ପ୍ରଥମ ପାରିଶ୍ରମିକ ମା’କୁ ଦେଇଥିଲି: ଶିଶୁ ସାହିତି୍ୟକ ତଥା ଅଧ୍ୟାପକ ପ୍ରମୋଦ ବିଶ୍ୱାଳ

ପୁରୀ ଜିଲା ଅସ୍ତରଙ୍ଗ ନିକଟସ୍ଥ ବରାଙ୍ଗ ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇଂରାଜୀରେ ସ୍ନାତକୋତ୍ତର। ପେଶାରେ ଜଣେ ଇଂରାଜୀ ଅଧ୍ୟାପକ ହେଲେ ହେଁ, ନିଶା କିନ୍ତୁ ମୋର ଗପ, କବିତା ଲେଖିବା, ଗୀତ ଗାଇବା ଓ ପ୍ରବଚନ ଦେବା। ମୋ ମା’ ଅଲେଖ ଦୀକ୍ଷା ନେଇଥିବାରୁ ପିଲାଦିନେ ଆମଘରକୁ ଅନେକ ସାଧୁସନ୍ଥ ଆସୁଥିଲେ। ସେମାନଙ୍କ ପାଖେ ବସି ଭଜନ, କୀର୍ତ୍ତନ ତଥା ଭକ୍ତି କଥା ଶୁଣି ଶୁଣି ମୋ ଭିତରେ ବି କ୍ରମେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥିଲା। ତା’ସାଙ୍ଗକୁ ରେଡ଼ିଓ ଶୁଣିବାର ନିଶା ମୋତେ ଧୀରେ ଧୀରେ ଗପ, କବିତା ଲେଖିବା ମଧ୍ୟ ଶିଖାଇଦେଲା। ଷଷ୍ଠ/ସପ୍ତମରେ ପଢିଲାବେଳେ ଛୋଟ ଛୋଟ ଗପ, କବିତା ଲେଖିବା ଆରମ୍ଭ କରିଥିଲି। ହେଲେ ଯୁକ୍ତ ଦୁଇରେ ପଢିଲାବେଳେ ପ୍ରଥମ ଥର ପାଇଁ ମୋର ଏକ କବିତା ଆକାଶବାଣୀର ଯୁବବାଣୀ ବିଭାଗ ପାଇଁ ଚୟନ ହେଲା। ‘ତିନୋଟି ପାଖୁଡ଼ା’ ଶୀର୍ଷକ ଏହି କବିତାଟି ରେଡ଼ିଓରେ ବାଜିବା ପରେ ମୋତେ ୭୫ଟଙ୍କା ପାରିଶ୍ରମିକ ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେଥିରୁ ୨୫ ଟଙ୍କା ଗାଁର ତ୍ରିନାଥ ମଣ୍ଡପରେ ମେଳା ପାଇଁ ଦେଇସାରିବା ପରେ ବଳିଥିବା ୫୦ ଟଙ୍କାକୁ ନେଇ ମୁଁ ମୋ ମା’ ହାତରେ ଦେଇଥିଲି। ମା’ ଖୁସିରେ ମୋ ମୁଣ୍ଡକୁ ଆଉଁସିଦେଇ ମୋତେ ସେଦିନ ଢେର୍‌ ଆଶୀର୍ବାଦ କରିଥିଲା। ଆଉ ତା’ରି ଆଶୀର୍ବାଦରୁ ହିଁ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ସାରିବା ପରେ ଇଂରାଜୀ ଅଧ୍ୟାପକ ଭାବେ ମୋର ପ୍ରଥମ ପୋଷ୍ଟିଂ ବାରଙ୍ଗସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟରେ ହେଲା। ବର୍ଷେ ପରେ ପଟିଆସ୍ଥିତ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟକୁ ମୋର ବଦଳି ହେଲା। ସେବେଠାରୁ ଅର୍ଥାତ୍‌ ୧୯୯୫ରୁ ଆଜି ପର୍ଯ୍ୟନ୍ତ ମୁଁ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟାପନା କରିଆସୁଛି। ଆଉ ତା’ରି ଭିତରୁ ବି ସମୟ ବାହାର କରି ପ୍ରାୟ ୫/୬ ବର୍ଷ ଆକାଶବାଣୀର ଶିଶୁବିଭାଗ ଅଧିନରେ ଆସୁଥିବା ୪ଟି ପ୍ରୋଗାମ୍‌ ‘ଶିଶୁ ସଂସାର’, ‘ଚକା ଚକା ଭଉଁରୀ’, ‘କିଶୋର ଚକ୍ର’ ତଥା ‘ବିଦ୍ୟାଳୟ କାର୍ଯ୍ୟକ୍ରମ’ ପାଇଁ ଅନେକ ଗପ, କବିତା ମଧ୍ୟ ପଠାଇଛି ଆଉ ସେ ବାଦଦେ ପାରିଶ୍ରମିକ ବି ପାଇଛି। ତା’ପରେ ୩/୪ ବର୍ଷ ରେଡ଼ିଓର ବ୍ୟଙ୍ଗ ସାହିତ୍ୟ ଯେମିତିକି ‘ଚହଟ ଚମ୍ପା’ରେ ମଧ୍ୟ ମୋର ଅନେକ ଲେଖା ବାଜିଛି। ‘ଚହଟ ଚମ୍ପା’ ବନ୍ଦ ହୋଇଯିବା ପରେ ଆଉ ରେଡ଼ିଓ ପାଇଁ ଲେଖାଲେଖି କଲିନି ସତ କିନ୍ତୁ ରେଡ଼ିଓ ଶୁଣିବାର ନିଶା ଆଜିଯାଏଁ ମୋର ସେମିତି ରହିଛି। ମୁଁ ଟିଭି ଦେଖିବାକୁ ଭଲ ପାଏନି ହେଲେ ପ୍ରତିଦିନ କିଛିକିଛି ସମୟ ରେଡ଼ିଓ ଶୁଣେ। ଏଥିସହିତ ଶିଶୁ ଗଳ୍ପ ଓ କବିତା ବି ଲେଖେ। ୟା’ ଭିତରେ ‘ଭକ୍ତି ପୁଷ୍ପାଞ୍ଜଳି’ ଓ ‘ଅନାବନା ଭାବନା’ ନାମରେ ଦୁଇଟି ଶିଶୁ କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି। ଏସବୁବାଦ୍‌ ନିଜର ଏହି ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ମୁଁ ୧୦୮ ହନୁମାନ ଚାଳିସା ପାରାୟଣ ବି କରିଥାଏ। ଭକ୍ତି କଥାମୃତ ସମ୍ପର୍କିତ ପ୍ରବଚନ ବି ଦେଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରକୁ ବି ଅନେକ ଥର ପ୍ରବଚନ ଦେବା ପାଇଁ ଯାଇ ଶ୍ରୋତାଙ୍କର ମନ ଜିଣିବାରେ ସକ୍ଷମ ହୋଇପାରି ଥିବାରୁ ମୋତେ ବହୁତ ଆତ୍ମସନ୍ତୋଷ ବି ଲାଗେ।

ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri