Posted inଖେଳ

ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ

ଏସିଆ କପ୍‌ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଇସିସିର ହସ୍ତକ୍ଷେପ ଫଳରେ ଟୁର୍ନାମେଣ୍ଟକୁ ହାଇବ୍ରିଡ୍‌ ମୋଡରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ଫଳସ୍ବରୂପ ପାକିସ୍ତାନରେ ୪ଟି ଏବଂ ଶ୍ରୀଲଙ୍କାରେ ଫାଇନାଲ ସମେତ ୯ଟି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଏହାର ମ୍ୟାଚ ଶ୍ରୀଲଙ୍କାରେ ଖେଳିବ।

ଏସିଆନ କ୍ରିକେଟ କାଉନସିଲ୍‌ (ଏସିସି) ଦ୍ୱାରା ଆୟୋଜିତ ଏସିଆ କପ୍‌ କ୍ରିକେଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାର ୧୬ ତମ ସଂସ୍କରଣ ଆୟୋଜନ ଅଧିକାର ପାକିସ୍ତାନ ପାଇଥିଲା। ମାତ୍ର ଭାରତ ଏସିଆ କପ୍‌ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ସିଧାସଳଖ ମନାକରିବା ପରେ ବିବାଦ ତୀବ୍ରରୂପ ଧାରଣ କରିଥିଲା। ଏପରିକି ଏସିଆ କପ୍‌ ବାତିଲ ହୋଇଯିବାର ଯଥେଷ୍ଟ ସମ୍ଭାବନା ଉପୁଜିଥିଲା। ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ, ଏପରିକି ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ଭାରତ ସରକାର କହିବା ପରେ ଏହା ବାତିଲ ହେବାର ବହୁ ସମ୍ଭାବନା ରହିଥିଲା। ମାତ୍ର ଏସିସି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ଅନେକ ଥର ଆଲୋଚନା ସହିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ହସ୍ତକ୍ଷେପ ଫଳରେ ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟର ବେଶ୍‌ ଗୁରୁତ୍ୱ ରହିଛି ବୋଲି ଅନୁମାନ କରାଯାଇଥିଲା। ଫଳରେ ଏହାକୁ ହାଇବ୍ରିଡ୍‌ ମୋଡରେ ଖେଳାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଏପରି ମଡେଲକୁ ପାକିସ୍ତାନ ପ୍ରଥମେ ଗ୍ରହଣ କରିପାରି ନ ଥିଲା। ପାକିସ୍ତାନ ଗସ୍ତରେ ଆସିଲେ ଭାରତକୁ ସମସ୍ତ ପ୍ରକାର ସୁରକ୍ଷା ପ୍ରଦାନ କରାଯିବା ସହିତ ଏହି ଟୁର୍ନାମେଣ୍ଟକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭାରତ ତାହାକୁ ଗ୍ରହଣ କରି ନ ଥିଲା। ପାକିସ୍ତାନରେ ରାଜନୈତିକ ଭାଷଣବାଜି ଏବଂ ପୂର୍ବତନ ଖେଳାଳିମାନଙ୍କ ସମାଲୋଚନା ଟୁର୍ନାମେଣ୍ଟକୁ ଅନିଶ୍ଚିତତା ମଧ୍ୟକୁ ନେଇଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇସିସି ଏକଦିବସୀୟ ବିଶ୍ୱକପକୁ ଅକ୍ଟୋବରରେ ଭାରତ ଆୟୋଜନ କରିବ। ଏଥିପାଇଁ ଆଇସିସି ଏବଂ ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ କରାଯିବା ପରେ ମଧ୍ୟ ପାକିସ୍ତାନ ତା’ର ଜିଦ୍‌ରେ ଅଟଳ ରହିବା ସହିତ ଏହାକୁ ବର୍ଜନ କରିବା ପାଇଁ ଧମକ ଦେଲା। ମାତ୍ର ଏସିସି ଏକ ହାଇବ୍ରିଡ୍‌ ମଡେଲ ପ୍ରସ୍ତୁତ କରିବା ସହିତ ପାକିସ୍ତାନ ଆୟୋଜକ ହିସାବରେ ୪ଟି ମ୍ୟାଚ ଆୟୋଜନ କରିବ ଏବଂ ନିରପେକ୍ଷ ଭେନ୍ୟୁ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରଥମେ ୟୁଏଇରେ ଏହି ମ୍ୟାଚ ଖେଳାଯିବାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ମାତ୍ର ସେଠାରେ ଅତ୍ୟଧିକ ଗରମ ଯୋଗୁ ଏହା ଗ୍ରହଣୀୟ ହୋଇ ନ ଥିଲା। ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନକୁ ନେଇ ଏସିସିର ସମସ୍ତ ଆସୋସିଏଟ ମେମ୍ବର ଦେଶ ସହମତି ପ୍ରକାଶ କରିବା ପରେ ଏହି ହାଇଡ୍ରାମାର ଅନ୍ତ ଘଟିଥିଲା। ଏହି ମଡେଲ ଅନୁସାରେ ଭାରତ କୌଣସି ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ। ପାକିସ୍ତାନରେ ଉଦ୍‌ଘାଟନୀ ମ୍ୟାଚ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଶ୍ରୀଲଙ୍କାରେ ଫାଇନାଲ ଅନୁଷ୍ଠିତ ହେବ। ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳିବ। ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏକଦିବସୀୟ ବିଶ୍ୱକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଅକ୍ଟୋବର ୧୪ରେ ଅହମଦାବାଦରେ ଭେଟିବେ। ଏସିଆନ ସବ୍‌କଣ୍ଟିନେଣ୍ଟରେ ବିଶ୍ୱକପ ଖେଳାଯାଉଥିବାରୁ ଏସିଆ କପ୍‌ ଖେଳାଳିମାନଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ।
ଏସିଆ କପ୍‌ର ୧୬ ତମ ସଂସ୍କରଣରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ନେପାଳ ଏସିସିର ଆସୋସିଏଟ୍‌ ମେମ୍ବର ଦେଶ ରୂପେ ଏହି ପ୍ରତିଯୋଗିତା ଖେଳିବ। ଅଂଶଗ୍ରହଣ କରିବାକୁ ଥିବା ୬ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ଏବଂ ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି। ସମସ୍ତ ୬ଟି ଦଳକୁ ନେଇ ଗ୍ରୁପ୍‌ ଏବଂ ନକ୍‌ଆଉଟ ପଦ୍ଧତିରେ ମ୍ୟାଚ ଖେଳାଯିବ। ସୁପର ଫୋର ପାଇଁ କ୍ୱାଲିଫାଏ କରିଥିବା ଦଳ ମଧ୍ୟରେ ୬ଟି ମ୍ୟାଚ ଅନୁଷ୍ଠିତ ହେବ। ସୁପର ଫୋରର ୨ଟି ଶ୍ରେଷ୍ଠ ଦଳକୁ ନେଇ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏସିସି ଏହି ଟୁର୍ନାମେଣ୍ଟକୁ ୨୦୨୧ରେ ନେପାଳରେ ଟି୨୦ ଫର୍ମାଟ୍‌ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ତାହା ବାତିଲ ହେବା ପରେ ୨୦୨୨ରେ ଏହା ପାକସ୍ତାନରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ୧୫ତମ ସଂସ୍କରଣରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ୬ଷ୍ଠ ଟାଇଟଲ ହାସଲ କରିଥିଲା। ଭାରତ ସୁପର ଫୋର ପର୍ଯ୍ୟାୟକୁ ମଧ୍ୟ ଉନ୍ନୀତ ହୋଇପାରି ନ ଥିଲା। ଏହି ୧୫ତମ ସଂସ୍କରଣର ଫାଇନାଲରେ ପାକିସ୍ତାନକୁ ୨୩ରନ୍‌ରେ ହରାଇ ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିବା ବେଳେ ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜଓ୍ବାନ ୨୮୧ ରନ୍‌ ସଂଗ୍ରହ କରିଥିଲେ ଏବଂ ଭାରତର ଭୁବନେଶ୍ୱର କୁମାର ସର୍ବାଧିକ ୧୧ଟି ଉଇକେଟ ନେଇଥିଲେ।
୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ଉଭୟ ଏକଦିବସୀୟ ଏବଂ ଟି-୨୦ ଫର୍ମାଟରେ ଖେଳାଯାଇ ଆସୁଛି। ଭାରତ ସର୍ବାଧିକ ୬ଥର ଏକଦିବସୀୟ ଫର୍ମାଟରେ ଚାମ୍ପିୟନ ହୋଇଥିବା ବେଳେ ଥରେ ଟି୨୦ ଫର୍ମାଟ୍‌ରେ ଚାମ୍ପିୟନ ହୋଇ ସର୍ବାଧିକ ୭ଥର ଟାଇଟଲ ବିଜୟୀ ହୋଇଛି। ଭାରତ ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦, ୧୦୧୬ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା। ଫାଇନାଲରେ ସର୍ବାଧିକ ୪ଥର ଶ୍ରୀଲଙ୍କାକୁ ହରାଇଥିବା ବେଳେ ୨ଥର ବାଂଲାଦେଶକୁ ପରାସ୍ତ କରିଛି। ଶ୍ରୀଲଙ୍କା ୬ଥର ଏବଂ ପାକିସ୍ତାନ ୨ଥର ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ଶ୍ରୀଲଙ୍କା ସମସ୍ତ ୧୫ଟି ସଂସ୍କରଣରେ ଭାଗ ନେଇଥିବା ବେଳେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ୧୪ଟି ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି।
ଅଭିଜ୍ଞ ଏବଂ ଯୁବ ଦଳକୁ ନେଇ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ୩ଟି ଫର୍ମାଟରେ ଯୁବଖେଳାଳିମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାକୁ ସୁଯୋଗ ପାଇଛନ୍ତି। ଭାରତ ଏହି ସରିଜରେ ଟେଷ୍ଟ ମ୍ୟାଚକୁ ୧-୦ରେ ଜିତିଥିବା ବେଳେ ଏକଦିବସୀୟ ସିରିଜକୁ ମଧ୍ୟ ୨-୧ରେ ଜିତିଛି। ୫ ମ୍ୟାଚବିଶିଷ୍ଟ ଟି୨୦ ସିରିଜ ସମ୍ପ୍ରତି ବେଶ୍‌ ରୋମାଞ୍ଚକର ସ୍ଥିତିରେ ୨-୧ରେ ରହିଛି। ଭାରତୀୟ ସ୍ପିନର କୁଳଦୀପ ଯାଦବ ବୋଲିଂରେ ଏବଂ ଆଇପିଏଲ୍‌ ଷ୍ଟାର ତିଳକ ବର୍ମା ବ୍ୟାଟିଂରେ ପ୍ରଭାବୀ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ୩ୟ ଟି୨୦ରେ ଏକ ଚମକତ୍ାର ଇନିଂସ ଖେଳି ଭାରତକୁ ବିଜୟ ଦେଇଛନ୍ତି। ଶେଷ ଦୁଇଟି ମ୍ୟାଚ ୟୁଏସ୍‌ର ଫ୍ଲୋରିଡାରେ ଅଗଷ୍ଟ ୧୨ ଏବଂ ୧୩ ତାରିଖରେ ଖେଳାଯିବ। କିଏ ସିରିଜ ଜିତିବ ତାହା ଏହି ୨ ମ୍ୟାଚରୁ ଜଣାପଡିବ। ଏନ୍ୟ ପକ୍ଷରେ ଏସିଆ କପ୍‌ ପାଇଁ ଭାରତୀୟ ଦଳ ଏହି ଟି୨୦ ସିରିଜ ପରେ ଘୋଷଣା ହେବ। ଏକ ଶକ୍ତିଶାଳୀ ଯୁବ ଏବଂ ଅଭିଜ୍ଞ ଦଳ ଚୟନ ଉପରେ ବିସିସିଆଇର ନଜର ରହିବ। ଦଳରେ ଯେପରି ସନ୍ତୁଳନ ବଜାୟ ରହିବ ତାହାକୁ ନିଶ୍ଚିତ ପ୍ରାଥମିକତା ଦିଆଯିବ। ସମ୍ପୂର୍ଣ୍ଣ ରୂପେ ବାତିଲ ହୋଇଯିବା ଅପେକ୍ଷା ଏହି ଟୁର୍ନାମେଣ୍ଟର ଆୟୋଜନ ହାଇବ୍ରିଡ୍‌ ମଡେଲ୍‌ରେ ହେବା ନିଶ୍ଚିତ ଶୁଭ ସୂଚନା।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri