‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ୯ଟା ୨୨ରେ ଦ୍ରୌପଦୀ ନର୍ଥ କୋର୍ଟରେ ପହଞ୍ଚିଥିଲେ। ନର୍ଥ କୋର୍ଟରେ ତାଙ୍କୁ ସ୍ବାଗତ କରିଥିଲେ ରାଷ୍ଟ୍ରପତିଙ୍କ ଏଡିସି। ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ଦେଇଥିଲେ । ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ଦରବାର ହଲ୍‌କୁ ଯାଇଥିଲେ ।

୧୦ଟା ୦୩ରେ ରାଜ୍ୟ ସଭା ଅଧ୍ୟକ୍ଷ, ଲୋକ ସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିିଥିଲେ। ୧୦ଟା ୧୪ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭି ରମନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୧୦ଟା ୧୪ରେ ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ କୋବିନ୍ଦ ଆସନ ଛାଡ଼ିଥିଲେ। ଶପଥ ନେବା ପରେ ୧୦ଟା ୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ଦସ୍ତଖତ କରିଥିଲେ। ୧୦ଟା ୧୮ରେ ଗୃହ ସଚିବ ଘୋଷଣାନାମା ଜାରି କରିଥିଲେ। ସମସ୍ତଙ୍କୁ ଜୁହାର କରି ଦ୍ରୌପଦୀ ତାଙ୍କ ଅଭିଭାଷଣ ରଖିଥିଲେ। ଏହି ଅଭିଭାଷଣରେ ସେ କହିଥିଲେ, ଓଡ଼ିଶାର ଏକ ଆଦିବାସୀ ଗାଁରୁ ଆରମ୍ଭ ହୋଇଛି ମୋ’ ଯାତ୍ରା। ପ୍ରଥମେ କଲେଜ ଯାଇଥିବା ଝିଅ ମୁଁ। କାଉନସିଲରରୁ ରାଷ୍ଟ୍ରପତି ହେବା ସୌଭାଗ୍ୟ ମିଳିଛି। ମୋତେ ଏଯାଏ ଗଣତନ୍ତ୍ରର ଶକ୍ତି ଆଣିଥିବା ପରି ଅନେକ ହୃଦୟର କଥା କହିଛନ୍ତି। ସମସ୍ତେ ଆଜି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି।

ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକ ସଭା ଏବଂ ରାଜ୍ୟ ସଭାର ଅଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଏମ୍‌ପି ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri