Categories: ଖେଳ

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ ବୟସରେ ସେ ଅବସର ନିଷ୍ପତ୍ତି ନେଇଥିବା କହିଛନ୍ତି। ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ବାର୍ଟି। ତାଙ୍କର ଛୋଟ କ୍ୟାରିୟରରରେ ରହିଛି ୩ ଗ୍ରାଣ୍ଡସ୍ଲାମ ଟାଇଟଲ।

ତାଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ଡବଲ୍ସ ପାର୍ଟନର କାସି ଡେଲାକୁଆ ଶେୟାର କରିଥିବା ଭିଡିଓରେ ବାର୍ଟି କହିଛନ୍ତି, ଓ୍ବିମ୍ବେଲଡନରେ ଟାଇଟଲ ଜିତିବା ମୋର ସ୍ବପ୍ନ ଥିଲା। ଗତ ବର୍ଷ ଏହି ସ୍ବପ୍ନ ପୂରା କରିଥିଲି। ସେତେବେଳେ ବି ମୁଁ ଟେନିସ୍‌ରୁ ଦୂରେଇବାକୁ ପ୍ରସ୍ତୁତ ଥିଲି। ଯାହା କରିପାରିବି ସେଥିରେ ସବୁ କିଛି ଦେବା ଜାଣିବା ହିଁ ମୋ ପାଇଁ ସଫଳତା। ମୁଁ ମୋ ସ୍ବପ୍ନ ପୂରା କରିଛି। ଆଉ ମୁଁ ମୋ ନିଷ୍ପତ୍ତି ଯୋଗୁ ଖୁସ ବୋଲି ୩ ଥର ଗ୍ରାଣ୍ଡଚାମ୍ପ ଚାମ୍ପିଅନ କହିଛନ୍ତି।

 

Share