ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି ତାଙ୍କ ସହଯୋଗୀ ପ୍ରାର୍ଥିନୀ ମିନାକ୍ଷୀ ମହାନ୍ତଙ୍କୁ ଜିତାଇଥିଲେ। ତେବେ ମିନାକ୍ଷୀ ମହାନ୍ତଙ୍କ ଟିକେଟ୍‌ କାଟି ସନାତନଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଯେପରି ପାଣି ବିନା ମାଛ ବଞ୍ଚିପାରିବନି, ସେଭଳି ରାଜନୀତି ବିନା ମୁଁ ବଞ୍ଚି ପାରିବି ନାହିଁ। ଦୀର୍ଘବର୍ଷ ପରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଆଜି ମୁହଁ ଖୋଲି ଏଭଳି କହିଛନ୍ତି।  ଜିଲାର ବିତ୍ତଶାଳୀ ସନାତନ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ  ବିଜେଡି ତାଙ୍କ ନାମ ଘୋଷଣା କରିବା ପରେ ମିଡିଆ ଆଗରେ ଏଭଳି କହିଛନ୍ତି।
ସନାତନ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ି ୨୦୧୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ । ସେ ବିଜେଡିରେ ମିଶିବା ନେଇ ବହୁ ଆଗରୁ ଚର୍ଚ୍ଚା ହେଉଥିଲା । ତେବେ ବିଜେଡିରେ ଯୋଗଦାନ ଘୋଷଣା ନ ହେଉଣୁ ତାଙ୍କୁ ବିଜେଡି ଚମ୍ପୁଆରୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି। ସେ ଭାଜପାରେ ମିଶିବା ନେଇ ଦଳୀୟ ନେତା ଓ କର୍ମୀମାନେ ଆଶା ବାନ୍ଧି ଅପେକ୍ଷା କରିଥିଲେ। ତେବେ ଆଜି ତାଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଭାଜପା ଶିବିରରେ ନୈରାଶ୍ୟ ଭାବ ଖେଳି ଯାଇଥିବା ବେଳେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ଜନସେବା ମୂଳକ କାର୍ଯ୍ୟ ଓ ଲୋକଙ୍କ ସୁଖଦୁଃଖର ସାଥୀ ଭାବରେ ପରିଚିତ ସନାତନ ରାଜ୍ୟସ୍ତରରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବରେ ପରିଚିତ। ୨୦୧୯ରେ ମୋତେ ନିର୍ବାଚନ ଲଢିବାକୁ ପ୍ରତିବନ୍ଧକ ସୃଷ୍ଟି କରାଗଲା। ଏଣୁ ନିର୍ବାଚନ ଲଢ଼ି ନ ଥିଲି। ମୁଁ ଲାଭ ପାଇବା ପାଇଁ ନିର୍ବାଚନ ଲଢ଼େନାହିଁ। ଏଥିରେ ମୋର ଲାଭ ହୋଇଛି କି କ୍ଷତି ହୋଇଛି ସମସ୍ତେ ଜାଣିଛନ୍ତି।
ଏବେ ଦଳ ଟିକେଟ୍‌ ଦେଇଛି। ଏଣୁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଦଳ ଭିତରେ ରହି କାମ କଲେ ଅଧିକ କାମ କରିପାରିବି ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ୧୯୮୪ରୁ ଲୋକଙ୍କ ପାଇଁ କାମ କରିଆସୁଛି। ମୋ ପାଇଁ ଚମ୍ପୁଆ ନିର୍ବାଚନ ମଣ୍ଡଳୀ କାୈଣସି ଚ୍ୟାଲେଞ୍ଜ ହେବ ନାହିଁ। ଲୋକମାନେ ଚାହୁଁଥିଲେ ଓ ଫୋନ୍‌ କରି କହୁଥିଲେ ସ୍ବାଧୀନ ହେଉପଛେ ଆସି ଚମ୍ପୁଆରୁ ଛିଡା ହୁଅନ୍ତୁ। ତାଙ୍କୁ କହିଥିଲି ନାମାଙ୍କନପତ୍ର ଦାଖଲ ବେଳେ ଯିବି।
ମୁଁ ସ୍ବାଧୀନ ଛଡ଼ା ହେଲେ ଭି ଲୋକେ ଭୋଟ୍‌ ଦେବେ, ଯେଉଁ ଦଳରୁ ଛିଡ଼ା ହେଲେ ମଧ୍ୟ ଲୋକ ଭୋଟ ଦେବେ। କିନ୍ତୁ ଏକ ତରଫା ଜିତାପଟ ହେବ ବୋଲି ମୁଁ କାହିଁକି ଚ୍ୟାଲେଞ୍ଜ ଦେବି। ସବୁ ଦଳର ପ୍ରାର୍ଥୀ କିଛି କିଛି ଭୋଟ ନିଶ୍ଚିତ ପାଇବେ। ତେବେ ମୋତେ ଓ ଶଙ୍ଖ ଚିହ୍ନକୁ ଲୋକେ ଭଲ ପାଉଥିବାରୁ ମୋତେ ମିଶ୍ଚିତ ଭାବରେ ଭୋଟଦେବେ।
ଦଳର ବିଶ୍ୱାସ ରହିଛି, ସନାତନ ମହାକୁଡ଼ଙ୍କୁ ଦେଲେ ଦଳକୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ।ଆରାମରେ ଦଳ ଜିତିବ। ଏହି ଆଶା ରଖି ବିଜେଡି ମୋତେ ପ୍ରାର୍ଥୀ କରିଛନ୍ତି ବୋଲି ସେ କହିଛନ୍ତି।ବହୁ ଲୋକ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ  ଯାହା ଉପରେ ଭରସା ଆସିଲା ଓ ସର୍ଭେରେ ଯାହାର ଜିିତିବା ସମ୍ଭାବନା ରହିଛି ସେଭଳି ବ୍ୟକ୍ତି ଭାବି ଦଳ ଘୋଷଣା କରିଛି। ଚମ୍ପୁଆରେ  ଭାଜପା ଓ କଂଗ୍ରେସ ପ୍ରତିଯୋଗିତା କରିବେ। ତାଙ୍କୁ ଯେତିକି ଲୋକ ଗ୍ରହଣ କରିବା କଥା କରିବେ। ଆନନ୍ଦପୁରରୁ ବିଜେଡିର ଭାଗିରଥୀ ସେଠୀଙ୍କ ଟିକେଟ୍‌ କଟିବା ନେଇ ସନାତନ କହିଛନ୍ତି, ସେ କଥା ବିଜେଡି କହିପାରିବେ। ତେବେ ତାଙ୍କ ବଦଳରେ ଆଉ ଜଣେ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସରେ ରାଜନୀତି ଜୀବନ ଆରମ୍ଭ କରିଥିବା ସନାତନ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବରେ ଦୁଇଥର ନିର୍ବାଚନ ଲଢିଥିଲେ। ୨୦୦୯ରେ ହାରିଯିବା ପରେ ୨୦୧୪ରେ ନିର୍ବାଚନ ଜିତିଥିଲେ। ୨୦୧୯ରେ ସେ ପ୍ରାର୍ଥୀ ନ ହୋଇ ଭିତିରିଆ ବିଜେଡି ସହିତ ସମ୍ପର୍କ ରଖି ତାଙ୍କର ଦୁଇ ସହଯୋଗୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକ ସଭା ଏବଂ ମିନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀ କରି ଜିତାଇଥିଲେ। ତେବେ ରାଜନୀତିରୁ ଦୂରେଇ ରହିବା ସହ ତାଙ୍କୁ ସେଭଳି ସମ୍ମାନ ନ ମିଳିବାରୁ ୨୦୨୪ରେ ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଥିଲେ। ତେବେ ସ୍ବାଧୀନ ଲଢ଼ିବେ ନା କେଉଁ ଦଳରୁ ଲଢିବେ ସେ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। କେନ୍ଦୁଝର ରାଜନୀତିରେ ସନାତନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସମସ୍ତେ ମନେ କରନ୍ତି। ଏଣୁ ତାଙ୍କୁ ଦଳରେ ସାମିଲ କରିବା ପାଇଁ ସବୁ ଦଳର ନେତା ମନାଇବାକୁ ଉଦ୍ୟମ କରିଆସୁଥିଲେ। ତାଙ୍କ ପାଇଁ କେତେକ ସିଟ ମଧ୍ୟ  ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଥିଲେ। ଖଣି ଅଞ୍ଚଳର ରବିନ ହୁଡ୍‌ କୁହାଯାଉଥିବା ସନାତନ ଦୀର୍ଘ ବର୍ଷ ହେଲା ସକ୍ରିୟ ରାଜନୀତିଠାରୁ ଦୂରେଇ ରହିବା ପରେ ଏବେ କ୍ଷମତାସୀନ ବିଜେଡିରୁ ଟିକେଟ୍‌ ପାଇବା ତାଙ୍କ ବିଜୟକୁ ସୁନିଶ୍ଚିତ କରୁଥିଲେ ହେଁ ତାଙ୍କ ପାଇଁ ବିରୋଧୀ ଦଳର ରଣକୌଶଳ ଦଳୀୟ ନେତାଙ୍କ ବିରୋଧାଭାଷ, ବ୍ୟବସାୟିକ ପ୍ରତିଯୋଗୀଙ୍କ ଗୋଟିଚାଳନା ତାଙ୍କ ଏକତରଫା ଜିତ୍‌ରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ତାଙ୍କ ବିରୋଧରେ ବିଜେଡିର ପୂର୍ବତନ ଏମ୍‌ପି କଂଗ୍ରେସର ପ୍ରାର୍ଥୀ  ହୋଇଛନ୍ତି। ଫଳରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିଭେଦ ଦେଖାଦେବ। ସେହିପରି ପୂର୍ବରୁ ବିରୋଧ କରିଆସୁଥିବା ଦଳୀୟ ସ୍ବାଭିମାନୀ ନେତା ଓ କର୍ମୀ ତାଙ୍କର ପ୍ରାର୍ଥୀତ୍ୱକୁ କିଭଳି ଗ୍ରହଣ କରିବେ ଓ ଜିତାଇବାକୁ ଆଗେଇବେ ତାହା ମଧ୍ୟ ଦେଖିବାକୁ ବାକି ରହିଛି। ତେବେ ମିନାକ୍ଷୀଙ୍କ ସହିତ ସମ୍ପର୍କ ଭଲ ନ ଥିବା ବେଳେ ଟିକେଟ୍‌ କଟିବା ପରେ ସେ କିପରି ସହଯୋଗ କରିବେ କି ଭିତିରିଆ ବିରୋଧ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri