକ ବିଧାନସଭାମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ପ୍ରସଙ୍ଗ ଓ ସ୍ବପ୍ନ ସମ୍ପର୍କରେ ପ୍ରକାଶଙ୍କ ମୁହଁରୁ କିଛି କଥା…

ବିକାଶକୁ ନେଇ ଆପଣଙ୍କ ଯୋଜନା କ’ଣ ରହିଛି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ବହୁ ବିକାଶ କରିଛନ୍ତି। କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ଏବଂ କଟକ ପାଇଁ ତାଙ୍କର ବହୁତ ଭଲ ପାଇବା ରହିଛି। କଟକ ଯାହା ଆଜି ଚିନ୍ତା କରେ ଓଡ଼ିଶା ତାହା କାଲି ଚିନ୍ତା କରେ। ସେଥିପାଇଁ ନିଆରା ସହର ରହିଛି କଟକ ସହର। କଟକରେ ଏବେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଆହୁରି ଅନେକ କିଛି କରିବାର ଅଛି କଟକ ମାଟି ପାଇଁ। ନିର୍ବାଚନ ଜିତିଲେ ସିଡିଏରେ ଫ୍ରି ହୋଲ୍ଡ ସମସ୍ୟାକୁ ଶହେ ଦିନ ଭିତରେ ସମାଧାନ କରିବି। ଏହାସହ ସିଡିଏ ଅଞ୍ଚଳରେ ଡ୍ରେନେଜ୍‌ ଓ ସ୍ବେରେଜ୍‌ ବ୍ୟବସ୍ଥାର ଆଧୁନିକୀକରଣ କରାଯିବ। ଜୁଡିସିଆଲ ଏକାଡେମୀ ଭଳି ଆଇନଜୀବୀଙ୍କ ପାଇଁ ଆଡ୍‌ଭୋକେଟ୍‌ ଏକାଡେମୀ ସ୍ଥାପନ କରାଯିବ। ଗଡ଼ଖାଇ ପୁନଃରୁଦ୍ଧାର ଓ ପର୍ଯ୍ୟଟନସ୍ଥଳର ରୂପ ଦେବା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ। ଦହିବରାକୁ ଜି-ଆଇ ଟ୍ୟାଗ୍‌, ସର୍ବଧର୍ମ ସମନ୍ବୟର ପ୍ରତୀକ ଭାବେ କମ୍ୟୁନିଟି ହଲ୍‌ ନିର୍ମାଣ, ଊର୍ଦ୍ଦୁ ପାଠାଗାରର ପୁନରୁଦ୍ଧାର, ଯୁବତୀଯୁବକଙ୍କ ପାଇଁ ବୃତ୍ତିଗତ ତାଲିମ ବ୍ୟବସ୍ଥା, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କଟକକୁ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଯେଭଳି ଗୋଟିଏ ବି ସରକାରୀ କାର୍ଯ୍ୟାଳୟ କଟକରୁ ସ୍ଥାନାନ୍ତର ନ ହେବ, ସେଥିପାଇଁ ସମସ୍ତ ଉଦ୍ୟମ କରିବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ କଟକର ବିକାଶ ପାଇଁ ବ୍ଲାଙ୍କ୍‌ ଚେକ୍‌ ଦେଇଛନ୍ତି ତାହାକୁ ବିକାଶ କ୍ଷେତ୍ରରେ ବିନିଯୋଗ କରିବି।
ନିଜ ସପକ୍ଷରେ କ’ଣ କହିବାକୁ ଚାହିଁବେ?
ଗତ ପାଞ୍ଚ ବର୍ଷ ମଧ୍ୟରେ କଟକରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। କଟକରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ନିର୍ବାଚନ ଜିତିବା ପରେ ସମାଧାନ କରିବି। ଏଥିସହ କଟକରେ ଯେଉଁ କାର୍ଯ୍ୟ ଓ ବିକାଶ ଅଧାରେ ରହିଛି ତାହାକୁ ସମ୍ପୂର୍ଣ୍ଣ କରିବି।
କହୁଛନ୍ତି ଆପଣ କଟକର ନୁହନ୍ତି, ଭୋଟର ଆପଣଙ୍କୁ କାହିଁକି ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିରୋଧୀ ଦଳ କୁଚିନ୍ତାଧାରା ରଖିଛି। ଭୋଟର କେବେ ବି ଏସବୁ ଭାବି ନାହାନ୍ତି। ଭୋଟରଙ୍କ ପାଖକୁ ଯାଉଛି ଏବଂ ଖୁବ୍‌ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଉଛି। ଭୋଟର ହୃଦୟରୁ ମୋତେ ଗ୍ରହଣ କରୁଛନ୍ତି। ମୋ ଘର କଟକ ମାଛୁଆବଜାର। ସେଠାରେ ମୋ ଜନ୍ମ, କଟକରେ ପଢ଼ିଛି ଓ ବଢିଛି ମୋ ପୈତୃକ ଘର ମାଛୁଆବଜାରରୁ ସର୍ବପ୍ରଥମେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲି। ବିରୋଧୀଙ୍କ ମନରେ ଏକ ଭୟ ରହିଛି।
କ’ଣ ସବୁ ପ୍ରତିଶ୍ରୁତି ଦେବେ?
ପ୍ରତିଶ୍ରୁତି ସମସ୍ତେ ଦେଇଥାନ୍ତି। ତାହାକୁ କେବଳ କଥାରେ ନୁହେଁ, କାମରେ କରିବା ଆବଶ୍ୟକ। କଟକରେ ବହୁ କିଛି ବିକାଶ ପାଇଁ କରିବା ଯୋଜନା ରଖିଛି। କଟକବାସୀଙ୍କର ଅନେକ ସମସ୍ୟା ରହିଛି। ନିର୍ବାଚନ ଜିତିବା ପରେ ତାହାର ସମାଧାନ ଉପରେ ଗୁରୁତ୍ୱ ଦେବି।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ବିଜେଡି ସର୍ବଦା ଏକ ନମ୍ବର ରହିଆସିଛି। ଅନ୍ୟ ବିରୋଧୀ ଦଳ ୨ ନମ୍ବରରେ ରହିବେ। ସେଥିପାଇଁ ବିରୋଧୀ ଦଳର ପ୍ରାର୍ଥୀମାନେ ଏବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜନୀତିରେ ପ୍ରତିଦ୍ୱନ୍ଦ୍ୱୀ ରହିବା ସ୍ବାଭାବିକ୍‌, କିନ୍ତୁ ରାଜନୀତି କିଏ କେତେ ଦୂର ଭଲ ଭାବେ କରିପାରିବ ତାହା ସବୁଠୁ ବଡ଼ ପ୍ରଶ୍ନ? ୨୦ ବର୍ଷରୁ ଅଧିକ ସମୟ ହେବ ମୁଁ ରାଜନୀତିରେ ଜଡିତ ରହି ଲୋକଙ୍କ ପାଇଁ କାମ କରିଆସୁଛି। ସବୁ ସମୟରେ ଲୋକଙ୍କ ସହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri