Posted inଜାତୀୟ

ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ,୪।୧୦ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାରେ ରବିବାର ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ସହ ଆସିଥିବା କାର୍‌ ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଚାଷୀଙ୍କ ମୃତ୍ୟୁ ହେବା ପରେ ଆନ୍ଦୋଳନକାରୀମାନେ ପୋଡ଼ାଜଳା କରିଥିଲେ। ଏଥିଲାଗି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ଦୁର୍ଘଟଣା ସମୟରେ ସେ କାର୍‌ରେ ଉପସ୍ଥିତ ନ ଥିବା ସଫେଇ ଦେଇଛନ୍ତି।

”ଆମେ ଯୋଗଦେବାକୁ ଯାଇଥିବା ପ୍ରୋଗ୍ରାମ ପ୍ରାୟ ୩୫ ବର୍ଷ ହେଲା ପାଳନ କରାଯାଉଛି। ଅତିଥିମାନେ ଆସିବା ପରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ଆମେ ଦୁଇରୁ ତିନି କାର୍‌ ପଠାଇଥିଲୁ। ମୁଁ କାର୍‌ରେ ନ ଥିଲି। ମୁଁ ବାନଓ୍ବିରପୁର ଗ୍ରାମସ୍ଥିତ ମୋ ପୈତୃକ ଘରକୁ ଯାଇଥିଲି। ସେଠାରେ ଏକ କୁସ୍ତି ମ୍ୟାଚ୍‌ ଆୟୋଜନ ହୋଇଥିଲା। ମୁଁ ସେଠାରେ ସକାଳୁ ଇଭେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଥିଲି“ ବୋଲି ଆଶିଷ ମିଶ୍ରା କହିଛନ୍ତି।

ମୋ ଫର୍ଚ୍ୟୁନର ଚାଷୀଙ୍କ ଉପରେ ମାଡ଼ିଯିବା ଘଟଣାରେ ସତ୍ୟତା ନାହିଁ। ସତ କଥା ହେଲା ଆମ କର୍ମୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଯାଇଥିଲେ। ସାମ୍ନାରେ ଥିବା ଏସ୍‌ୟୁଭି ଉପରେ ଚାଷୀମାନେ ଟେକା ମାଡ଼ କରିଥିଲେ। ଫଳରେ ଫର୍ଚ୍ୟୁନର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କୁ ଚାଷୀ କୁହାଯାଇ ପାରିବ ନାହିଁ। ଭାରତୀୟ ଚାଷୀ କଦାପି ଏତେ ନିଷ୍ଠୁର ନୁହନ୍ତି। ତେବେ ଏହି ଘଟଣା ପାଇଁ କୃଷକ ସଂଗଠନର ନେତୃତ୍ୱ ଦାୟୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri