Posted inଖେଳ

କେଟି ଗ୍ଲୋବାଲରେ ହାଇପରଫର୍ମାନ୍ସ ଟେନିସ କୋଚିଂ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି): ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ(ଏମ୍‌ଓଏସ୍‌ଏଫ୍‌) ଓ ଇନ୍‌ଜେନ୍ୟୁଟି ଆଣ୍ଡ ଇନୋଭେଶନ୍‌ ଗ୍ଲୋବାଲ୍‌ ସ୍ପୋଟର୍‌ସ ଏକାଡେମୀ (ଆଇଆଇଜି ସ୍ପୋଟର୍‌ସ ଏକାଡେମୀ) ସହଯୋଗରେ କେଟି ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ୭ ଦିନିଆ ହାଇପରଫର୍ମାନ୍ସ ଟେନିସ ଟ୍ରେନିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଥାଇଲାଣ୍ଡ ଇମ୍ପାକ୍ଟ ଟେନିସ୍‌ ଏକାଡେମୀ ନିର୍ଦ୍ଦେଶକ ଷ୍ଟିଫେନ୍‌ ଶୋନ୍‌ ୟେ କୁନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ପରିଚାଳିତ ହେବ ବୋଲି ରବିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଷ୍ଟିଫେନ୍‌ କୁନ୍‌ ଖେଳ ଦୁନିଆର ଜଣେ ପ୍ରତିଷ୍ଠିତ କୋଚ୍‌ଭାବେ ବିଶେଷ ପରିଚିତ। ସେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ୍‌, ତାଇୱାନର ଲୁ ୟେନ-ହସୁନ୍‌ ଏବଂ ଚୁନ୍‌ ହସିନ୍‌ ସେଙ୍ଗ, କୋରିଆର ହେୟନ ଚୁଙ୍ଗ୍‌, ଜର୍ଜିଆର ନିକୋଲୋଜ ବାସିଲାଶଭିଲିଙ୍କ ଭଳି ବିଶ୍ୱର ୧୦୦ ର଼୍ୟାଙ୍କ୍‌ ମଧ୍ୟରେ ଥିବା ତାରକା ଖେଳାଳିଙ୍କ ସହ କାମ କରିଛନ୍ତି। ଭାରତର ୟୁକି ଭାମ୍ବ୍ରି (ବିଶ୍ୱର ପୂର୍ବତନ ଜୁନିୟର ନମ୍ବର-୧), ପ୍ରଞ୍ଜଲା ୟାଡଲାପଲୀ, ରିୟା ଭାଟିଆ, ଦେବ ଜାଭିଆ, ୟୁଭାନ୍‌ ନନ୍ଦଲ, ଶ୍ରୁତି ଅହଲୱତ ଆଦି ଅନେକ ଭାରତୀୟ ଖେଳାଳିଙ୍କୁ ମଧ୍ୟ କୋଚିଂ ଦେଇଛନ୍ତି। ଏହା ବ୍ୟତୀତ ୫୦ରୁ ଊର୍ଦ୍ଧ୍ୱ ଆଇଟିଏଫ୍‌ ଟପ୍‌-୧୦୦ ଜୁନିୟର ଖେଳାଳି ଏବଂ ୧୨ ଟପ୍‌ ୧୦୦ ଏଟିପି ଓ ଡବ୍ଲ୍ୟୁଟିଏ ପେସାଦାର ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ପଡ଼ିଆ ମଧ୍ୟରେ ୪ଟି ବଡ଼ ଦିଗ ବୈଷୟିକ ତ୍ରୁଟିର ସଂଶୋଧନ, କାର୍ଯ୍ୟକ୍ଷମ ଟ୍ରେନିଂ, ଉନ୍ନତ ଫୁଟ୍‌ଓ୍ବର୍କ ଏବଂ ଆଡ୍‌ଭାନ୍ସଡ୍‌ ଟେନିସ ସ୍ପେଶିଫିକ୍‌ ଡ୍ରିଲ୍ସ ଉପରେ ଫୋକସ ରହିବ। କ୍ୟାମ୍ପ ପାଇଁ ମୋଟ ୧୬ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଏହି ୧୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଓଡ଼ିଶା ମାଇନିଂ କର୍ପୋରେଶନ ପ୍ରାୟୋଜକ ରହିଛି। ଖବରଦାତା ସମ୍ମିଳନୀରେ କେଟି ଗ୍ଲୋବାଲ ସ୍କୁଲ ଚେୟାରମ୍ୟାନ ସୋମଦତ୍ତ ବେହୁରା, ନିର୍ଦ୍ଦେଶକ ପୂର୍ଣ୍ଣାଶିଷ ରଥ, ମେଣ୍ଟର ଏବଂ ପରାମର୍ଶଦାତା ଅରୁଣ କୁମାର ଦାସ, ଏମ୍‌ଓଏସ୍‌ଏଫ୍‌ ଟ୍ରଷ୍ଟି ସନ୍ତୋଷ କୁମାର ମଲିକ ଏବଂ ସିଇଓ ତଥା ପୂର୍ବତନ ଏଟିପି ପ୍ରଫେଶନାଲ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri