ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଭୋଗ କିଣିଥିଲି

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଫୁଲପାଟଣା ଗ୍ରାମର ଏକ ଯୌଥ ପରିବାରରେ ମୋ ଜନ୍ମ। ବାପା ବୈଦ୍ୟନାଥ ନାୟକ ଯେହେତୁ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଚାକିରି କରୁଥିଲେ, ତେଣୁ ମୋ ଶିକ୍ଷାଦୀକ୍ଷା ରାଜଗାଙ୍ଗପୁର ଓ ରାଉରକେଲାରେ ହୋଇଥିଲା। ଇତିହାସରେ ସ୍ନାତକୋତ୍ତର ପରେ ଲାଇବ୍ରେରି ସାଇନ୍ସ ପଢ଼ିଥିଲି। ତା’ପରେ ବି.ଇଡି. କଲି। ବି.ଇଡି. କରୁଥିବାବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଲାଇବ୍ରେରିଆନ (ଗ୍ରନ୍ଥାଗାରିକ) ପୋଷ୍ଟରେ ମୋତେ ନିଯୁକ୍ତି ମିଳିଲା। ସ୍ନାତକୋତ୍ତର ଶିକ୍ଷା ସରିଥିବାରୁ ଅନ୍ୟାନ୍ୟ ଚାକିରିର ସୁଯୋଗ ବି ଆସୁଥିଲା। କିନ୍ତୁ ପରିଚିତ ଜିଲା, ତା’ସାଙ୍ଗକୁ ପୁଣି ଏଜୁକେଶନ ଡିପାର୍ଟମେଣ୍ଟରେ ଚାକିରି ମିଳିଥିବାରୁ ଜେଜେମା’ ମୋତେ ଏହି ଚାକିରି କରିବାକୁ ବାଧ୍ୟ କଲା। ତେଣୁ ୧୯୮୬ ମସିହା ମେ ୧୯ ତାରିଖରେ ମୁଁ ମୋ କର୍ମକ୍ଷେତ୍ର ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଯୋଗଦେଇଥିଲି। ମାସ ଶେଷକୁ ପ୍ରଥମ ପାରିଶ୍ରମିକ ଭାବେ ୧୩ଦିନ ବାବଦକୁ ଯେଉଁ ଦରମା ପାଇଥିଲି, ତା’ର ସ୍ମୃତୀ ଆଜି ବି ସତେଜ ହୋଇ ରହିଛି। ପ୍ରଥମ ଦରମା ଟଙ୍କାକୁ ହାତରେ ଧରି ସେଦିନ ପ୍ରଥମେ ରାଜଗାଙ୍ଗପୁର ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲି। ଦରମାକୁ କିପରି ଖର୍ଚ୍ଚ କରିବି ସେ ବିଷୟରେ ବହୁ ଚିନ୍ତାକରି ପ୍ରଥମେ କିଛି ଟଙ୍କାକୁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ଭୋଗ କରିବା ପାଇଁ ଅଲଗା ରଖିଲି। ତା’ପରେ ରାଜଗାଙ୍ଗପୁରର ଏକ କପଡ଼ା ଦୋକାନରୁ ବାପାଙ୍କ ପାଇଁ ପ୍ୟାଣ୍ଟଶାର୍ଟ କପଡ଼ା, ଜେଜେମା’ ଓ ଛୋଟ ଭଉଣୀମାନଙ୍କ ପାଇଁ କିଛି କିଛି ଜିନିଷ କିଣିବା ସହିତ ପାଣି ପିଇବା ଲାଗି ଏକ ଷ୍ଟିଲ ଲୋଟା କିଣିଥିଲି। ତଥାପି ଆହୁରି କିଛି ଟଙ୍କା ବଳିଥିଲା। ଘରେ ସମସ୍ତେ ସେଦିନ ବହୁତ ଖୁସି ହୋଇଥିଲେ। କିଛିଦିନ ପରେ ମୋର ବାହାଘର ହେଲା ରାଜଗାଙ୍ଗପୁର ସିମେଣ୍ଟ କାରଖାନାର ଫାଇନାନ୍ସ ଡିପାର୍ଟମେଣ୍ଟର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଅଶ୍ୱିନୀ ଡାଲମିଆଙ୍କ ସହିତ। ସମୟକ୍ରମେ ଦୁଇପୁତ୍ର ଓ ଏକ କନ୍ୟାର ଜନନୀ ହେଲି। ଆଜି ପିଲାମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇସାରିଛନ୍ତି। ଚାକିରି କରୁଥିବାବେଳେ ରାଜଗାଙ୍ଗପୁର ଭଳି ଏକ ଅଣଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ଓ ପ୍ରଚାରପ୍ରସାର ଦିଗରେ ଯେଉଁ ଉଦ୍ୟମ କରୁଥିଲି, ଚାକିରିରୁ ଅବସର ନେବା ପରେ ବି ସେହି କାର୍ଯ୍ୟସବୁକୁ ଜାରି ରଖିଛି। କେବଳ ସେତିକି ନୁହେଁ, ପ୍ରତିବର୍ଷ ରାଜଗାଙ୍ଗପୁର ଭଳି ଏକ ଉପାନ୍ତ ଶିଳ୍ପକୈନ୍ଦ୍ରିକ ଅଞ୍ଚଳରେ ଓଡ଼ିଶାର ଏକ ମୁଖ୍ୟ ପର୍ବ କୁହାଯାଉଥିବା ରଜପର୍ବ ପାଳନ ଅବସରରେ ମହିଳାମାନଙ୍କୁ ଏକତ୍ରିତ କରି ନାଟକ ହେଉ କିମ୍ବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ଆଧାରରେ ଭାଗବତ ଟୁଙ୍ଗିର ପ୍ରଦର୍ଶନ କରିବା, ନୀଳମାଧବ ଶୀର୍ଷକକୁ ନେଇ ପ୍ରସ୍ତୁତ ନାଟକରେ ରାଜାର ଭୂମିକା ନିର୍ବାହ କରିବାର ଏ ଯେଉଁ ଉପାସନା ତାହା ଏବେ ବି ମୋର ଅବ୍ୟାହତ ରହିଛି, ଯେଉଁଥିପାଇଁ ରାଜଗାଙ୍ଗପୁର ପୌରପରିଷଦ ପକ୍ଷରୁ ବେଷ୍ଟ କଲଚରରିଷ୍ଟ ଆଓ୍ବାର୍ଡରେ ମଧ୍ୟ ମୁଁ ସମ୍ମାନିତ ହୋଇସାରିଛି।

-ଜୟନାରାୟଣ ମେଣ୍ଡୁଳି

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri