ତୁମେ କରୋନାକୁ ଛକା ମାରିପାରିବ ମୋର ବିଶ୍ୱାସ ଅଛି

ନୂଆଦିଲ୍ଲୀ, ୨।୪ : କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଓ୍ବାସିମ ଆକ୍ରମ। ଡାକ୍ତରଙ୍କ ପରାମର୍ଶ କ୍ରମେ ସଚିନ ମେଡିକାଲରେ ଭର୍ତ୍ତି ହୋଇଥିବା ଟୁଇଟ୍‌ କରି ପ୍ରଶଂସକଙ୍କୁ ଜଣାଇଥିଲେ।

ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ଆକ୍ରମ ଲେଖିଛନ୍ତି, ଯେତେବେଳେ ୧୬ ବର୍ଷର ଥିଲ, ତୁମେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କୁ ଶାହସର ସହ ଖେଳିଥିଲ। ଏଣୁ ମୋର ବିଶ୍ୱାସ ଅଛି, ତୁମେ କୋଭିଡ୍‌-୧୯କୁ ଛକା ମାରିବ। ଶୀଘ୍ର ସୁସ୍ଥ ହୁଅ ମାଷ୍ଟର। ୨୦୧୧ ବିଶ୍ୱକପ୍‌ର ୧୦ ବର୍ଷ ପୂର୍ତ୍ତିକୁ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସହ ପାଳନ କଲେ ତୁମ ପାଇଁ ଭଲ ହେବ। ଆକ୍ରମଙ୍କ ବ୍ୟତୀତ ପାକିସ୍ତାନ ପେସର ଶୋଏବ ଆଖତର ମଧ୍ୟ ସଚିନଙ୍କ ଆରୋଗ୍ୟ କାମନା କରିଛନ୍ତି।

Share