Categories: ଜାତୀୟ

ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, ଭାଜପାର ଅଘୋଷିତ ମୁଖପାତ୍ର ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶ କାନପୁରର ଶେଲଟର ହୋମରେ କିଛି ଦିନ ପୂର୍ବରୁ ୫୭ଜଣ ଝିଅ କରୋନା ସଂକ୍ରମିତ ହେବା ସହ ୬ଜଣ ଗର୍ଭବତୀ ହୋଇଥିଲେ। ଯାହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାକୁ ନେଇ ରାଜନୀତି ବୃଦ୍ଧି ପାଇବାରେ ଲାଗିିଛି। ନିକଟରେ ଉତ୍ତରପ୍ରଦେଶ ଶିଶୁ ସୁରକ୍ଷା ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଏକ ନୋଟିସ ପଠାଇଥିଲା। ଶୁକ୍ରବାର ଏହି ନୋଟିସର ଜବାବ ରଖିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, କୌଣସି ଅଘୋଷିତ ଭାଜପାର ମୁଖପାତ୍ର ନୁହେଁ। ସୁଚନା ମୁତାବକ ପ୍ରିୟଙ୍କା ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ଜନତାଙ୍କ ପ୍ରତି ଜଣେ ସେବକ ଭାବେ ତାଙ୍କର କର୍ତ୍ତବ୍ୟ  ରହିଛି। ସତ୍ୟକୁ ସେମାନଙ୍କ ସମ୍ମୁଖକୁ ଆଣିବା ମୋର କର୍ତ୍ତବ୍ୟ, କୌଣସି ସରକାରୀ ପ୍ରଚାରକୁ ଆଗକୁ ନେବା ନୁହେଁ। ତେବେ ଉତ୍ତରପ୍ରଦେଶ ସରକାର ଅନ୍ୟ ବିଭାଗ ଦ୍ୱାରା ତାଙ୍କୁ ଧମକ ଦେଇ ନିଜର ସମୟ ନଷ୍ଟ କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ମୋ ବିରୋଧରେ ଯିଏ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ନିଶ୍ଚିତ ଭାବେ ନେଇପାର। କିନ୍ତୁ ମୁଁ ସତ୍ୟକୁ ଆଗାମୀ ଦିନରେ ବି ଆଗକୁ ଆଣୁଥିବି। ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ, କିଛି ବିରୋଧୀ ଦଳର ନେତାଙ୍କ ପରି ଭାଜପାର ଅଘୋଷିତ ମୁଖପାତ୍ର ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି।

Share