ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ ପାଲି ଦେଇ ବଲାଙ୍ଗୀରକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲିମ୍ବ ଗଛକୁ ପିଟିଦେଇଥିଲା । ଯାହା ଫଳରେ ହାଇୱା ଗାଡ଼ିଟି ଓଲଟି ପଡ଼ିଥିଲା ।
ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବିଳମ୍ବିତ ରାତି ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ଗ୍ରାମବାସୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କହିଛନ୍ତି । ବେପରୁଆ ଗାଡ଼ି ଚାଳକଙ୍କ ଉପରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଭଳି ଦୁର୍ଘଟଣା ମାନ ଘଟୁଥିବା କୁହାଯାଉଛି । ସଦର ପୋଲିସ ପକ୍ଷରୁ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି ।

