କୁଲଦୀପଙ୍କୁ ପାଇ କେକେଆର୍‌କୁ ଏମିତି କହିଲେ ଦିଲ୍ଲୀ ଫ୍ରାଞ୍ଚାଇଜ ମାଲିକ

ନୂଆଦିଲ୍ଲୀ,୧୩।୨: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ଠିକ୍‌ ଭାବେ ସମ୍ଭାଳି ନ ଥିଲା। ଚାଇନାମ୍ୟାନ ସ୍ପିନରଙ୍କୁ କିଣିବା ପରେ ଏଭଳି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ମାଲିକ ପାର୍ଥ ଜିନ୍ଦଲ।

“ମୋ ମତରେ ଆଇପିଏଲ୍‌ର ଗତ କିଛି ସଂସ୍କରଣରେ ତାଙ୍କୁ ଉଚିତ ସୁଯୋଗ ଦିଆଯାଇନାହିଁ। ଯାହା ଫଳରେ ସେ ଆତ୍ମବିଶ୍ୱାସ ସହ ଖେଳିପାରି ନ ଥିଲେ। କିନ୍ତୁ ରିକି ପଣ୍ଟିଂ ଓ ରିଷଭ ପନ୍ତଙ୍କ ସହ ଆମେ ଦିଲ୍ଲୀ କ୍ୟାପିଟାଲ୍ସରେ ଯେଉଁଭଳି ପରିବେଶ ସୃଷ୍ଟି କରିଛୁ, ତାହା ଆମେ ତାଙ୍କୁ ଦେବାକୁ ଚାହୁଁଛୁ। ତାଙ୍କୁ ବହୁତ କିଛି ପ୍ରମାଣ କରିବାର ଅଛି। ଆଗାମୀ ଆଇପିଏଲ୍‌ରେ ସେ କେଉଁ ଭଳି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ପାଇଁ ଆମେ ବ୍ୟଗ୍ର” ବୋଲି ଜିନ୍ଦଲ ‘ଅକ୍‌ଶନ ଆଲର୍ଟ ଓ୍ବିଥ ବୋରିଆ’ କାର୍ଯ୍ୟକ୍ରମରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାମହାତୀ ସ୍ପିନର ୨୦୧୪ରୁ କେକେଆର ପାଇଁ ଖେଳୁଥିଲେ। କିନ୍ତୁ ମେଗା ଅକଶନ ପୂର୍ବରୁ ତାଙ୍କୁ ଦଳ ରିଟେନ କରି ନ ଥିଲା। ସେ ଆହତ ସମସ୍ୟା କାରଣରୁ ଗତ ବର୍ଷ ଖେଳି ନ ଥିଲେ। ଅକଶନ ପାଇଁ ୧ କୋଟି ଟଙ୍କାର ବେସ୍‌ ପ୍ରାଇସ୍‌ ରଖିଥିଲେ। ତାଙ୍କୁ ୨ କୋଟି ଟଙ୍କା ଟଙ୍କାରେ ଦିଲ୍ଲୀ କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ସୋମବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri