ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଭୋଗ କିଣିଥିଲି

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଫୁଲପାଟଣା ଗ୍ରାମର ଏକ ଯୌଥ ପରିବାରରେ ମୋ ଜନ୍ମ। ବାପା ବୈଦ୍ୟନାଥ ନାୟକ ଯେହେତୁ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଚାକିରି କରୁଥିଲେ, ତେଣୁ ମୋ ଶିକ୍ଷାଦୀକ୍ଷା ରାଜଗାଙ୍ଗପୁର ଓ ରାଉରକେଲାରେ ହୋଇଥିଲା। ଇତିହାସରେ ସ୍ନାତକୋତ୍ତର ପରେ ଲାଇବ୍ରେରି ସାଇନ୍ସ ପଢ଼ିଥିଲି। ତା’ପରେ ବି.ଇଡି. କଲି। ବି.ଇଡି. କରୁଥିବାବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଲାଇବ୍ରେରିଆନ (ଗ୍ରନ୍ଥାଗାରିକ) ପୋଷ୍ଟରେ ମୋତେ ନିଯୁକ୍ତି ମିଳିଲା। ସ୍ନାତକୋତ୍ତର ଶିକ୍ଷା ସରିଥିବାରୁ ଅନ୍ୟାନ୍ୟ ଚାକିରିର ସୁଯୋଗ ବି ଆସୁଥିଲା। କିନ୍ତୁ ପରିଚିତ ଜିଲା, ତା’ସାଙ୍ଗକୁ ପୁଣି ଏଜୁକେଶନ ଡିପାର୍ଟମେଣ୍ଟରେ ଚାକିରି ମିଳିଥିବାରୁ ଜେଜେମା’ ମୋତେ ଏହି ଚାକିରି କରିବାକୁ ବାଧ୍ୟ କଲା। ତେଣୁ ୧୯୮୬ ମସିହା ମେ ୧୯ ତାରିଖରେ ମୁଁ ମୋ କର୍ମକ୍ଷେତ୍ର ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଯୋଗଦେଇଥିଲି। ମାସ ଶେଷକୁ ପ୍ରଥମ ପାରିଶ୍ରମିକ ଭାବେ ୧୩ଦିନ ବାବଦକୁ ଯେଉଁ ଦରମା ପାଇଥିଲି, ତା’ର ସ୍ମୃତୀ ଆଜି ବି ସତେଜ ହୋଇ ରହିଛି। ପ୍ରଥମ ଦରମା ଟଙ୍କାକୁ ହାତରେ ଧରି ସେଦିନ ପ୍ରଥମେ ରାଜଗାଙ୍ଗପୁର ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲି। ଦରମାକୁ କିପରି ଖର୍ଚ୍ଚ କରିବି ସେ ବିଷୟରେ ବହୁ ଚିନ୍ତାକରି ପ୍ରଥମେ କିଛି ଟଙ୍କାକୁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ଭୋଗ କରିବା ପାଇଁ ଅଲଗା ରଖିଲି। ତା’ପରେ ରାଜଗାଙ୍ଗପୁରର ଏକ କପଡ଼ା ଦୋକାନରୁ ବାପାଙ୍କ ପାଇଁ ପ୍ୟାଣ୍ଟଶାର୍ଟ କପଡ଼ା, ଜେଜେମା’ ଓ ଛୋଟ ଭଉଣୀମାନଙ୍କ ପାଇଁ କିଛି କିଛି ଜିନିଷ କିଣିବା ସହିତ ପାଣି ପିଇବା ଲାଗି ଏକ ଷ୍ଟିଲ ଲୋଟା କିଣିଥିଲି। ତଥାପି ଆହୁରି କିଛି ଟଙ୍କା ବଳିଥିଲା। ଘରେ ସମସ୍ତେ ସେଦିନ ବହୁତ ଖୁସି ହୋଇଥିଲେ। କିଛିଦିନ ପରେ ମୋର ବାହାଘର ହେଲା ରାଜଗାଙ୍ଗପୁର ସିମେଣ୍ଟ କାରଖାନାର ଫାଇନାନ୍ସ ଡିପାର୍ଟମେଣ୍ଟର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଅଶ୍ୱିନୀ ଡାଲମିଆଙ୍କ ସହିତ। ସମୟକ୍ରମେ ଦୁଇପୁତ୍ର ଓ ଏକ କନ୍ୟାର ଜନନୀ ହେଲି। ଆଜି ପିଲାମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇସାରିଛନ୍ତି। ଚାକିରି କରୁଥିବାବେଳେ ରାଜଗାଙ୍ଗପୁର ଭଳି ଏକ ଅଣଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ଓ ପ୍ରଚାରପ୍ରସାର ଦିଗରେ ଯେଉଁ ଉଦ୍ୟମ କରୁଥିଲି, ଚାକିରିରୁ ଅବସର ନେବା ପରେ ବି ସେହି କାର୍ଯ୍ୟସବୁକୁ ଜାରି ରଖିଛି। କେବଳ ସେତିକି ନୁହେଁ, ପ୍ରତିବର୍ଷ ରାଜଗାଙ୍ଗପୁର ଭଳି ଏକ ଉପାନ୍ତ ଶିଳ୍ପକୈନ୍ଦ୍ରିକ ଅଞ୍ଚଳରେ ଓଡ଼ିଶାର ଏକ ମୁଖ୍ୟ ପର୍ବ କୁହାଯାଉଥିବା ରଜପର୍ବ ପାଳନ ଅବସରରେ ମହିଳାମାନଙ୍କୁ ଏକତ୍ରିତ କରି ନାଟକ ହେଉ କିମ୍ବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ଆଧାରରେ ଭାଗବତ ଟୁଙ୍ଗିର ପ୍ରଦର୍ଶନ କରିବା, ନୀଳମାଧବ ଶୀର୍ଷକକୁ ନେଇ ପ୍ରସ୍ତୁତ ନାଟକରେ ରାଜାର ଭୂମିକା ନିର୍ବାହ କରିବାର ଏ ଯେଉଁ ଉପାସନା ତାହା ଏବେ ବି ମୋର ଅବ୍ୟାହତ ରହିଛି, ଯେଉଁଥିପାଇଁ ରାଜଗାଙ୍ଗପୁର ପୌରପରିଷଦ ପକ୍ଷରୁ ବେଷ୍ଟ କଲଚରରିଷ୍ଟ ଆଓ୍ବାର୍ଡରେ ମଧ୍ୟ ମୁଁ ସମ୍ମାନିତ ହୋଇସାରିଛି।

-ଜୟନାରାୟଣ ମେଣ୍ଡୁଳି

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri