‘ମୁଁ ଆଗ ଇସ୍ତଫା ଦେଇଥିଲି ବହିଷ୍କାର ଶୁଣି ହସମାଡ଼ୁଛି’

ଭୁବନେଶ୍ୱର,୬।୯: ଭାଜପାରେ ମିଶିବା ପରେ ସୁଜିତ କୁମାର ପ୍ରତିକ୍ରିୟା ରଖିଛନ୍ତି। ବହିଷ୍କାର ନେଇ ସେ କହିଛନ୍ତି, ଇସ୍ତଫା ପରେ ବହିଷ୍କାର ହାସ୍ୟାସ୍ପଦ । ଆଗ ମୁଁ ବିଜେଡିରୁ ଇସ୍ତଫା ଦେଇଥିଲି। ଏ ସଂପର୍କରେ ମୋ ଇ-ମେଲ୍ରେ ପ୍ରମାଣ ରହିଛି। ଇସ୍ତଫା ଦେବା ପରେ ମୋତେ ବହିଷ୍କାର କଥା କୁହାଯାଇଥିଲା ପ୍ରେସ ରିଲଜରେ ମୋତେ ବହିଷ୍କାର କରାଯାଇଥିବା କୁହାଯାଇଥିଲା

ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଥିଲେ  ସୁଜିତ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଥିଲେ ।

ଅଳ୍ପ କେଇଟା ସମୟ ପରେ ସୁଜିତ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚଚ୍ଚର୍ଚ୍ଚା ହେଉଥିଲା ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ଇସ୍ତଫା ପତ୍ର ପଠାଇବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା: ପୂର୍ବତନ ଏମ୍‌ପିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୨ା୩(ପ୍ରଭୁକଲ୍ୟାଣ ମହାପାତ୍ର): ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି। ତାଙ୍କୁ ପୂର୍ବରୁ ମିଳିଥିବା…

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ପୁଣି ବୁଲଡୋଜର ମାଡ଼: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ନିଶା ଆଡ୍ଡାସ୍ଥଳୀ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ,…

IAS ସ୍ତରରେ ଅଦଳବଦଳ, ୫ IASଙ୍କୁ….

ଭୁବନେଶ୍ବର,୧୨।୩: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri