Posted inଖେଳ

କେଟି ଗ୍ଲୋବାଲରେ ହାଇପରଫର୍ମାନ୍ସ ଟେନିସ କୋଚିଂ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି): ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ(ଏମ୍‌ଓଏସ୍‌ଏଫ୍‌) ଓ ଇନ୍‌ଜେନ୍ୟୁଟି ଆଣ୍ଡ ଇନୋଭେଶନ୍‌ ଗ୍ଲୋବାଲ୍‌ ସ୍ପୋଟର୍‌ସ ଏକାଡେମୀ (ଆଇଆଇଜି ସ୍ପୋଟର୍‌ସ ଏକାଡେମୀ) ସହଯୋଗରେ କେଟି ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ୭ ଦିନିଆ ହାଇପରଫର୍ମାନ୍ସ ଟେନିସ ଟ୍ରେନିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଥାଇଲାଣ୍ଡ ଇମ୍ପାକ୍ଟ ଟେନିସ୍‌ ଏକାଡେମୀ ନିର୍ଦ୍ଦେଶକ ଷ୍ଟିଫେନ୍‌ ଶୋନ୍‌ ୟେ କୁନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ପରିଚାଳିତ ହେବ ବୋଲି ରବିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଷ୍ଟିଫେନ୍‌ କୁନ୍‌ ଖେଳ ଦୁନିଆର ଜଣେ ପ୍ରତିଷ୍ଠିତ କୋଚ୍‌ଭାବେ ବିଶେଷ ପରିଚିତ। ସେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ୍‌, ତାଇୱାନର ଲୁ ୟେନ-ହସୁନ୍‌ ଏବଂ ଚୁନ୍‌ ହସିନ୍‌ ସେଙ୍ଗ, କୋରିଆର ହେୟନ ଚୁଙ୍ଗ୍‌, ଜର୍ଜିଆର ନିକୋଲୋଜ ବାସିଲାଶଭିଲିଙ୍କ ଭଳି ବିଶ୍ୱର ୧୦୦ ର଼୍ୟାଙ୍କ୍‌ ମଧ୍ୟରେ ଥିବା ତାରକା ଖେଳାଳିଙ୍କ ସହ କାମ କରିଛନ୍ତି। ଭାରତର ୟୁକି ଭାମ୍ବ୍ରି (ବିଶ୍ୱର ପୂର୍ବତନ ଜୁନିୟର ନମ୍ବର-୧), ପ୍ରଞ୍ଜଲା ୟାଡଲାପଲୀ, ରିୟା ଭାଟିଆ, ଦେବ ଜାଭିଆ, ୟୁଭାନ୍‌ ନନ୍ଦଲ, ଶ୍ରୁତି ଅହଲୱତ ଆଦି ଅନେକ ଭାରତୀୟ ଖେଳାଳିଙ୍କୁ ମଧ୍ୟ କୋଚିଂ ଦେଇଛନ୍ତି। ଏହା ବ୍ୟତୀତ ୫୦ରୁ ଊର୍ଦ୍ଧ୍ୱ ଆଇଟିଏଫ୍‌ ଟପ୍‌-୧୦୦ ଜୁନିୟର ଖେଳାଳି ଏବଂ ୧୨ ଟପ୍‌ ୧୦୦ ଏଟିପି ଓ ଡବ୍ଲ୍ୟୁଟିଏ ପେସାଦାର ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ପଡ଼ିଆ ମଧ୍ୟରେ ୪ଟି ବଡ଼ ଦିଗ ବୈଷୟିକ ତ୍ରୁଟିର ସଂଶୋଧନ, କାର୍ଯ୍ୟକ୍ଷମ ଟ୍ରେନିଂ, ଉନ୍ନତ ଫୁଟ୍‌ଓ୍ବର୍କ ଏବଂ ଆଡ୍‌ଭାନ୍ସଡ୍‌ ଟେନିସ ସ୍ପେଶିଫିକ୍‌ ଡ୍ରିଲ୍ସ ଉପରେ ଫୋକସ ରହିବ। କ୍ୟାମ୍ପ ପାଇଁ ମୋଟ ୧୬ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଏହି ୧୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଓଡ଼ିଶା ମାଇନିଂ କର୍ପୋରେଶନ ପ୍ରାୟୋଜକ ରହିଛି। ଖବରଦାତା ସମ୍ମିଳନୀରେ କେଟି ଗ୍ଲୋବାଲ ସ୍କୁଲ ଚେୟାରମ୍ୟାନ ସୋମଦତ୍ତ ବେହୁରା, ନିର୍ଦ୍ଦେଶକ ପୂର୍ଣ୍ଣାଶିଷ ରଥ, ମେଣ୍ଟର ଏବଂ ପରାମର୍ଶଦାତା ଅରୁଣ କୁମାର ଦାସ, ଏମ୍‌ଓଏସ୍‌ଏଫ୍‌ ଟ୍ରଷ୍ଟି ସନ୍ତୋଷ କୁମାର ମଲିକ ଏବଂ ସିଇଓ ତଥା ପୂର୍ବତନ ଏଟିପି ପ୍ରଫେଶନାଲ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri