ସର୍ବବୃହତ୍‌ ଆଇପିଓ ଆଣିପାରେ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୬।୨: ଅନ୍ତରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର କୋ.ର ଭାରତ ୟୁନିଟ (ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ବା ଏଚ୍‌ଏମ୍‌ଆଇଏଲ୍‌) ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସର୍ବବୃହତ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଏହି ଆଇପିଓ ମୂଲ୍ୟ ପ୍ରାୟ ୩ ବିଲିୟନରୁ ୩୦ ବିଲିୟନ ହୋଇପାରେ ବୋଲି ଆକଳନ କରାଯାଉଛି। ସେହିଭଳି ଆଇପିଓ ପୂର୍ବର ଏଚ୍‌ଏମ୍‌ଆଇଏଲ୍‌ ଜେ.ପି. ମୋର୍ଗାନ, ଏଚ୍‌ଏସ୍‌ବିସି, ଗୋଲଡମ୍ୟାନ ସ୍ୟାଚ୍ଚ ଏବଂ ସିଟି ଭଳି ବିଶ୍ୱସ୍ତରୀୟ ଆର୍ଥିକ ନିବେଶକ ସଂସ୍ଥା (ବ୍ୟାଙ୍କ)ଗୁଡିକ ସହିତ ପରାମର୍ଶ ଓ ଆଲୋଚନା କରିଥିବା ଜଣାପଡିଛି। ଅପରପକ୍ଷରେ ୧୫% ବଜାର ଅଂଶ ସହିତ ଭାରତର ଦ୍ୱିତୀୟ ବୃହତ୍ତମ ଅଟୋମେକର୍‌ ହ୍ୟୁଣ୍ଡାଇ ଦ୍ୱାରା ପାଣ୍ଠି ସଂଗ୍ରହ ତା’ର ଘରୋଇ ୟୁନିଟ୍‌କୁ ୩୦ବିଲିୟନ ଡଲାର ପର୍ଯ୍ୟନ୍ତ ମୂଲ୍ୟ ଦେବ, ଯାହା ସିଓଲଠାରେ କମ୍ପାନୀର ବଜାର ପୁଞ୍ଜି ୪୨ବିଲିୟନ ଡଲାରର ଅଧାରୁ ଅଧିକ ବୋଲି ହ୍ୟୁଣ୍ଡାଇ ପକ୍ଷରୁ ଆକଳନ କରାଯାଇଛି । ସେହିଭଳି ସୋମବାର ପୁଞ୍ଜି ବଜାରରେ କମ୍ପାନୀର ଶେୟାର ୫% ବୃଦ୍ଧି ପାଇ ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। ସେହିପରି ଘରୋଇ ବଜାରରେ ଟାଟା ମୋଟର୍ସ (୪୧.୪୩ ବିଲିୟନ ଡଲାର) ଏବଂ ମାରୁତି ସୁଜୁକି ଇଣ୍ଡିଆ (୪୦.୧୧ ବିଲିୟନ ଡଲାର) ଭଳି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ଦିଗରେ ହ୍ୟୁଣ୍ଡାଇ ଇଣ୍ଡିଆ ଉକ୍ତ ପାଣ୍ଠି ବିନିଯୋଗ କରିବ। ଏପରିକି ପ୍ରାୟ ୩୦ ବିଲିୟନ ଡଲାର ବିନିଯୋଗରେ ହ୍ୟୁଣ୍ଡାଇ ଇଣ୍ଡିଆ ଇଭି, ଭିତ୍ତିଭୂମି, ନୂତନ ୟୁନିଟ ଓ କାରଖାନା ସ୍ଥାପନ ଆଦିରେ ମନୋନିବେଶ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ କୋଟି କୋଟି ଡଲାରର ଘରୋଇ ତଥା ବିଦେଶୀ ଅର୍ଥରେ ବୃଦ୍ଧି ପାଇ ଭାରତର ୪ଟ୍ରିଲିୟନ ଡଲାରର ଷ୍ଟକ ବଜାର ଚାଇନା ପାଇଁ ଦ୍ରୁତ ଅଭିବୃଦ୍ଧିର ବିକଳ୍ପ ଭାବେ ଉଭା ହୋଇଛି, ଯାହା ହଂକଂକୁ ବିଶ୍ୱର ଚତୁର୍ଥ ବୃହତ୍ତମ ସ୍ଥାନ ଭାବେ ଅତିକ୍ରମ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri