Posted inଖେଳ

ପରାଜୟ ପରେ ସିନ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା, ଆଗାମୀ ଅଲମ୍ପିକ୍ସ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨ା୮: ଅଲମ୍ପିକ୍ସରେ ଭାରତର ଆଶା ଓ ଭରସା ପିଭି ସିନ୍ଧୁ ରାଉଣ୍ଡ ୧୬ ରୁ ବିଦାୟ ନେଇଛନ୍ତି। ଗତ ଦୁଇ ସଂସ୍କରଣରେ ସେ ଭାରତ ପାଇଁ ପଦକ ଜିତିଥିବା ବେଳେ ଚଳିତ ଥର ନିରାଶ କରିଛନ୍ତି। ଭାରତ ପାଇଁ ସିନ୍ଧୁ ଜଣେ ପଦକ ଦାବିଦାର ଥିଲେ। ଗୁରୁବାର ଖେଳ ଯାଇଥିବା ପରି କ୍ୱାର୍ଟର ଫାଇନାଲରେ ସିନ୍ଧୁ ଚାଇନାର ହେ ବିଙ୍ଗ ଜିଆଓ ବିପକ୍ଷରେ ପରାଜୟର ସାମ୍ନା କରିଛନ୍ତି। ପରାଜୟ ପରେ ସିନ୍ଧୁ ତାଙ୍କର ପ୍ରତିକ୍ରୀୟା ରଖିଛନ୍ତି। ୧୬ ୧୯ ୨୯

ସେ କହିଛନ୍ତି, ”ଡିଫେନ୍ସରେ ସାମାନ୍ୟ ଟିକିଏ ଭୁଲ୍ ପାଇଁ ଏହି ପରାଜୟର ସାମ୍ନା କଲି”। ଅଲମ୍ପିକ୍ସ ପୂର୍ବରୁ ସିନ୍ଧୁ ଜର୍ମାନୀରେ ତାଲିମ ନେଇଥିଲେ ଏବଂ ଉତ୍ତମ ପ୍ରସ୍ତୁତି ପାଇଁ ପରାମର୍ଶଦାତା ପ୍ରକାଶ ପାଦୁକୋନଙ୍କ ସହ ମଧ୍ୟ ଯୋଗ ଦେଇଥିଲେ।

ସେ କହିଛନ୍ତି, “ସମସ୍ତେ କଠିନ ପରିଶ୍ରମ କରିଥିଲେ, ତେଣୁ ଆମେ ଯାହା କରିପାରିଲୁ ତାହା କରିଛୁ। ବାକି ଭାଗ୍ୟ ଅଟେ। ମୁଁ ଏଥିରେ ଦୁଃଖିତ ନୁହେଁ। ମୁଁ ତଥାପି ଲଢେଇ ଜାରି ରଖିଥିଲି କାରଣ କୌଣସି ମୁହୁର୍ତରେ କିଛି ମଧ୍ୟ ହୋଇପାରେ। ଆମେ ଦୁହେଁ ପ୍ରତ୍ୟେକ ପଏଣ୍ଟ ପାଇଁ ଯୁଦ୍ଧ କରୁଥିଲୁ କାରଣ ଶେଷ ପର୍ଯ୍ୟନ୍ତ ଆଶା ହରାଇ ପାରିବ ନାହିଁ। ତେବେ ଏହା ଦୁଃଖର ବିଷୟ ଯେ ମୁଁ ଏହାକୁ ବିଜୟରେ ରୂପାନ୍ତର କରିପାରିଲି ନାହିଁ, ବିଶେଷ କରି ପ୍ରଥମ ପ୍ରଥମ ସେଟ୍ ରେ ଏହା ୧୯ ପଏଣ୍ଟ ଥିଲା।

ତେବେ ଆସନ୍ତା ଅଲମ୍ପିକ୍ସରେ ପାଇଁ ଚାରି ବର୍ଷ ବାକି ଅଛି। ତେଣୁ ମୋ ପାଇଁ, ବର୍ତ୍ତମାନ, ମୁଁ କେବଳ ଟିକିଏ ବିଶ୍ରାମ ନେଉଛି, ବୋଧହୁଏ କେବଳ କିଛି ବିରତି ନେଇ ତା’ପରେ ଫେରି ଆସିବି ଏବଂ ଦେଖିବା ଏହା କ’ଣ କାରଣ ଚାରି ବର୍ଷ ବହୁତ, ବହୁତ ଲମ୍ବା ସମୟ ଅଟେ। ତେବେ ଆଗକୁ ଦେଖିବା ବୋଲି ୨୯ବର୍ଷୀୟା ସିନ୍ଧୁ କହିଛନ୍ତି “।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri