ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆପଡ଼ା, ୨୨ା୯ (ରବିନାରାୟଣ ଜେନା/ ମକାରୁ ବେମାଲ):ନୂଆପଡ଼ାକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଆସିବି। ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ମୋର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏଫ୍‌ସିଆଇ ଗୋଦାମ ପରିସର ପଡିଆଠାରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଜିଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ, ନୂଆପଡ଼ା ଜିଲା ଭୁବନେଶ୍ୱରରୁ ବହୁ ଦୂରରେ ଥିଲେ ମଧ୍ୟ ତାଙ୍କ ଫୋକସ୍‌ରେ ରହିଛି। ତେଣୁ ଜିଲାକୁ ବାରମ୍ବାର ଆସି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା କରିବେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ୱୀ ଥାଇପାରନ୍ତି କିନ୍ତୁ ତାଙ୍କର କେହି ରାଜନୈତିକ ଶତ୍ରୁ ନ ଥିଲେ। ତାଙ୍କ ବିୟୋଗରେ ନୂଆପଡ଼ା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା ବୋଲି ସେ କହିଥିଲେ l ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୯ରେ ଢୋଲକିଆଙ୍କୁ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ତାଙ୍କର ଲୋକପ୍ରିୟତା କେବଳ ନୂଆପଡ଼ା ଜିଲା ନୁହେଁ, ସାରା ରାଜ୍ୟରେ ରହିଛି। ସେ ନୂଆପଡ଼ା ଜିଲାର ବିକାଶର ବିନ୍ଧାଣୀ ଥିଲେ। ତାଙ୍କ ସହିତ ୨୦୦୭, ୨୦୧୯ ଓ ୨୦୨୪ରେ ବିଧାୟକ ଭାବରେ ମିଶି କାର୍ଯ୍ୟ କରିବାର ସୁଯୋଗ ପାଇଥିଲି ା ଶେଷରେ ସେ ଆମକୁ ଶୋକସାଗରରେ ଭସାଇ ଚାଲିଗଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ଢୋଲକିଆ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ଗରିବ, ଅସହାୟମାନଙ୍କ ସେବା କରୁଥିଲେ ା ପିଲାମାନଙ୍କୁ କ୍ରିକେଟ ବ୍ୟାଟ, ଫୁଟ୍‌ବଲ, ଭଲିବଲ ଭଳି ଖେଳ ସାମଗ୍ରୀ ପ୍ରଦାନ କରୁଥିବାରୁ ଛୋଟ ପିଲାମାନେ ସ୍ନେହରେ ତାଙ୍କୁ ‘ରାଜୁ ଭାଇ’ ବୋଲି ସମ୍ବୋଧନ କରୁଥିଲେ। ଢୋଲକିଆ ୧୯୯୭ରେ ରାଜନୀତି ମଇଦାନକୁ ଓହ୍ଲାଇ ୩ଥର ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷ ହୋଇଥିଲେ। ୨୦୦୪ରେ ସେ ସ୍ବାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ। ଏହା ପରଠାରୁ ଲଗାତର ୩ଥର ବିଜେଡି ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଏହି ସଭାରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଯଥା ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଦେବୀ ପ୍ରସାଦ ମିଶ୍ର, ଅଧିରାଜ ମୋହନ ପାଣିଗ୍ରାହୀ, କଳିକେଶ ନାରାୟଣ ସିଂଦେଓ, ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ଦିଶାରି, ରମେଶ ଚନ୍ଦ୍ର ମାଝି, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଗୋବର୍ଦ୍ଧନ ଦାସ, ରଜନୀକାନ୍ତ ସିଂ, ଲମ୍ବୋଦର ନିଆଲ, ଡଲି ମାଝି, ଅବନୀ ରଞ୍ଜନ ଯୋଶୀ, ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଢୋଲକିଆଙ୍କ ସ୍ମୃତିଚାରଣ କରିଥିଲେ ା
ସୂଚନାଯୋଗ୍ୟ, ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଆସି ଗୋତମା ଉଡାଜାହାଜ ପଡ଼ିଆରେ ପହଞ୍ଚତ୍ବା ପରେ ଜିଲାପାଳ ମଧୁସୂଦନ ଦାଶ, ଜିଲା ଆରକ୍ଷୀ ଅଧୀକ୍ଷକ ଅମୃତ ପାଲ ସିଂ, ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା, ଭାଜପା ଜିଲା ସଭାପତି କମଲେଶ ଦୀକ୍ଷିତ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri