Posted inଜାତୀୟ

ମୁଁ କାହା ବାପାଙ୍କୁ ବି ଭୟ କରେନା, ଯାହା କହିଛି ସତ କହିଛି: ସଞ୍ଜୟ ରାଉତ-ଅଜିତ ପାଓ୍ବାର ମୁହାଁମୁହିଁ…

ମୁମ୍ବାଇ,୧୯।୪ : ଅଜିତ ପାୱାରଙ୍କ ଉପରେ କଠୋର ଆଭିମୁଖ୍ୟ ଦର୍ଶାଇ ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଠାକରେ ସେନା ତାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସ୍ଥିତିରେ ଅଛନ୍ତି। ମୁଁ ସାମାନାରେ ସତ୍ୟ ଲେଖିଥିଲି, ଯେଉଁଥିପାଇଁ ଏନସିପିରେ ଭାଜପାର ଅପରେଶନ ଲୋଟସ ବିଫଳ ହୋଇଛି। ମୋ ଲେଖାର ସତ୍ୟତା ଅଜିତ ପୱାରଙ୍କୁ କାହିଁକି ଖରାପ ଲାଗୁଛି?

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି, ଆଜି ଏନସିପିର ଅନେକ ନେତା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିଙ୍କ ଚାପରେ ଅଛନ୍ତି। ଏହି ଚାପ ମାଧ୍ୟମରେ ଭାଜପା ଏନସିପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଯେତେବେଳେ ଶିବସେନା ଭାଙ୍ଗିଗଲା, ସେତେବେଳେ ଅଜିତ ପାୱାର ଏବଂ ତାଙ୍କ ଦଳ ବହୁ ପ୍ରଚାର କରିଥିଲେ କାହିଁକି? ଯେତେବେଳେ ମୁଁ ଏହା କରୁଛି ସେତେବେଳେ ଅଜିତଙ୍କୁ ଖରାପ କାହିଁକି ଲାଗୁଛି? ମୁଁ ଏମଭିଏର ଚୌକିଦାର ଏବଂ ଏଥିରେ ସାମିଲ ହୋଇଥିବା ସମସ୍ତ ଦଳଙ୍କୁ ଏକଜୁଟ କରି ରଖିବା ମୋର ଦାୟିତ୍ୱ।
ମୁଁ ସାମନାରେ ଲେଖିବି, ମୁଁ କାହାର ବାପାଙ୍କୁ ବି ଭୟ କରେ ନାହିଁ। ଅଜିତ ପାୱାରଙ୍କ ଉପରେ ସଞ୍ଜୟ ରାଉତ ମନ୍ତବ୍ୟ ଦେଇଥିଲେ। ସାମନା ଖବରକାଗଜର ସ୍ତମ୍ଭ ସେ ଲେଖିଥିଲେ, ଭାଜପା ଅଜିତ ପାୱାରଙ୍କ ସମେତ କେତେକ ଏନସିପି ନେତାଙ୍କୁ ଇଡି ଯାଞ୍ଚ ଏବଂ ଜେଲ ଯିବା ଭୟ ଧମକ ଦେଉଛି। ଜାରଣ୍ଡେଶ୍ୱର ଚିନି ମିଲର ଇଡି ଅନୁସନ୍ଧାନରେ ଦାଖଲ ହୋଇଥିବା ଚାର୍ଜଶିଟରେ ଅଜିତ ପାୱାରଙ୍କ ନାମ ନାହିଁ। ଏହା ଚାପ ପକାଯାଉଥିବା ରାଜନୀତି।

ମଙ୍ଗଳବାର ଅଜିତ ପାୱାର ସଞ୍ଜୟ ରାଉତଙ୍କ ନାମ ନ ନେଇ ପ୍ରତିକ୍ରିୟା ଦେଇ କହିଥିଲେ, ଅନ୍ୟ ଦଳର ସଦସ୍ୟ ଥିବାବେଳେ କିଛି ଲୋକ ଏନସିପିର ମୁଖପାତ୍ର ହେବାର ପ୍ରୟାସ କରୁଛନ୍ତି, ସେମାନଙ୍କୁ ନିଜ ଦଳ ବିଷୟରେ କହିବା ଆବଶ୍ୟକ। ଏନେଇ ସଞ୍ଜୟ ରାଉତ କହିଛନ୍ତି, ଅଜିତ ପାୱାର ମୋର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। କେବଳ ଶରଦ ପାୱାର ଏହା କରିପାରିବେ। ମୁଁ ସବୁବେଳେ ଲେଖିବି ଏବଂ ଯଦି ଏହା କାହାକୁ ଅପମାନିତ କରେ ସେଥିରେ ମୋର କିଛି ଯାଏ ଆସେ ନାହିଁ। ଅଜିତ ପାୱାର ଖରାପ ଅନୁଭବ କରୁଛନ୍ତି କାରଣ ମୁଁ ସାମନାରେ ସତ୍ୟ ଲେଖିଛି। ମୋର କିଛି ଆପତ୍ତି ନାହିଁ। ସାମନାରେ ଲେଖାଯାଇଥିବା ସବୁକିଛି ଠିକ। ମୁଁ ଲେଖି ନ ଥିଲେ , ଭାଜପାର ଅପରେଶନ ଲୋଟସ ସଫଳ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri