Posted inଫୁରସତ

ସମସ୍ତଙ୍କୁ କିଛି କିଛି ଦେଇଥିଲି

ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ। ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ବାଣୀବିହାରରେ ପିଜି କରୁଥିବା ସମୟରେ ପାଠପଢ଼ା ମଝିରେ ହୋଇଥିଲା ମୋର ବାହାଘର। କୌଣସି ପ୍ରକାରେ ପଢା ଶେଷକଲି। ମୋ ମନକଥା କହିବାରୁ ସ୍ବାମୀ କହିଲେ, ‘ମୁଁ ଯେତିକି ରୋଜଗାର କରୁଛି ଆମ ପରିବାର ସୁରୁଖୁରୁରେ ଚଳିଯିବ ବୋଲି ଭାବୁଛି। ବାପାବୋଉଙ୍କର ବୟସ ହେଲାଣି, ବଡ଼ଭାଇଙ୍କର ମୁଣ୍ଡ ଠିକ୍‌ ନାହିଁ ତା’ ସହିତ ଘରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ତୁମେ ଚାକିରି କଲେ ଆହୁରି କାମ ବଢିଯିବ। ମୋର ଚାକିରିରେ କାର୍ଯ୍ୟଭାର ଏତେ ଅଧିକ ଯେ ଚାହିଁଲେ ବି ତୁମକୁ ସାହାଯ୍ୟ କରିପାରିବି ନାହିଁ। ତୁମେ ଯଦି ସବୁ ଜିନିଷକୁ ସୁଚାରୁରୂପେ ସଂପାଦନ କରିପାରିବ ବୋଲି ଭାବୁଛ ତେବେ ମୋର କୌଣସି ଆପତ୍ତି ନାହିଁ।’ କିନ୍ତୁ ଘରସଂସାର କରି ସମସ୍ତ ଦାୟିତ୍ୱ ତୁଲେଇ ଚାକିରି କରିବା ମୋ ପକ୍ଷେ ସମ୍ଭବପର ହୋଇ ନଥିଲା। ହେଲେ ମଝିରେ ମଝିରେ ମୋ ଭିତରେ ଜାକିମାଡି ହୋଇ ଶୋଇଥିବା ସ୍ବପ୍ନଟି ମୋତେ ଅସ୍ତବ୍ୟସ୍ତ କରୁଥିଲା। ତେଣୁ ମୋ ପୁଅଝିଅଙ୍କୁ ପଢେଇବା ସହିତ ବିନା ପଇସାରେ ଅନ୍ୟମାନଙ୍କୁ ମଧ୍ୟ ପଢାଉଥିଲି। ଶେଷରେ ଦିନେ ଭଗବାନ ସୁଯୋଗଟିଏ ଦେଲେ ୨୦୦୯ ମସିହାରେ। ସେତେବେଳକୁ ଶାଶୁ ଶ୍ୱଶୁରଙ୍କର ଦେହାନ୍ତ ହୋଇସାରିଥିଲା। ପିଲା ଦୁହେଁ ମଧ୍ୟ ବଡ଼ ହୋଇଯାଇଥିଲେ। ଯେହେତୁ ମୁଁ ପଢେଇବାକୁ ଭଲ ପାଉଥିଲି ସମୟର ସଦୁପଯୋଗ କରି ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷୟିତ୍ରୀ ରୂପେ ଯୋଗଦେଲି। ମୋ ପରିବାର ମୋତେ ଦୃଢ଼ ଭାବରେ ସମର୍ଥନ କଲେ। ଗୋଟିଏ ସ୍ବତନ୍ତ୍ର ପରିବେଶରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ଗହଣରେ ସମୟ ବିତେଇ ଖୁବ୍‌ ଆତ୍ମସନ୍ତୋଷ ପାଉଥିଲି। ମାସ ଶେଷରେ ସ୍କୁଲ କର୍ତ୍ତୃପକ୍ଷ ଯେତେବେଳେ ଚେକ୍‌ଟିଏ ଧରେଇଦେଲେ ଖୁସିରେ ମୋ ମନ କୁରୁଳି ଉଠିଲା। ପ୍ରଥମ ଉପାର୍ଜନ ମୋ ମନରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଥିଲା। ମୁଁ ଚେକ୍‌ ଭଙ୍ଗେଇ ଟଙ୍କା ଆଣିବା ପରେ ପ୍ରଥମେ ଠାକୁରଙ୍କ ପାଇଁ କିଛି ଟଙ୍କା ରଖିଥିଲି। ତା’ପରେ ମୋ ବୋଉ ପାଇଁ ଗୋଟିଏ ଶାଢ଼ି ଆଣିଥିଲି। ମୁଁ ଯାଉଥିବା ଅନାଥ ଆଶ୍ରମରେ ପିଲାମାନଙ୍କୁ ମିଠା ବାଣ୍ଟିବା ସହିତ ଗୋଟିଏ ଗୋଟିଏ କଲମ ଦେଇଥିଲି। ପୁଅ, ଝିଅ, ପୁତୁରା ଓ ମୋତେ ନେବାଆଣିବା କରୁଥିବା ଡ୍ରାଇଭରଙ୍କୁ ମଧ୍ୟ ଖୁସିରେ ଖର୍ଚ୍ଚ କରିବାକୁ କିଛି ଟଙ୍କା ଦେଇଥିଲି। ମୋ ଦରମା ଆଶାନୁରୂପ ନଥିଲା। କିନ୍ତୁ ଏତେ ବର୍ଷ ପରେ ମୋ ସ୍ବପ୍ନ ପୂରଣ ହେଲା ଓ ମୁଁ ଉପାର୍ଜନକ୍ଷମ ହୋଇ ପାରିଲି ଏହା ମୋତେ ବହୁତ ଖୁସି ଦେଇଥିଲା। ଏଥର ନିଜ ରୋଜଗାରରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବି ଏମିତି ଭାବନାଟିଏ ଧୀରେ ଧୀରେ ମୋ ଭିତରେ ଦୃଢ଼ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri