Posted inଫୁରସତ

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ ହଜେଇ ଦେଇଥିବା ସେହି ତାରାଙ୍କ ଆଖି ତରାଟିବାକୁ ଝୁରି ହେଉଥାଏ। ହେଲେ ଫେରେନା ଅତୀତ। ଝରି ଯାଏ ସ୍ବପ୍ନ। କେତେ କଥା କେତେ ବ୍ୟଥା ଗୁମୁରି କାନ୍ଦୁଥାଏ ହୃଦୟର ଗମ୍ଭୀରାରେ। ଆହା ଆଉ କ’ଣ ସେ ସୁଯୋଗ ମିଳିବ! ଝରିଯାଏ ଆଶାର କଢ଼ି ଦୁଇଟୋପା ଲୁହ ହୋଇ। କେତେ ଆଦର ଯତ୍ନରେ ସାତ ପୁଅର ଗେଲ୍ଲାପଣ ଦେଇ ବଢ଼େଇ ଥିଲେ ଛୁଆବାପା ମୋର! ମୁଁ ତାଙ୍କର ଝିଅ ନ ଥିଲି ହେଲେ ତାଙ୍କ ସ୍ନେହ ଶ୍ରଦ୍ଧା ଛଡ଼ା କିଛି ବି ମନେ ପଡେନା। ସେ ଥିଲେ ମୋର ଛୁଆବାପା। ସେ ହିଁ ପରିଚିତ କରାଇ ଥିଲେ ଝର୍କା ଖୋଲି ବାହାରର ଆଲୋକ ସହିତ, କେତେ ବର୍ଣ୍ଣିଳ ଏ ପୃଥିବୀ। କେମିତି ଭରିବାକୁ ହୁଏ ଉଡାଣ, କେମିତି ଖଞ୍ଜିବାକୁ ହେବ ଡେଣା, କେମିତି ମାପି ହୁଏନା ଆକାଶର ଉଚ୍ଚତା। ମୁଁ କଥା ଦେଇଥିଲି ମୁଁ ସାହାରା ହେବି ହେଲେ ନିଷ୍ଠୁର ସମୟ ସବୁକିଛି ଛଡ଼ାଇ ନେଲା। ମୋ କଥା କଥାରେ ରହିଗଲା। ଅଧା ବାଟରେ ଅଫେରା ପଥର ପଥିକ ସାଜିଲେ ସେ। ମୁଁ ଆଗକୁ ବଢିଲି, ଶିକ୍ଷକତା କଲି କିନ୍ତୁ ହାଏ ନାହାନ୍ତି ଛୁଆବାପା। ଭାବିଥିଲି ପ୍ରଥମ ମାସର ଦରମା ତାଙ୍କ ହାତକୁ ଟେକିଦେବି।
ପ୍ରଥମ ମାସର ଦରମା ପାଇଲା ପରେ ପ୍ରଥମେ ଠାକୁରଙ୍କୁ ଅର୍ପଣ କରିଥିଲି। ମୋ ବାପାଙ୍କୁ କିଛି ଦେଇଥିଲି। ମୋ ପୁଅଝିଅଙ୍କ ପାଇଁ କିଛି ବହି କିଣିଥିଲି। ଭାବିଥିଲି ମୋର ସହଯାତ୍ରୀ ମୋ ପଥ ପ୍ରଦର୍ଶକ, ମୋ ସ୍ବାମୀଙ୍କ ପାଇଁ କ’ଣ ଗୋଟେ କିଣିବି ବୋଲି। ହେଲେ କ’ଣ କିଣିବ କିଣିବି ହୋଇ କିଣି ପାରି ନ ଥିଲି ଯେହେତୁ ସେ ଦିଲ୍ଲୀରେ ରହୁଥିଲେ। ଇଚ୍ଛା ଥିଲା ବୋଉ ପାଇଁ ସମ୍ବଲପୁରୀ ଶାଢ଼ିଟିଏ ମୋର ପ୍ରଥମ ମାସର ଦରମାରେ କିଣି ଦେବି। ଖୁବ୍‌ ପରିଶ୍ରମ କରିଛି ମୋତେ ପାଠ ପଢ଼ାଇବାରେ। ଏପଟେ ତା’ର ଇଚ୍ଛା, ହସ ଖୁସିକୁ ଜଳଉଥାଏ ଅଳିଆ ଜାଳ କରି, ଆର ପଟେ ମୋ ଆଡେ ନଜର ନହକଉ ଥାଏ ତା’ର ନହକିଆ ଆଶା ପରି ବେତକୁ। ଘୋଷଉଥାଏ ଜୀବନର ପଣିକିଆ ଖୁସିର ମିଶାଣ ଆଉ ଦୁଃଖର ଫେଡାଣ। ହେଲେ ମୁଁ କେବେ ଫେଡି ପାରିଲିନି ତା’ର ଦୁଃଖ କି ମିଶାଇ ପାରିଲି ନାହିଁ କିଛି ହସ ତା’ ଆଖିର ଲୁହରେ। ଭାବିଥିଲି ପ୍ରଥମ ଦରମା ପାଇଲେ ବୋଉକୁ ଖୁସି କରେଇଦେବି। ଯେଉଁ ଦିନ ପ୍ରଥମ ଦରମା ପାଇଲି ସେଦିନ ସକାଳୁ ବାପା ବୋଉ ପଠାଇଥିବା ଶାଢ଼ି ନେଇ ଆସିଥିଲେ। ମାମୁଙ୍କ ବାହାଘର ଉତ୍ସବରୁ ଆଣିଥିଲା। ନ ପିନ୍ଧି ସାଇତିଥିଲା। ଏବେ ବି ପଠାଇଛି କାହିଁକି ନା ମୁଁ ନୂଆନୂଆ ସ୍କୁଲ ଯାଉଛି ନିହାତି ଅଧିକ ଖଣ୍ଡେ ଦି ଖଣ୍ଡ ଶାଢ଼ି ଆବଶ୍ୟକ ପଡିବ ବୋଲି। ମୁଁ କିନ୍ତୁ ମୋ ପ୍ରଥମ ଦରମାରେ କିଣି ଦେଇ ପାରିଲିନି ମୋ ବୋଉ ପାଇଁ ଶାଢ଼ିଟେ। ପ୍ରଥମ ମାସର ଦରମାକୁ ନେଇ ଯେଉଁ ସ୍ବପ୍ନ ତାହା ଏବେ ଧୂଳି ଧୂସରିତ। ଝାଡ଼ିଝୁଡ଼ି ଝଲସି ଉଠୁଛି ଅତୀତ। ଇଚ୍ଛା ଅସୁମାରି ହେଲେ ଭସାଇ ନେଇଛି ସମୟ ଭଉଁରି। ପରବର୍ତ୍ତୀ ସମୟରେ ଚାକିରି ସହ ଗପ, କବିତା ଲେଖାରେ ଅଧିକ ମନୋନିବେଶ କରିଛି। ମୋର ଦଶାବତାର ନାମରେ ଏକ ଗଳ୍ପ ସଂକଳନ ଓ ଘାସଫୁଲ, ନିଷବ୍ଦ ଋତୁ, ଦେହ ଦିହୁଡ଼ି, କୃଷ୍ଣର ନଦୀ ତୀରେ ନାମରେ କବିତା ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏବେ ଏହି ଲେଖାଲେଖିରୁ ହିଁ ଖୁସି ସାଉଁଟିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri