ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି, କାହିଁକି ଏମିତି କହିଲେ ଶ୍ରୀମୟୀ…

ଭୁବନେଶ୍ୱର,୨୪ା୯: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଛନ୍ତି ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି। କିନ୍ତୁ ଦଳର ସଭାପତି ସବୁ ଶୁଣିଲା ପରେ କହିଥିଲେ ରାଜନୀତିରେ ଏପରି ଘଟେ। ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା। ମୋତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ୱ ନାହିଁ। ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀ ସ୍ବାର୍ଥ ଦୃଷ୍ଟିରୁ ଚୁପ୍‌ ରହିଥିଲେ ବୋଲି ଶ୍ରୀମୟୀ କହିଛନ୍ତି।

କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି। ୨୦୨୪ ଫେବୃଆରୀରୁ ମୁଁ ବାରମ୍ବାର ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଥିଲି । ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ବ୍ୟକ୍ତିଗତ ଅଭିଜ୍ଞତା, ଯେଉଁଠି ଆତ୍ମସମ୍ମାନ ଓ ଆତ୍ମଗୌରବ ଉପରେ ଆଘାତ ଲାଗିଛି। ମୁଁ ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲି,ତାଙ୍କଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲି, କିନ୍ତୁ ସେହି ସମୟରେ ତାଙ୍କ ନୀରବତା ମତେ ନିରାଶ କରିଛି।
ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ମତେ ସୁର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ,ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି। ପ୍ରମିଳା ଅପା, ସ୍ନେହାଙ୍ଗିନୀ ଅପା ଏମିତି ଅନେକ,କିନ୍ତୁ ସେତେବେଳେ ସମସ୍ତେ ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଚୁପ୍ ରହିଲେ, କେବଳ ପୂଜ୍ୟା ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ ଏବଂ ସବୁ ଘଟଣା ଦଳର ସଭାପତି ଶୁଣିଲା ପରେ କେବଳ ପଦେ କହିଲେ,”It happens in Politics”।
ଯଦି ଅନୁରୂପ ଘଟଣା ବାହାରେ ହେଇଥାନ୍ତା ଆଉ ମୁଁ ମୋ ବାପାଙ୍କୁ ଜଣାଇ ଥାଆନ୍ତି ତେବେ କଣ ଏଭଳି ଉତ୍ତର ଆସିଥାନ୍ତା କି ? ନବୀନ ବାବୁଙ୍କୁ ମୁଁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି, ମତେ ଅନେକ ପ୍ରତିଶ୍ରୁତି ଦେଇ ନ ରଖିଲା ପରେ ମଧ୍ୟ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ଯାଇଥିଲି, କିନ୍ତୁ ଯେଉଁଦିନ ମୋ ସମ୍ମାନ କଥା ଉଠିଲା ଆଉ ସେ ନୀରବ ରହିଲେ, ସେଇଟା ହିଁ ମୋ ଜୀବନର turning point ପାଲଟିଗଲା।
ମତେ ଲାଗିଲା ସତରେ କ’ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ। ସେଇଥିପାଇଁ
ମୁଁ ନାଁ ମୋର ସଦସ୍ୟତା ନବୀକରଣ କଲି, ନାଁ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଲି। ଦଳୀୟ ପଦପଦବୀକୁ ନେଇ ନିଜର ଆପତ୍ତି ଓ ଅସନ୍ତୋଷ ମଧ୍ୟ ନବୀନ ନିବାସକୁ ବାରମ୍ବାର ଅବଗତ କରିଛି, ଯାହାର ପ୍ରମାଣ ସମୟ ଆସିଲେ ଦେବି।
ଆଉ ନିକଟରେ ମହିଳା ଶାଖା ଘୋଷଣା ପରେ ମଧ୍ୟ ମୁଁ ଅନୁରୂପ କଥା କହିଥିଲି । ଅତୀତରେ ଅନେକ ପ୍ରତିଶ୍ରୁତି ନବୀନ ବାବୁ ଦେଇ ପରବର୍ତ୍ତୀ ସମୟରେ ଓହରି ଯାଇଥିଲେ ମଧ୍ୟ ନିରବ ରହିଥିଲି।
ଏବେବି ମୋର ପ୍ରଶ୍ନ ଯଦି ମୋର ସଦସ୍ୟତା ଅଛି ତ ସେ ସଂକ୍ରାନ୍ତୀୟ ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ସାର୍ବଜନୀନ କରନ୍ତୁ। ଏତେ ବୁଲେଇ ବଙ୍କେଇ କହିବାର ତାତ୍ପର୍ଯ୍ୟ କ’ଣ ?
ଆଉ ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି , ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ? ବିଜେଡି ସଭାପତି ନବୀନ ବାବୁ କ’ଣ ଦୀର୍ଘ ଦୁଇ ଦଶନ୍ଧି ଧରି ଅଯୋଗ୍ୟମାନଙ୍କୁ ନିଜ ଟିମରେ ବାରମ୍ବାର ରଖୁଥିଲେ ?
ପଶ୍ଚିମ ଓଡ଼ିଶାରୁ ଆସି କଟକସ୍ଥିତ ଶୈଳବାଳା ମହିଳା କଲେଜର ସଭାନେତ୍ରୀ ହେବା ଓ ୨୦୦୬ରୁ ବିଜୁ ଛାତ୍ର ଜନତା ଦଳର ପଦାଧିକାରୀ ଓ ଦଳର ବିଭିନ୍ନ ପଦବୀରେ ରହିବା କ’ଣ ଜଣେ ଅଯୋଗ୍ୟ ପକ୍ଷେ ସମ୍ଭବପର କି ? ଏହାର ତର୍ଜମା ରାଜ୍ୟବାସୀଙ୍କ ଉପରେ ଛାଡ଼ିଲି ବୋଲି ଶ୍ରୀମୟୀ ସୋସିଆଲ ମିଡିଆରେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri