Posted inଫୁରସତ

ମୋ ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି: ଅଧ୍ୟାପିକା ସ୍ଥିରା ଦାସ

ପଢ଼ିବା ସମୟରେ ମୁଁ କେବେ ଚାକିରି କରିବା କଥା ଭାବି ନ ଥିଲି। ବାବା (ବାପା) ବି କେବେ ଚାକିରି କରିବା ବିଷୟରେ ମତେ ଜୋର୍‌ ଦେଇ କହି ନ ଥିଲେ। ମୁଁ କେବଳ ଭଲ ପଢ଼ୁଥିଲି ବୋଲି ବାବା ଖୁସି ହେଉଥିଲେ ଓ ମତେ ବହୁତ ଭଲ ପାଉଥିଲେ। ବାଣୀବିହାରରୁ ପି.ଜି. ସରିଲା ପରେ ଯେତେବେଳେ ଘରକୁ ଫେରିଲି, ସେତେବେଳେ ବାବାଙ୍କର ଚାକିରିରୁ ଅବସର ନେବା ସମୟ ପାଖେଇ ଆସୁଥିଲା। ମୁଁ ଚାକିରି କରିବା ପାଇଁ ଚିନ୍ତା କଲି। କିନ୍ତୁ ଚାକିରି ପାଇବା ଆଗରୁ ବାହାଘର ହୋଇଗଲା। ସ୍ବାମୀଙ୍କ ସହିତ ଚାଲିଗଲି ସୁନ୍ଦରଗଡ଼, କାରଣ ସୁନ୍ଦରଗଡ଼ ସରକାରୀ କଲେଜରେ ସ୍ବାମୀ ଅଧ୍ୟାପକ ଚାକିରି କରୁଥିଲେ। ସେଠାରେ ରହି ଚାକିରି ପାଇଁ ଲାଗିବା ସହଜ ନ ଥିଲା। ପରେ ଝିଅଟେ ହେଲା। ଝିଅର ଯତ୍ନ ନେବାରେ ମୁଁ ବେଶ୍‌ ଆନନ୍ଦ ପାଉଥିଲି। ଚାକିରି କଥା ଭାବିବାକୁ ମୋ ପାଖରେ ଆଉ ସମୟ ବି ନ ଥିଲା। ଝିଅ ବଡ଼ ହୋଇ ଯେବେ ହାଇସ୍କୁଲରେ ପଢିଲା, ସେବେ ମୁଁ ଚାକିରି କରିବା କଥା ଭାବିଲି। ସେତେବେଳେ ଭଦ୍ରକ ସରକାରୀ କଲେଜରେ ଅତିଥି ଅଧ୍ୟାପକ ସକାଶେ ବିଜ୍ଞାପନ ବାହାରିଥିଲା। ସେଥିରେ ଆବେଦନ କରି ଭଦ୍ରକ କଲେଜରୁ ଅତିଥି ଅଧ୍ୟାପିକା ଭାବରେ ମୁଁ ମୋର ଚାକିରି ଜୀବନ ଆରମ୍ଭ କଲି। ପ୍ରଥମ ମାସର ଦରମା ଥିଲା ୧୫, ୬୦୦ ଟଙ୍କା। ପ୍ରଥମେ ଭାବୁଥିଲି ସବୁ ଟଙ୍କା ବାବାଙ୍କୁ ଦେଇ ଦେବି ବୋଲି। କିନ୍ତୁ ପରେ ମୋ ଖୁସିକୁ କେବଳ ବାବାଙ୍କ ସହିତ ନ ବାଣ୍ଟି ଅନ୍ୟମାନଙ୍କ ସହିତ ବାଣ୍ଟିବା ପାଇଁ ଇଚ୍ଛା କଲି। ତେଣୁ ବାବା ଓ ମା’ଙ୍କୁ ମାତ୍ର ୧୦୦୦ ଟଙ୍କା ଲେଖାଏ ଦେଲି। ବାବା ସେତେବେଳକୁ ଚାକିରିରୁ ଅବସର ନେଇସାରିଥିଲେ। ତାଙ୍କ ଚଳିବା ପାଇଁ ପେନ୍‌ସନ୍‌ ପଇସା କିଛି କମ୍‌ ନ ଥିଲା। କିନ୍ତୁ ମୁଁ ଦେଇଥିବା ହଜାରେ ଟଙ୍କାକୁ ଧରି ବାବା ସେଦିନ ଯେତେ ଖୁସି ହୋଇଥିଲେ, ସେହି ମୁହୂର୍ତ୍ତକୁ ମୁଁ ଏଯାଏ ଭୁଲି ନାହିଁ। କଲେଜରେ ପଢ଼ିଲାବେଳେ ମୋ ବଡ଼ ଭଉଣୀ ସବୁବେଳେ କହୁଥିଲା, ‘ଆମ ଘରେ ଯିଏ ଚାକିରି କରୁ କି ନ କରୁ, ଜାପୁଟା ଚାକିରି କରିବା ଦରକାର।’ ତେଣୁ ସେଦିନ ତା’ କଥା ବହୁତ ମନେ ପଡିଲା। ତାକୁ ଫୋନ୍‌ କରି କହିଲି, ‘ଦେଈ, ମୋ ପ୍ରଥମ ଦରମାରୁ ୧୦୦୦ ଟଙ୍କା ତତେ ଦେବି, କିଛି ନ କହି ରଖିବୁ।’ ସେ ସଙ୍ଗେସଙ୍ଗେ କହିଲା, ‘ତୋ ଚାକିରି ପଇସାରୁ ମତେ ଦେଇଥିବାରୁ ମୁଁ ଖୁସି ତ ହେଲି, କିନ୍ତୁ ତୁ ତୋ ଏମ୍‌.ଏ. ପାଠକୁ କାମରେ ଲଗେଇ ପାରିଲୁ ବୋଲି ତା’ଠାରୁ ବେଶି ଖୁସି ହେଲି।’ ଏହାର ଦୁଇଦିନ ପରେ ମୁଁ, ଝିଅ ଓ ସ୍ବାମୀ ବସି କଥା ହେଉଥାଉ । ଝିଅ ପଚାରିଲା, ‘ମାମା, ମତେ ତ କିଛି ଦେଲନାହିଁ।’ ମୁଁ କହିଲି, ‘ତୋ ପାପା ମତେ ସୁଯୋଗ ଦେଲେ ସିନା ମୁଁ ତତେ କିଛି ଦେଇପାରିବି। ତୁ କେକ୍‌ ଭଲପାଉ ବୋଲି ତୋ ପାଇଁ କେକ୍‌ ଆଣିବି ବୋଲି କହିଥିଲି। ହେଲେ ମୁଁ ଆଣିବା ଆଗରୁ ସେଇ କେକ୍‌ ତୋ ପାପା କାଲି ନେଇ ଆସିଲେ।’ ଝିଅ ହସି ହସି କହିଲା, ‘ହଉ ହେଲା, ଏବେ ଭାବିଦେଲି ଯେ କାଲି ତୁମେ ମତେ କେକ୍‌ ଦେଇଥିଲ।’ ତା’ପରେ ମୁଁ ସ୍ବାମୀଙ୍କୁ ଚାହିଁ ପଚାରିଲି, ‘ତୁମେ କିଛି ନେବନି?’ ସେ କହିଲେ, ‘ଆରେ ହଁ, ତୁମ ଆକାଉଣ୍ଟରେ ଦରମା ଟଙ୍କା ଜମା ହେଲା ପରେ ମୋ ପକେଟ୍‌ରୁ ଟଙ୍କା ନେଇ ୟାକୁ ଦେଉଛ ତାକୁ ଦେଉଛ। ହେଲେ ମତେ ତ କିଛି ଦେଲ ନାହିଁ ।’ ମୁଁ କହିଲି, ‘ତୁମକୁ ଆଉ ଅଧିକ କ’ଣ ଦେବି। ତୁମ ପାଖରେ ମୋ ଏ.ଟି.ଏମ୍‌. କାର୍ଡ ପରା ଅଛି; ଯାହାର ପାସ୍‌ୱାର୍ଡ ବି ମତେ ଜଣା ନାହିଁ। ପାସ୍‌ୱାର୍ଡ ତୁମେ ହିଁ ଜାଣିଛ। ତେଣୁ ଭାବିନିଅ ତୁମ ସ୍ତ୍ରୀର ଖୁସି ପାଇଁ ତୁମେ ମୋ ଦ୍ୱାରା ସମସ୍ତଙ୍କୁ କିଛି କିଛି ଉପହାର ଦେଇଛ। ମୋ ଆକାଉଣ୍ଟରେ ୧୫,୬୦୦ ଟଙ୍କା ସେମିତି ରହିଛି।’ ମୋ କଥା ଶୁଣି ସ୍ବାମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ମୁଁ କିଛି ବୁଝିପାରିଲିନି।’ ତାଙ୍କ କଥା ଶୁଣି ମୁଁ କହିଲି, ‘ମୁଁ ଆଟର୍‌ସ ଲୋକ, ୟେ ଫିଜିକ୍ସ ପ୍ରଫେସରଙ୍କୁ କ’ଣଟା ବୁଝେଇବି? ଯାଉଛି ମୋ କାମ ପଡ଼ିଛି କରିବି।’ ଏତିକି କହିଦେଇ ସେ ଜାଗା ଛାଡ଼ିଲି। ଝିଅ ତା’ ପାପାଙ୍କୁ ଅନେଇ ମୁରୁକି ମୁରୁକି ହସୁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri