ପ୍ରଥମ ଦରମା ମାଆଙ୍କୁ ଦେଇଥିଲି

ଇଞ୍ଜିନିୟରିଂ ପଢ଼ା ସରିବା ପରେ ଚାକିରି ପାଇଁ ମତେ ଷ୍ଟ୍ରଗଲ୍‌ କରିବାକୁ ପଡ଼ି ନ ଥିଲା। ମୁଁ ମୋ ଘରେ ବିଭିନ୍ନ ପ୍ରକାରର ଫୁଲଗଛ ଓ ରଙ୍ଗିନ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ସଂଗ୍ରହ କରି ରଖିଥିଲି; ଯିଏ ବି ଦେଖୁଥିଲେ ପ୍ରଶଂସା ନ କରି ରହିପାରୁ ନ ଥିଲେ। ମୋର ଜଣେ ବନ୍ଧୁ ଦାର୍ଜିଲିଂ ନିକଟସ୍ଥ କାଲିଂପୋଙ୍ଗରେ ରହୁଥିଲେ। ମୋ ଆଗ୍ରହ ଓ ସଉକ ଦେଖି ସେ ମତେ ବିଭିନ୍ନ ପ୍ରକାରର କଲର୍‌ କାକ୍‌ଟସ୍‌ ଯୋଗେଇ ଦେଇଥିଲେ। ଗୋଟେ ସମୟରେ ୧୦୦ରୁ ଅଧିକ କଲର୍‌ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ମୋ ପାଖରେ ଥିଲା। ମୋ ସାଙ୍ଗର ମାମୁ ଦିନେ ଆମ ଘରକୁ ଆସିଥିଲେ ଆଉ ମୋର ଏହିସବୁ କଲେକ୍ସନ ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଲେ। ସେ ମତେ କହିଲେ, ‘ଆସନ୍ତାକାଲି ରାଉରକେଲା କ୍ଲବରେ ଫୁଲ ଓ ଫୁଲଗଛର ଏକ ପ୍ରଦର୍ଶନୀ ହେବାର ଅଛି, ତୁମେ ଭାଗ ନିଅ ବହୁତ ପ୍ରଶଂସା ସାଉଁଟିବ।’ ତାଙ୍କ ସହାୟତାରେ ମୁଁ ସେହି ପ୍ରଦର୍ଶନୀରେ ଭାଗନେଲି। ପ୍ରଥମ ଉଦ୍‌ଘାଟନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଅନେକ ସିନିୟର୍‌ ଏକ୍‌ଜିକ୍ୟୁଟିଭ୍‌ ସବୁ ଆସିଥିଲେ। ପ୍ରାୟ ୨୫ଟି ଷ୍ଟଲ ଲାଗିଥିଲା କିନ୍ତୁ ମୋ ଷ୍ଟଲରେ ପ୍ରଚୁର ଭିଡ଼ ହୋଇଥିଲା। ସେହି ଭିଡ ଭିତରୁ କୋଟ୍‌ ଟାଇ ପିନ୍ଧିଥିବା ଜଣେ ଭଦ୍ରଲୋକ ମତେ କହିଲେ, ‘ସବୁ କାକ୍‌ଟସ୍‌ ମତେ ଦେଇଦିଅ, ଆଉ କେତେ ଟଙ୍କା ନେବ କୁହ।’ ମୁଁ କିନ୍ତୁ ମନା କରି କହିଲି, ‘ସାର୍‌ ମୋର ହବି ଆଉ ସଉକକୁ ମୁଁ ବିକି ପାରିବି ନାହିଁ।’ ସେ ମୋ ସ୍ପଷ୍ଟ ଉତ୍ତରରେ ବହୁତ ଖୁସି ହେଲେ ଆଉ ମୋ ସହ କଥା ହୋଇ ଜାଣିବାକୁ ପାଇଲେ ଯେ, ମୁଁ ଜଣେ ମେକାନିକାଲ ଇଂଜିନିୟରିଂ ଛାତ୍ର ବୋଲି। ବହୁତ ଖୁସି ହେଲେ ଓ ମତେ କିଛି ସାଧାରଣ ପ୍ରଶ୍ନ ଏବଂ ଟେକ୍ନିକାଲ ପ୍ରଶ୍ନ ପଚାରିଥିଲେ। ତା’ପରେ ତାଙ୍କ ଭିଜିଟିଂ କାର୍ଡଟିକୁ ମତେ ବଢ଼ାଇ ଦେଇ କାଲି ସକାଳେ ହୋଟେଲରେ ତାଙ୍କୁ ଦେଖାକରିବାକୁ କହି ସେଠାରୁ ଚାଲିଗଲେ। ମୁଁ ସେହି ଭିଜିଡିଂ କାର୍ଡରୁ ଜାଣିପାରିଲି ଯେ, ସେ ଜଣେ ବହୁତ ବଡ଼ ଘରୋଇ କମ୍ପାନୀର ଚେୟାରମ୍ୟାନ, ଭିଲାଇରେ ରୁହନ୍ତି। ତା’ପରଦିନ ସକାଳେ ଫଟୋ ଓ ମୋର ସବୁ ସାର୍ଟିଫିକେଟ ନେଇ ତାଙ୍କ ପାଖରେ ପହଞ୍ଚତ୍ଲି। ସେ ତାଙ୍କ ମ୍ୟାନେଜରଙ୍କୁ ଡାକି ମୋ ସହ ପରିଚୟ କରାଇଦେଲେ ଓ କହିଲେ ଆସନ୍ତାକାଲି ଜଏନ୍‌ କରିବା ପାଇଁ। ମୁଁ ବିଶ୍ବାସ କରିପାରୁ ନ ଥିଲି। ଖୁସିରେ ଆତ୍ମହରା ହୋଇ ଘରର ସମସ୍ତଙ୍କୁ ଏବଂ ମୋ ସାଙ୍ଗମାନଙ୍କୁ ଚାକିରି ହୋଇଯିବା କଥା ଜଣାଇଲି। ମାଆ କହିଲେ, କାଲି ଶନିବାର ଅଛି ତେଣୁ ସାର୍‌ଙ୍କୁ ଅନୁରୋଧ କର ସୋମବାର ଦିନ ଜଏନ୍‌ କରିବା ପାଇଁ। ମୁଁ ସଙ୍ଗେସଙ୍ଗେ ହୋଟେଲକୁ ଯାଇ ସାର୍‌ଙ୍କୁ ଦେଖାକରି ଅନୁରୋଧ କଲି ସୋମବାର ଦିନ ଜଏନ୍‌ କରିବା ପାଇଁ। ସେ ରାଜି ହୋଇଗଲେ। ମ୍ୟାନେଜର ଆପଏଣ୍ଟମେଣ୍ଟ ଚିଠି ସଙ୍ଗେସଙ୍ଗେ ମତେ ଦେଲେ ଆଉ ମୁଁ ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ୍‌ ଫର୍ନେଶ ମର୍ଡନାଇଜେଶନ୍‌ ସାଇଟ୍‌ରେ ଇଂଜିନିୟର ଭାବରେ ଜଏନ୍‌ କଲି। ଦେଖୁଦେଖୁ ଗୋଟେ ମାସ କଟିଗଲା ଆଉ ଜୀବନର ପ୍ରଥମ ବେତନ ୨୨୦୦ ଟଙ୍କା ଗୋଟିଏ ଲଫାପାରେ ମତେ ଦିଆଗଲା। ଜୀବନର ପ୍ରଥମ ଚାକିରିର ପ୍ରଥମ ବେତନ ପାଇ ମୁଁ ଖୁସିରେ ଆତ୍ମହରା ହୋଇ ଉଠିଥିଲି।
ସନ୍ଧ୍ୟାରେ ଗୋଟେ ପ୍ୟାକେଟ୍‌ ମିଠା ଓ ଦରମା ଟଙ୍କା ନେଇ ମାଆଙ୍କ ହାତରେ ଦେଲି। ଦେଖୁଥିଲି ଖୁସିର ଦୁଇଟୋପା ଲୁହ ମାଆଙ୍କ ଆଖିରୁ ଗଡି ଯାଇଥିଲା। ସେଥିରୁ କିଛି ଟଙ୍କା ମତେ ଦେଇ କହିଲେ, ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପାଖରେ ଭୋଗ ଅର୍ପଣ କରିବା ପାଇଁ। ଆଜି ମୁଁ ଏକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରି ମାସକୁ ଲକ୍ଷାଧିକ ଟଙ୍କା ବେତନ ପାଉଛି; ହେଲେ ସେଦିନର ସେହି ୨୨୦୦ ଟଙ୍କା ମତେ ଯେଉଁ ଖୁସି ଦେଇଥିଲା ଆଉ ତାକୁ ମା’ଙ୍କୁ ଦେଲାପରେ ଯେଉଁ ଆତ୍ମସନ୍ତୋଷ ମିଳିଥିଲା ସେକଥାକୁ ମୁଁ ଆଜିଯାଏ ଝୁରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri